ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଧାୟକଙ୍କ ତୁଳସୀପଦର ଗ୍ରାମଗସ୍ତ

ପାପଡାହାଣ୍ଡି,9/8, ମନିସ –— ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଂଚାୟତର ଚର୍ଚିତ ଦୁର୍ଗମ ତୁଳସୀ ପଦର ଗ୍ରାମକୁ ମଙ୍ଗଳବାର ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଗସ୍ତ କରିଥିଲେ | ଗ୍ରାମରେ ପହଂଚିଵା ପରେ ଗ୍ରାମବାସୀଙ୍କ ସହ ଝାଡା ବାନ୍ତି ଆକ୍ରାନ୍ତ ଘଟଣା ନେଇ ଆଲୋଚନା କରିଥିଲେ | ଆକ୍ରାନ୍ତଙ୍କ ପରିବାର ସହ ଗ୍ରାମର ନଳକୂପ ଓ ବିଭିନ୍ନ ଅଂଚଳ ବୁଲି ଦେଖିଥିଲେ | ଗ୍ରାମରେ ଥିବା ମେଡିକାଲ ଟିମ ସହ ଆଲୋଚନା କରିଥିଲେ | ଲୋକଙ୍କୁ ସଚେତନ କରାଇଥିଲେ | ଏହି ସମୟରେ ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା, ବିଜେଡି ବ୍ଲକ ସଭାପତି ବିଦ୍ୟାଧର ମଳିକ, ଶଙ୍କର ସାହୁ, ଧୋବା ନାୟକ ପ୍ରମୁଖ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ  ଙ୍କ ରିପୋର୍ଟ 

Related posts

ଚିତ୍ତ ରଞ୍ଜନ ନନ୍ଦ ଙ୍କ ପ୍ରବନ୍ଧ ଇତିହାସ କଦର୍ଥରେ ସୃଷ୍ଟିର ଧ୍ୟଂସ

Sunil Chandra Nayak

କେସିଙ୍ଗା ଏନଏସି ଅଧ୍ୟକ୍ଷ ଭାବେ ବିଜେଡିର ନୃପରାଜ ଯାଦବ ବିଜୟୀ

Sunil Chandra Nayak

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଠାକୁର

Sunil Chandra Nayak

Leave a Comment

error: Content is protected !!