ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ଲଷ୍ଟର ସ୍ଥରୀୟ କର୍ମଶାଳା ପଢିବାକୁ ଶିଖିବା- ଶିଖିବାକୁ ପଢ଼ିବା ଆୟୋଜିତ

ଧର୍ମଗଡ:୧୦/୮/୨୨: ଧର୍ମଗଡ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଛେଣ୍ଡିଆ ସ୍ଥିତ ରାମକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ, ଠାରେ ବ୍ରାହ୍ମଣ ଚ୍ଛେଣ୍ଡିଆ କ୍ଲଷ୍ଟର,କାଶିବାହାଲ କ୍ଲଷ୍ଟର ଓ ଖଇରପଦର କ୍ଲଷ୍ଟର ର ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆଧାରିତ ଏକ କାର୍ଯ୍ୟକ୍ରମ “ପଢିବାକୁ ଶିଖିବା :ଶିଖିବାକୁ ପଢିବା “ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଚିଲିଚିଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଞ୍ଜନ ମୁଣ୍ଡ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗାୟତ୍ରୀ ପ୍ରସାଦ ମୁଣ୍ଡ ଯୋଗ ଦେଇ କର୍ମଶାଳା କୁ ଉଦଘାଟନ କରିଥିଲେ l କାର୍ଯ୍ୟକ୍ରମରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଦୂରଭାଷ ମାଧ୍ୟମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କାର୍ଯ୍ୟକ୍ରମକୁ କିପରି ବିଦ୍ୟାଳୟ ସ୍ତରରେ ସଫଳ ରୂପାୟନ କରିହେବ ସେ ସମ୍ପର୍କ ରେ ଅବଗତ କରାଇଥିଲେ l ସିଆରସିସି ରାଜେନ୍ଦ୍ର ଦୁରିଆ କାର୍ଯ୍ୟକ୍ରମ ର ଉଦେଶ୍ୟ ଜ୍ଞାପନ କରି ଥିବା ବେଳେ ଟିକେଶ୍ୱର ନାଏକ ପରିଚାଳନା କରିଥିଲେ l l ଏହି କାର୍ଯ୍ୟକ୍ରମକୁ ଏବିଇଓ ଅରୂପାନନ୍ଦ ଭୋଇ ଓ ସାରଙ୍ଗଧର ମୁଣ୍ଡ ପରିଦର୍ଶନ ପାଇଁ ଆସିଥିଲେ l ପ୍ରଥମରୁ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ କିଭଳି ପଠନ ଦକ୍ଷତା , ଲିଖନ ଦକ୍ଷତା , କଥନ ଦକ୍ଷତା ଓ ସଂଖ୍ୟା ଜ୍ଞାନ ହାସଲ କରି ପାରିବେ ସେ ସମ୍ବନ୍ଧରେ ସାଧନ କର୍ମୀ ଭାବରେ ପ୍ରେମଲାଲ ଜଗତ, ବିଶ୍ୱଜିତ ବେହେରl, ରାଜେନ୍ଦ୍ର ଦୁରିଆ ଓ ଟିକେଶ୍ୱର ନାଏକ ଉପସ୍ଥିତ ଥାଇ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ l ଖଇରପଦର ସିଆରସିସି ମିଥୁନ କୁମାର ଦୁର୍ଗା ଧନ୍ୟବାଦ ଅର୍ପଣ କରିଥିଲେ l

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ବିଶ୍ଵ ଜଳ ଦିବସ ଉପଲକ୍ଷେ କବିତା ଜଳ

Sunil Chandra Nayak

ବର୍ଷା ପବନରେ ଗଛ ପଡ଼ି ରାସ୍ତା ଅବରୋଧ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ତୁମେ ଆଉ ମୁଁ

Sunil Chandra Nayak

Leave a Comment

error: Content is protected !!