ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତିବାଦ ଦିବସ ରେ ଦାବୀ ପତ୍ର ପ୍ରଦାନ

 ନବରଙ୍ଗପୁର—(ମନିସ) ଜାତୀୟ ଦଳିତ ଖ୍ରୀଷ୍ଟିୟାନ ପରିଷଦ ନବରଙ୍ଗପୁର ଜ଼ିଲ୍ଲା ତରଫରୁ ଏକ ଦାବିପତ୍ର ADM ଅତିରିକ୍ତ ଜ଼ିଲ୍ଲାପାଳଙ୍କ ଜରିଆରେ ଶ୍ରୀମାନ ନରେନ୍ଦ୍ର ଦାମୋଦର ମୋଦି ପ୍ରଧାନ ମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରିବା ସକାଶେ ପ୍ରଦାନ କରାଯାଇଛି । ଆଜି ଅଗଷ୍ଟ 10 ତାରିଖକୁ “ପ୍ରତିବାଦ ଦିବସ “ଭାବରେ ଭାରତର ସମସ୍ତ ରାଜ୍ୟ ରୁ ଏହି ଦାବିପତ୍ର ପ୍ରଦାନ କରାଯାଉଥିବା ପରିପ୍ରେକ୍ଷୀରେ  ନବରଙ୍ଗପୁର ଜ଼ିଲ୍ଲା ଜାତୀୟ ଦଳିତ ଖ୍ରୀଷ୍ଟିଆନ ପରିଷଦ ମଧ୍ୟ ଏହି ଦାବିପତ୍ର ପ୍ରଦାନ କରିଛନ୍ତି lଏହାର ମୂଳ ଉଦ୍ଦେଶ୍ୟ ହେଲା, ଭାରତ ସମ୍ବିଧାନର ଅନୁସୂଚିତ ଜାତି ଵର୍ଗର ଅଧିକାରରୁ ବିଚ୍ୟୁତ କରାଯାଇଅଛି l 1950 ମସିହା ଯାହା ସମ୍ବିଧାନର ପାରା 3 ରେ ଯୋଗ କରାହେଇଛି l ଏହା ଭାରତୀୟ ଦଳିତ ଖ୍ରୀଷ୍ଟିଆନ ମାନଙ୍କ ସାମ୍ବିଧାନିକ ମୌଳିକ ଅଧିକାର କ୍ଷ୍ୟୁର୍ଣ୍ଣ ହେଉଅଛି l ଏହି ଦେଶର ମୂଳ ଜାତି ହୋଇ ମଧ୍ୟ ଜାତି ଭିତ୍ତିକ ସଂରକ୍ଷଣରୁ ଵାଦ ଦିଆଯାଇଛି l ଅନ୍ୟ ପକ୍ଷରେ ଭାରତର ଯେ କୌଣସି ଜାତିର ଲୋକ ଯେ କୌଣସି ଧର୍ମ ଗ୍ରହଣ କଲେ ଏସି ଷ୍ଟାଟସ ମିଳେ ନାହିଁ l ଏହା ସମ୍ପୂର୍ଣ୍ଣ ଦଳିତ ଖ୍ରୀଷ୍ଟିଆନ ମାନଙ୍କ ବିରୁଦ୍ଧରେ ନିଷ୍ପତି ଓ ଧର୍ମ ଆଧାରରେ ପକ୍ଷପାତ ଏବଂ ଭେଦ ଭାବ କରାଯାଇଅଛି l  ଏହି ବିଷୟରେ ପୂର୍ବତନ ମୂଖ୍ୟ ବିଚାରପତି ଶ୍ରୀମାନ ରଙ୍ଗନାଥ ମିଶ୍ର ଓ ବହୁ ବୁଦ୍ଧିଜୀବୀ ଓ ବହୁ ସଂଗଠନ ମତାମତ ଦେଇଛନ୍ତି ଯେ ଦଳିତ ଖ୍ରୀଷ୍ଟିଆନ ମାନଙ୍କୁ ଏସି ଷ୍ଟାଟସ ଦିଆଯାଉ l ଏହି ବିଷୟରେ ଦାବିପତ୍ର ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କୁ ଜ଼ିଲ୍ଲାପାଳଙ୍କ ଜରିଆରେ ପ୍ରେରଣ କରାଯାଇଅଛି lଏହି ସଂଗଠନର ସଭାପତି ଡ଼ଃ ବିକ୍ରମ କୁମାର ନାଗ, ରେଭ ପଙ୍କଜ ସିପା ଉପ ସଭାପତି, ରେଭ ପ୍ରଦୀପ କୁମାର ନନ୍ଦ ସାଧାରଣ ସମ୍ପାଦକ,ରେଭ ଡ଼ଃ ଶାମୁଏଲ ଲିମା ଯୁଗ୍ମ ସମ୍ପାଦକ, ରେଭ ଡ଼ଃ ଖ୍ରୀଷ୍ଟଦାନ ନାଗ କୋଷାଧକ୍ଷ, ରେଭ ଗାବ୍ରିଏଲ ସେନାପତି ପ୍ରୋଗ୍ରାମ ସମ୍ପାଦକ, ସୁକାନ୍ତ ନାଗ ଅର୍ଗାନାଇଜର, ରେଭ ମାହେର ହିଆଲ କୋଡିନେଟର, ଯୋସେଫ କେନେଡି ମିଡ଼ିଆ ସମ୍ପାଦକ, ଈଶ୍ୱରଦାନ ସୁନା ଉପଦେଷ୍ଟା, ସନାତନ ମହାନ୍ତି ଉପଦେଷ୍ଟା, ସୁଧାଂଶୁ ସାଧୁ ଲିଗାଲ ଉପଦେଷ୍ଟା,ଫିରୋଜ ବାଘ, ତେଜବିନ ନାୟକ, ବାବୁଲା ପରିଚ୍ଛା, ବିରାଜ ମୋହନ କନ୍ଦପାନ ,ଗାବ୍ରିଏଲ କର୍କରା,ଏନ. କେ. ଖୋସଲା, କିଶୋର କୁମାର ଟାକ୍ରୀ ସମସ୍ତେ ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ଘୁମରେଶ୍ଵର ଶୈବ ପୀଠ ରୁ ଦୁଇ ଫୁଟ ଖୋଳି ଲିଙ୍ଗ ଚୋରୀ

Sunil Chandra Nayak

ଚେଙ୍ଗଯୋଡା ପଡିଆର ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ! ବାର୍ଦା ସ୍ପୋର୍ଟିଂ ଟିମ୍ ଚମ୍ପିୟାନ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଆଶା

Sunil Chandra Nayak

Leave a Comment

error: Content is protected !!