ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ମଦା ନାୟକ ଙ୍କ କବିତା ରକ୍ଷାବନ୍ଧନ

ରକ୍ଷାବନ୍ଧନ

ଶ୍ରାବଣ ପୂର୍ଣ୍ଣିମା ପବିତ୍ର ତିଥିରେ
        ପାଳିତ ରକ୍ଷା ବନ୍ଧନ
ଭାଇ ଭଗିନୀଙ୍କ ଅତୁଟ ବନ୍ଧନ
     ଚିର କାଳ ଅମଳିନ l 
ଶାଶ୍ଵତ ପ୍ରେମର ପୂତନୀରା ଗଙ୍ଗା
      ସୂତାଖିଅ ଟିଏ ସାକ୍ଷୀ
ଭଗିନୀର ସୁଖ ସୁରକ୍ଷା ସମ୍ମାନେ
     ଭାଇହସ୍ତେ ବନ୍ଧା ରାକ୍ଷୀ l 
ଚନ୍ଦନ ସିନ୍ଦୂର ଅକ୍ଷତ ଦୀପରେ
    ଭଗିନୀ ବନ୍ଦାଣ କରି
ବାନ୍ଧିଥାଏ ରାକ୍ଷୀ ଭ୍ରାତା ହସ୍ତେ ନେଇ
     ଜୀବନେ ସୁରକ୍ଷା ପାଇଁ l 
ମହାଭାରତରେ କୃଷ୍ଣଙ୍କ ହସ୍ତରେ
     କୃଷ୍ଣl ରାକ୍ଷୀ ବାନ୍ଧିଥିଲେ
କୁରୁସଭାତଳେ ବିବାସନା କାଳେ
     କହ୍ନେଇ ମାନ ରଖିଲେ l 
ଯେତେ ଝଡ ଝଞ୍ଜା ଘାତ ପ୍ରତିଘାତ
ଜୀବନ ପଥେ ଆସଇ
ସେନେହ ଶରଧା ସମ୍ପର୍କର ଡୋର
     ଶିଥିଳ କେବେ ନୁହଁଇ l 
ଦୂରେ ବହୁଦୂରେ ରହି ଵି ଭଗିନୀ
ରାକ୍ଷୀ ପୂର୍ଣ୍ଣିମା ଦିବସେ
ଭାଇର ମଙ୍ଗଳ ମନାସି ହୃଦୟେ
   ଗୁହାରେ ଦେବଙ୍କ ପାଶେ l 
ପୁରାଣ ଯୁଗରୁ ଆଧୁନିକ ଯୁଗେ
    ରାକ୍ଷୀର ସ୍ୱତନ୍ତ୍ର ସ୍ଥାନ
ସଂସ୍କୃତି ସମୃଦ୍ଧ ଦେଶର ଐତିହ୍ୟ
     ସୁସ୍ଥ ସମାଜ ଗଠନ l

ନର୍ମଦା ନାୟକ

ରାଉରକେଲା

Related posts

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ୨୦୨୨ ପାଳିତ

ଚାଷୀଙ୍କ ପାଇଁ ଲଢେଇ କରିବ”ଢେଙ୍କାନାଳ କୃଷକ ଅଧିକାର ସମିତି

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଦୁର୍ଗେ ଦୁର୍ଗତି ନାଶିନୀ

Sunil Chandra Nayak

Leave a Comment

error: Content is protected !!