ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷାରେ ଭାଙ୍ଗି ଗଲା ଦୁଇ ଭାଇ ର ଘର ସହାୟତା ଅପେକ୍ଷା ରେ ପରିବାର

କୋଷାଗୁମୁଡ଼ା…୧୧|୦୮|   ମ ନି ସ   ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ୍  ଅନ୍ତର୍ଗତ ବାମୁଣି ପଞ୍ଚାୟତ ର ବି. ଗୁମଣ୍ଡଲି ଗ୍ରାମର ଦୁଇ ଭାଇ ର ଘର ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି!  ସେ ଦୁଇ ଭାଇ ଙ୍କ  ନାମ ହେଲl ଗୋପି ଭତରା ଏବଂ ତ୍ରିଲୋଚନ ଭତରା। ତିନି ଦିନ ର ଲଗାଣ ବର୍ଷା ରେ ଗାଁ ରେ ପ୍ରାୟ ଦୁଇ ଫୁଟ ର ବର୍ଷା ଜଳ ପ୍ରବାହିତ ହେଇଥିଲା  ଫଳରେ ଗାଁ ରେ ଜଳ ମଗ୍ନ  ହୋଇଥିଲା I ଗ୍ରାମ ରେ  ଡ୍ରେନେଜ୍ ର କୌଣସି  ବ୍ୟବସ୍ଥା କରାଯାଉନାହିଁ I ବର୍ଷା ପାଣି ନିଷ୍କାସନ ର ସୁବିଧା ନ ଥିବାରୁ ଏ ଭଳି ଅବସ୍ଥା ସୃଷ୍ଟି ହେଉ ଥିବା ଗାଁ ବାସି ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ର ଦେଖା ମିଳି ନାହିଁ।ଦୁଇ ଭାଇ କୁ ତୁରନ୍ତ କ୍ଷତି ପୂରଣ ଦେବା ପାଇଁ ଜନ ସାଧାରଣରେ ଦାବି ହେଉଛି l ପ୍ରତ୍ୟେକ ବର୍ଷ ଏହି ଗ୍ରାମରେ  ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି l କିନ୍ତୁ ପ୍ରଶାସନ କିମ୍ବା ଜନପ୍ରତିନିଧି ମାନଙ୍କର ଏହି ଗ୍ରାମ ପ୍ରତି ନଜିର୍ କୁ ଆସୁନାହିଁ I ଏବେ ଦେଖିବାକୁ  ବାକି ରହିଲା ପ୍ରଶାସନ କେବେ କ୍ଷତି ଗ୍ରସ୍ତ  ପରିବାର କୁ ସହାୟତା ପ୍ରଦାନ କରିବେ।

କୋଷାଗୁମୁଡ଼ା ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ

 

Related posts

କାର ଦୁର୍ଘଟଣାରେ ମୃତକଙ୍କ ପରିବାରଙ୍କୁ ଭେଟିଲେ ସାଂସଦ ରମେଶ ମାଝୀ 

Sunil Chandra Nayak

ଭାଇସ ଚେୟାରମ୍ୟାନ ଭାବରେ ଦାୟିତ୍ୱ ଗ୍ରହଣ କଲେ ଗୌତମ ତାଣ୍ଡି

ନିଆଁ ଲାଗି ଦୋକାନ ଘର ସମ୍ପୂର୍ଣ ଜଳି ଗଲା

Sunil Chandra Nayak

Leave a Comment

error: Content is protected !!