ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାସ୍ତା ସାଜିଛି ପ୍ରତିବନ୍ଧକ, ଖଟିଆ ରେ ବୁହା ହେଲେ ମହିଳl ରୋଗୀ

ଚନ୍ଦାହାଣ୍ଡି 11/8(ମ ନି ସ )— ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ରେ ପୁଣି ଥରେ ଦେଖିବା କୁ ମିଳିଛି ବିକାଶ ର ନଗ୍ନ ଚିତ୍ର l ରାସ୍ତା ଅଭାବ ରେ ପଟଖଲିଆ ପଂଚାୟତ ଗୌରଝରିଆ ଗ୍ରାମ ର ଜଣେ ମହିଳା ରୋଗୀ ଙ୍କୁ 5 କିମି ଅତି କଷ୍ଟ ର ସହ ନଦୀ ଆରପଟେ ଅଟକି ରହିଥିବା ଆମ୍ବୁଲାନ୍ସ ପାଖକୁ ଆଣି ଚିକିତ୍ସା ପାଇଁ ଗୋଷ୍ଟୀ ସ୍ଵାସ୍ତ୍ୟ କେନ୍ଦ୍ର କୁ ନେଇ ଥିବା ଘଟଣା କୁ ବିଭିନ୍ନ ମହଲ ରେ ନିନ୍ଦା କରାଯାଇଛି l ଏଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ସାଧାରଣ ରେ ଦାବୀ ହୋଇଛି lମିଳିଥିବା ସୂଚନା ଅନୁସାରେ ଗୌରଝରିଆ ଗ୍ରାମର ଧନୁ ପୋଟା ଙ୍କ ସ୍ତ୍ରୀ l ଲଳିତା ପୋଟା (35) ଙ୍କୁ ଜ୍ୱର ହୋଇଥିଲା l ସେ ଜଣେ ପ୍ରସୂତୀ ମହିଳା ହୋଇଥିବା ରୁ ଜ୍ୱରରେ ଗୁରୁବାର ଦିନ ଅଧିକ ଗୁରୁତର ହୋଇପଡିବା ରୁ ପରିବାର ଲୋକେ ଚିକିତ୍ସା ପାଇଁ ଡାକ୍ତରଖାନା ନେବାକୁ 108 ଆମ୍ବୁଲାନ୍ସ ଗାଡି କୁ ଫୋନ କରି ଥିଲେ l ଗୋର ଝରିଆ କୁ ଯିବା ପାଇଁ ବାଟରେ ନଦୀ ପଡିବା ସହ ରାସ୍ତା ନିର୍ମାଣ ଅଭାବରେ କାଦୁଅ ରେ ପଚ ପଚ ଥିବାରୁ 108 ଆମ୍ଭୁଲାନ୍ସ ନଦୀ ଏ ପଟେ ଅଟକି ରହିଥିଲା l ପରିବାର ଲୋକେ ବାଧ୍ୟହୋଇ ଏକ ଖଟିଆ ରେ ଡୋଳା ପ୍ରସ୍ତୁତ କରି କାଦୁଅ ପଚ ପଚ ରାସ୍ତା ରେ 4 କିମି ବୋହିବା ସହ ଆଣ୍ଠୁଏ ପାଣି ରେ ନଦୀ ପାର କରି ନଦୀ ଆର ପାରିରେ ଅଟକି ଥିବା ଆମ୍ବୁଲାନ୍ସ ସହାଯ୍ୟ ରେ ଚନ୍ଦାହାଣ୍ଡି ଗୋଷ୍ଟୀ ସ୍ଵାସ୍ତ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ l ସେ ଠାରେ ଡାକ୍ତର ପୀର ପ୍ରସାଦ ଶତପଥି ଙ୍କ ଦ୍ୱାରା ଚିକିତ୍ସା କରାଯିବା ପରେ ତାଙ୍କ ସ୍ଵାସ୍ତ୍ୟ ଅବସ୍ଥା ଠିକ ଥିବା ଡାକ୍ତର ପ୍ରକାଶ କରିଛନ୍ତି l ଗୌର ଝରୀଆ ବାସୀ ରାସ୍ତା ଅଭାବ ରେ ବାରମ୍ବାର ଖଟିଆ ରେ ବୁହା ହେବା ଯୋଗୁଁ ଝରିଗାଁ ବିଧାୟକ ପ୍ରକାଶ ମାଝି ଏବଂ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଙ୍କୁ ରୋଗୀ ଙ୍କୁ ଖଟିଆ ରେ ବୋହି ଗାଳିଗୁଲଜ କରୁ ଥିବା ଏକ ଭାଇରାଲ ଭିଡିଓ ମୋବାଇଲ କୁ ମୋବାଇଲ ଘୁରି ବୁଲୁଛି l ଗୋରଝରିଆ ଗ୍ରାମ କୁ ନଦୀ ରେ ପୋଲନିର୍ମାଣ କରିବା ସହ ପକ୍କାରାସ୍ତା ନିର୍ମାଣ ପାଇଁ ବାରମ୍ବାର ସାଂସଦ ବିଧାୟକ ଙ୍କୁ ଦାବୀ କରିବା ସତ୍ୱେ ଏହାକୁ ଅତିହାଲୁକା ଭାବରେ ନେବାର କାରଣ କଣ ବୋଲି ପାଟଖଲିଆ ସମିତି ସଭ୍ୟା ଅନୁପମା ଧୁରୁଆ ପ୍ରକାଶ କରିବା ସହ ତୁରନ୍ତ ଜିଲ୍ଲାପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ସେ ଦାବୀ କରି କରିଛନ୍ତି l ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ରତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି l

          ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଡିଡି ଓଡ଼ିଆ ଚାନେଲରେ ସଂପର୍କ, ରାଉରକେଲାର ନାଟକ ସନସେଟ୍ ଗେଷ୍ଟ ହାଉସ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଭବାନୀପାଟଣା ଜାଗୃତୀ ଶାଖା ପକ୍ଷରୁ ଜାତୀୟ ପ୍ରକଳ୍ପ ସାଇକ୍ଳୋଥନ କାର୍ଯ୍ଯକ୍ରମ

Sunil Chandra Nayak

Leave a Comment

error: Content is protected !!