ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିବାହ ବେଳେ ନବ ଦମ୍ପତିଙ୍କୁ ସରକାର ଦେବେ ‘ୱେଡିଂ କିଟ୍

ପରିବାର ନିୟୋଜନକୁ ପ୍ରୋତ୍ସାହନ ଦେବା ଏହାର ଉଦ୍ଦେଶ୍ୟ ରେ ରାଜ୍ୟ ସରକାର ଙ୍କ ସ୍ବାସ୍ଥ୍ୟ ବିଭାଗ ନବ ଦମ୍ପତିଙ୍କୁ ମାଗଣାରେ ଉପହାର ସଦୃଶ ୱେଡିଂ କିଟ୍ ଦେବେ।ଫ୍ରି-ବି ବା ମାଗଣା ବଣ୍ଟାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରୁଥିବା ବେଳେ ନବଦମ୍ପତିଙ୍କୁ ଗିଫ୍ଟ ହେବ ସ୍ୱାସ୍ଥ୍ୟ ବିଭାଗ । ଅବଶ୍ୟ ଫ୍ୟାମିଲି ପ୍ଲାନିଂ ବା ପରିବାର ନିୟୋଜନକୁ ପ୍ରୋତ୍ସାହନ ଦେବା ଏହାର ଉଦ୍ଦେଶ୍ୟ ରହିଛି । ଏହି ୱେଡିଂ କିଟ୍ ହେଉଛି ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଅନ୍ତର୍ଗତ ‘ନଇ ପହଲ୍ ଯୋଜନା’ର ଅଂଶ ବିଶେଷ ।

ନବଦମ୍ପତିଙ୍କ ପାଇଁ ଏହି ଯୋଜନା ସେପ୍ଟେମ୍ବର ମାସରୁ ଲାଗୁ ହେବ । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଦେବାକୁ ଯାଉଛି ନବଦମ୍ପତିଙ୍କୁ ଏଭଳି ଗିଫ୍ଟ  । ଏଥିରେ ଆଇନା, ପାନିଆ ସହ ନବବଧୂଙ୍କ ପ୍ରସାଧନ ସାମଗ୍ରୀ ରହିବା ସହ ପରିବାର ନିୟୋଜନ କିଟ୍ ମଧ୍ୟ ଦିଆଯିବ । ନବ ବିବାହିତଙ୍କୁ ଏହି ଉପହାର କିଟ୍ ବାଣ୍ଟିବେ ଆଶାକର୍ମୀ ଏବଂ ଫ୍ୟାମିଲି ପ୍ଲାନିଂ ପାଇଁ ସେମାନଙ୍କୁ ଉତ୍ସାହିତ କରିବେ। ଏ ନେଇ ଆଶାକର୍ମୀଙ୍କୁ ସ୍ୱତନ୍ତ୍ର ତାଲିମ୍  ଦିଆଯିବ ।

ଆଇନା, ପାନିଆ, ଟିକିଲି, ନେ଼ଲ୍ କଟ୍ର, ରୁମାଲ ଓ ଟାୱେଲ ଏହା ସହ ବିବାହ ପଞ୍ଜିକରଣ ଫର୍ମ, ଫ୍ୟାମିଲି ପ୍ଲାନିଂ ପାଇଁ ପୁସ୍ତିକା, କଂଟ୍ରାସେଟିଭ୍ ପିଲ୍, କଣ୍ଡୋମ, ଗର୍ଭ ପରୀକ୍ଷା କିଟ୍ ଇତ୍ୟାଦି ଏହି ଉପହାର ରେ ରହିବ ବୋଲି ପ୍ରକାଶ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଧର୍ମଗଡ ଏନଏସି ଉପାଧକ୍ଷା ହେଲେ ବିଜେଡି ର ଶ୍ରୀମତୀ ମନୀଷା ମିଶ୍ର

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସିଏ ତ ସବୁଠୁ ବଡ

ଚେଙ୍ଗଯୋଡା ପଡିଆର ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ! ବାର୍ଦା ସ୍ପୋର୍ଟିଂ ଟିମ୍ ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!