ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏକତା ଗୃପର ବାଳସୁଧାର ଗୃହରେ ରାକ୍ଷୀବଂଧନ

ରାଉରକେଲା/ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ସାମାଜିକ ଅନୁଷ୍ଠାନ ଏକତା ଗୃପ ତରଫରୁ ଟିସ୍କୋ କ୍ବାରୀ ସାଇଡିଂ ରେ ଥିବା ବାଳସୁଧାର ଗୃହଠାରେ ରାକ୍ଷୀବଂଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକତା ଗୃପର ସଭାପତି ବସୁମତୀ ମହାନ୍ତିଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଗୌରୀ କୁମ୍ଭାର ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ପରଭେଜ ଅରୋରା,ଛବି ଅରୋରା ଓ ବାଳସୁଧାର ଗୃହର ଅଧିକ୍ଷକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ପ୍ରାୟ ୧୧୦ ଜଣ ଅନ୍ତେବାସୀ ଓ ୩୦ଜଣ ଷ୍ଟାଫ୍ ଙ୍କୁ ରାକ୍ଷୀ ବାନ୍ଧିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଗୃପର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ସାମୟିକ ଭାବେ ହେଲେ ମଧ୍ୟ ଅନ୍ତେବାସୀ ମାନେ ଏହି ଖୁସିରେ ସାମିଲ ହୋଇଥିବାରୁ ଅତିଥିମାନେ ଅନୁଷ୍ଠାନ କୁ ସାଧୁବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ସଭାପତି ଶ୍ରୀମତୀ ମହାନ୍ତି, ସାଧାରଣ ସଂପାଦକ ଶ୍ରୀମତୀ କୁମ୍ଭାର ଙ୍କ ବ୍ୟତୀତ ଶର୍ମିଲା ରାଜଗୁରୁ, ଶାନ୍ତିଲିତା, ଇନ୍ଦିରା ପଣ୍ଡା,ସୁଷମା,ରାହୁଲ,ବାସୁଦେବ, ଟୁକୁ, ବିଶ୍ବଜିତ ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସଭାପତି ଶ୍ରୀ ମତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବ୍ଳକ ସ୍ତରୁୟ ଆମ୍ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ନୂଆଖାଇ ଅବସରରେ ଅମୃତ ମାତୃ ପିତୃ ସେବା କାର୍ଯ୍ୟକ୍ରମ

Sunil Chandra Nayak

ମହାସ୍ମୀତା ଓଝା ଙ୍କ ପ୍ରବନ୍ଧ ହେରା ପଞ୍ଚମୀ କାହିଁକି ହୁଏ ?

Leave a Comment

error: Content is protected !!