ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଳାମୁଣ୍ଡା ବ୍ଲକରେ ବିଦ୍ୟାଳୟ ମାନଙ୍କର ନଗ୍ନ ଚିତ୍ର

ଗୋଳାମୁଣ୍ଡା/ମସିହା/୧୨/୮/ ବିଦ୍ୟାଳୟ ହେଉଛି ଏକ ପବିତ୍ର ପୀଠ, ଏହି ପୀଠରେ ଶିକ୍ଷା ଅର୍ଜନ କରି ପିଅନ ଠାରୁ ପୋଲିସ,,ମୁଖ୍ୟମନ୍ତ୍ରୀ, ଠାରୁ ପ୍ରଧାନମନ୍ତ୍ରୀ ତଥା ଦେଶର ରାଷ୍ଟ୍ରପତି ପଦବୀ ପର୍ଯ୍ୟନ୍ତ ଭାଗ୍ୟ ଖୋଲି ଥାଏ, ହେଲେ, ସେହିଭଳି ପବିତ୍ର ପୀଠର ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ହେଲେ କେତେକ ସ୍ଥାନରେ ତାହାର ସଦୁପଯୋଗ ହୋଇ ପାରିନାହିଁ। ଗୋଟିଏ ପଟେ 5T ର ପରଶ ପାଇ କାନ୍ଥ ବାଡ ଚକ୍ ଚକ୍ କରୁଛି, ସୁନ୍ଦର ଆଉ ଆକର୍ଷଣୀୟ ସ୍ମାର୍ଟ ରୁମ୍ ରେ ରହି ନବମ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି, ଡିଜିଟାଲ ମୋଡ, ଆଉ ଗୋଟିଏ ପଟେ ଭଙ୍ଗା ଖପର ଘରେ ପଚ ପଚ ପାଣି ରେ ଦେଶର ଭବିଷ୍ୟତ ଛାତ୍ର ଛାତ୍ରୀ ଷଷ୍ଠ ଶ୍ରେଣୀର ଶିଶୁ ଅସୁରକ୍ଷିତ ପରିବେଶ ରେ ଓଦା ସରସର ପାଦରେ । ଏ ଦୃଶ୍ୟ ହେଉଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ନୋଡାଲ ଉଚ୍ଚ ବିଦ୍ୟାଳୟ ର, 1967 ରେ ନିର୍ମିତ ଛାତ ଘର, କେତେ ଶିଶୁଙ୍କୁ ଏ ସଭ୍ୟ ସମାଜ ରେ ମଣିଷ ଭାବେ ଠିଆ କରାଇଛି, ବୃନ୍ଦାବାହାଲ ଗ୍ରାମ ବାସୀ ଙ୍କ ବଦାନ୍ୟତା ରେ ତିଆରି ହେଇଥିବା ମଧ୍ୟ ଇଂରାଜୀ ବିଦ୍ୟାଳୟ ସମୟ କ୍ରମେ ସରକାରଙ୍କ ନୂତନ ବ୍ୟବସ୍ଥା ର ପ୍ରଭାବ ରେ ଲୋପ ପାଇ ବୃନ୍ଦାବାହାଲ ଉଚ୍ଚ ବିଦ୍ୟାଳୟ ରେ ମିଶି ବୃନ୍ଦାବାହାଲ ନୋଡାଲ ଉଚ୍ଚ ବିଦ୍ୟାଳୟ ର ନାଁ ପାଇଛି, ହେଲେ ଭଙ୍ଗା ଦରଦରା ଅବସ୍ଥା ଯାଇନି, ଏକବିଂଶ ଶତାବ୍ଦୀ ରେ ବି ଶିଶୁ ଭଗ୍ନ ଛାତ ଘରେ ପଚ ପଚ ଉଦା ପାଣିରେ ବସି ପଢୁଛନ୍ତି, ସର୍ବଶିକ୍ଷା ଅଭିଯାନ / ସମଗ୍ର ଶିକ୍ଷା ର ନଗ୍ନ ଛବି କୁ ପଦାରେ ପକାଇଛି,ଏଭଳି ଗୋଳାମୁଣ୍ଡା ବ୍ଲକର ଅନେକ ସ୍ଥାନରେ ବିଦ୍ୟାଳୟ ଗୃହର ବ୍ୟବସ୍ଥା ଅତି ଜଟିଳ, ଅଳ୍ପ ଦିନ ମଧ୍ୟରେ ମକ୍ରାଗୁଡା ବିଦ୍ୟାଳୟ ସମସ୍ୟା ପ୍ରଶାସନ ଜାଣି ଶୁଣି ମଧ୍ୟ ଆଖି ବୁଜି ଦେଉଛନ୍ତି, ତେଣୁ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଏବଂ ନୋଡାଲ ହାଇସ୍କୁଲର ଚେୟାର ପ୍ରସନ ବାବୂବାହନ ଟୋଲଟିଆ ଦାବି କରିଛନ୍ତିି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ପ୍ରଗତି ମସିହା,

 

Related posts

ରାଜା ଅନୁପ ସିଂହ ମେମୋରୀୟଲ ଟୁର୍ଣ୍ଣଆମେଣ୍ଟ

Sunil Chandra Nayak

ଦରଦାମ ବୃଦ୍ଧି ପ୍ରତିବାଦରେ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମି ଙ୍କ ପ୍ରତିବାଦ

Sunil Chandra Nayak

ଅସହାୟଙ୍କ ପାଇଁ ଅପହଞ୍ଚ ସାମାଜିକ ସୁରକ୍ଷା ଯୋଜନା 

Leave a Comment

error: Content is protected !!