Uncategorizedଚନ୍ଦ୍ରକଳା ଦେବୀ ଙ୍କ କବିତା ଡାଲ ଖାଇରେ by Sunil Chandra NayakSeptember 4, 2022065 Share0 ଡାଲ ଖାଇରେ ଚନ୍ଦ୍ରକଳା ଦେବୀ ଡାଲ ଖାଇରେ ଡାଲ ଖାଇ ଆସିଛି ପରବ ନୂଆ ଖାଇ |ଘୋଷା| ଆମ ଉତ୍କଳରେ ବାର ମାସେ ଭାଇ ତେର ପର୍ବ ପଡିଥାଇ, ଭାଦ୍ରବ ଶୁକୁଳ ପଞ୍ଚମୀ ତିଥିରେ ଏଇ ପରଵ ଆସଇ | ଡାଲ ଖାଇରେ……………………….. || ପଶ୍ଚିମ ଓଡିଶା ଗଣପର୍ବ ଏଇ ନୂଆଖାଇ ଯେ ଅଟଇ, ଦେଶବିଦେଶରେ ଯିଏଯେତେ ଦୂରେ ଥିଲେ ଘରକୁ ଆସଇ | ଡାଲ ଖାଇରେ…………………………|| ସମ୍ବଲପୁରର ମାଆ ସମଲେଇ ଅଧିଷ୍ଠାତ୍ରୀ ଦେବୀ ତୁହି, ମହା ଗଣପର୍ବ ଆମ ନୂଆଖାଇ ଭାଇଚାରା ସୃଷ୍ଟି ପାଇଁ | ଡାଲ ଖାଇରେ…………………………|| ଵିଧି ଅନୁଯାୟୀ ନୂଆ ଚାଉଳରେ ପିଠାପଣା ହୋଇ ଥାଇ, ନୂଆ ଧାନ, ନୂଆ ଚୁଡା, ଅନ୍ନ ଲାଗି ଇଷ୍ଟଦେବୀ ଠାରେ ହୋଇ | ଡାଲ ଖାଇରେ…………………………….|| ଚାଷୀ ଭାଇ ଆଜି ଅତ୍ୟନ୍ତ ବିଭୋର ନମଇଁ ମା’ସମଲେଇ, ନୂଆ ଚାଉଳର କ୍ଷୀରି ଓ କାକରା ନେଇ କ୍ଷେତରେ ପୁଜଇ | ଡାଲ ଖାଇରେ……………………………|| ପୂର୍ବମୁଖା ହୋଇ ପରିବାର ଲୋକେ ନବାନ୍ନ ଭୂଞ୍ଜି ବସଇ, କୃଷି ଭିତ୍ତିକ ଏ ପରଵ ଅଟଇ ଚାଷୀମନ ଖୁସିହୋଇ | ଡାଲ ଖାଇରେ……………………………|| ନବାନ୍ନ ଖାଇଣ ଲଘୁଜନ ମାନେ ଗୁରୁଜନେ ପ୍ରଣମଇ, ଗୁରୁ ଗୁରୁଜନ ଆଶିଷ ଲଭିଣ ପଥେ ଅଗ୍ରସର ହୋଇ | ଡାଲ ଖାଇରେ…………………………… || ରଙ୍ଗ ବୋଳାବୋଳି ହାତ ଛନ୍ଦାଛନ୍ଦି ପାଦରେ ପାଦ ମେଳାଇ, ନୂଆ ଖାଇ ଗୀତେ ସର୍ବେ ଝୁମି ଯିବା ରାଗ ରୁଷା ଭୁଲି ଯାଇ | ଡାଲ ଖାଇରେ…………………………. || ସରବ ଶେଷରେ ଜଣାଏଁ ପ୍ରଣତି ଘେନ ମୋର ସମଲେଇ, ତଵ ଆଶୀର୍ବାଦୁ ସାରା ଦୁନିଆରେ ହସ ଖୁସି ଖେଳୁ ଥାଇ | ଡାଲ ଖାଇରେ…………………………. || ବନ୍ଧୁଗାଁ, କୋରାପୁଟ