ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ;୧୦୯ ଟି ପଂଜିକୃତ ମାମଲାରୁ ୮ ଟି ଫଇସଲା; ଟ୨୦,୨୦,୯୭୭ ଙ୍କା ଜୋରିମାନା ଆଦାୟ

ମୟୂରଭଞ୍ଜ – ୧୩/୮/୨୨(ମସିହା) ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସିଭିଲ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ତାଙ୍କ ସହିତ ସଵଜଜ୍ ଶ୍ରୁତିସ୍ନିଗ୍ଧା ଦାସ,ଏସଡିଜିଏମ ଜରିନେ ଖାନ ଏବଂ ଜେଏମଏଫସି ମୋନିକା ଆଚାର୍ଯ୍ୟ ପ୍ରମୁଖ ଶୁଣାଣିରେ ସାମିଲ ହୋଇଥିଲେ ।ଏଡିଜେ କୋର୍ଟରେ ଏମଏସିଟି ୧୧ ଟି ପଂଜିକୃତ ମାମଲାର ଶୁଣାଣି ହୋଇ ୨ ଟି ମାମଲା ଫଇସଲା କରାଯାଇ ୧୧ ଲକ୍ଷ ଟଙ୍କା ଆଦାୟ କରାଯାଇଛି । ସେହିଭଳି ସବଜଜ୍ କୋର୍ଟରେ ଅର୍ଥନୈତିକ ମାମଲାରେ୪୫ ଟି ରୁ ୧ଟି ଫଇସଲା କରାଯାଇ ୯,୨୦,୯୭୭ ଟଙ୍କା ଆଦାୟ କରାଯାଇଥିବାବେଳେ ବିବାହ ଜନିତ ୩ଟି ମାମଲାରୁ ୧ଟି ଫଇସଲା କରାଯାଇଛି ।ସିଭିଲ କେଶରେ ୬ଟି ମାମଲାରୁ ୧ଟି ଫଇସଲା କରାଯାଇଥିଲା । ସେହିଭଳି ଏସଡିଜିଏମ କୋର୍ଟରେ ୩୮ ଟି ପଂଜିକୃତ ମାମଲାରୁ ୧ଟି ଫଇସଲା କରାଯାଇଛି । ସମୁଦାୟ ୧୦୯ ଟି ପଂଜିକୃତ ମାମଲାରୁ ୮ଟି ମାମଲା ଫଇସଲା କରାଯାଇ କୋଡ଼ିଏ ଲକ୍ଷ କୋଡିଏ ହଜାର ନଅଶହଶତସ୍ତରୀ (୨୦,୨୦,୯୭୭) ଟଙ୍କା ଜୋରିମାନା ଆଦାୟ କରାଯାଇଛି।କାର୍ଯ୍ୟକ୍ରମରେ କୋର୍ଟର କର୍ମଚାରୀ ଲକ୍ଷ୍ମଣ ମାର୍ଣ୍ଡୀଙ୍କ ସମେତ ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ ।

Related posts

ଶ୍ରୀମନ୍ଦିରେ କର୍କଟ ସଂକ୍ରାନ୍ତି ,ଦକ୍ଷିଣାୟନ ବନ୍ଦାପନା

Sunil Chandra Nayak

ପିଇବା ପାଣି ସମସ୍ୟା କୁ ନେଇ ଧୋବେଇ ଗ୍ରାମବାସୀଙ୍କ ଦ୍ବାରା ରାସ୍ତା ଅବରୋଧ

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ୩୬ ଜିଲ୍ଲାପରିଷଦ ସଭ୍ଯ ପ୍ର।ଥି ଙ୍କର ଭାଗ୍ଯନିର୍ଦ୍ଧରଣ କରୁଛନ୍ତି ୧୦୫୬୧୯୪ ଜଣ ଭୋଟର 

Sunil Chandra Nayak

Leave a Comment

error: Content is protected !!