ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛିଡ଼ା ହୋଇଥିବା ଟ୍ରଲରକୁ ପଛପଟୁ ପିଟିଲା ବାଇକ୍;ଜଣେ ମୃତ ,ଦୁଇ ଗୁରୁତର 

 ମୟୂରଭଂଜ-୧୩/୮/୨୨ (ମସିହା) ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ସ୍ଥିତ ସ୍ଥାନୀୟ ମଣଦା ଛକ ଠାରେ ଥିବା ହୋଇଥିବା ଟ୍ରଲରକୁ ପଛରୁ ବାଇକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୧ ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାଟି ଶନିବାର ଦିନ ଅପରାହ୍ନର ୪ଟା ପାଖାପାଖି ସମୟରେ ହୋଇଛି । ମୃତକ ଜଣଙ୍କ ଯଶିପୁର ଥାନା ଅନ୍ତର୍ଗତ ଜାମୁଆଣି ଗ୍ରାମର ଘାସିରାମ ମାର୍ଣ୍ଡି (୨୦)। ଗୁରୁତର ଯୁବକ ହେଲେ ଯଶିପୁର ଥାନା ଅନ୍ତର୍ଗତ ପଡ଼ାଗଡ଼ ଗ୍ରାମର ମହେନ୍ଦ୍ର ବାନସିଂ (୨୨) ଏବଂ ଜାମୁଆଣି ଗ୍ରାମର ଶ୍ୟାମ ସିଙ୍କୁ (୨୪)।  ସୂଚନାଥାଉକି,ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ ଘଟିକା ସମୟରେ ଉକ୍ତ ୩ଜଣ ଯୁବକ ଏକାସଙ୍ଗେ ଏକ ବାକକ (ଓଡ଼ି ୧୪ସି୩୦୦୭) ଯୋଗେ ଯଶିପୁର ପଟୁ ବିଶୋଇ ଅଭିମୁଖେ  ଆସୁଥିବା ସମୟରେ ମଣଦା ଛକ ଠାରେ ପୂର୍ବରୁ ବ୍ରେକଡାଉନ ହୋଇ ପଡି ରହିଥିବା ଏକ ମାଲବାହୀ ଟ୍ରଲର (ଏନ. ଏଲ ୦୧ଏସି୧୩୫୪)ର ପଛରେ ବାଇକଟି ଧକ୍କା ଦେଇଥିଲା। ଜରରେ ଧକ୍କା ହେବା କାରଣରୁ ଘାସିରାମଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଯୁବକ ମହେନ୍ଦ୍ର ଓ ଶ୍ୟାମ ମଧ୍ୟ ଗୁରୁତର ଆହତ ହୋଇ ରକ୍ତଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡି ରହିଥିଲେ।ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉକ୍ତ ଯୁବକ ମାନଙ୍କୁ ଉଦ୍ଧାର କରି ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା।ଘାସିରାମଙ୍କୁ ଡାକ୍ତର ମୃତ୍ୟୁ ଘଷଣା କରିଥିବା ବେଳେ ଅନ୍ୟ ୨ ଜଣ ଯୁବକଙ୍କ ମୁଣ୍ଡ ଛାତି ଗଭୀର ଆଘାତ ଲାଗିବା କାରଣରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବାର ସୂଚନା ମିଳୁଛି। ଖବର ପାଇ ଉଭୟ ବିଶୋଇ ଥାନା ଓ ମଣଦା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

 

Related posts

ଭବାନୀପାଟଣା ସହରରେଥିବା ଭାଗିରଥୀ ଇନ୍ ବିବାହ ମଣ୍ତପ ପଛ ପଟରେ ନିଆଁ ଲାଗିଛି

Sunil Chandra Nayak

ଧର୍ମଗଡ଼ ଅଞ୍ଚଳରେ ଚୋରଭୟ ଓ ଗୁଜବ ପ୍ରଚାରକୁ ରୋକିବା ପାଇଁ କଂଗ୍ରେସ ପକ୍ଷରୁ ଧର୍ମଗଡ଼ ଉପଜିଲ୍ଲପାଳଙ୍କୁ ଭେଟି ଦାବୀପତ୍ର ପ୍ରଦାନ

Sunil Chandra Nayak

ମାନଝରୀ ଠାରେ ସଡ଼କ ଦୁର୍ଘଟଣା, ବାଇକ ଚାଳକ ଗୁରୁତର

Sunil Chandra Nayak

Leave a Comment

error: Content is protected !!