ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତି ହୃଦୟରେ ତ୍ରିରଙ୍ଗା ଉଡୁ

ସଂସ୍କୃତ ମହାବିଦ୍ୟାଳୟରେ ସ୍ୱତନ୍ତ୍ରତାର ଅମୃତ ମହୋତ୍ସବ ପାଳିତ

 ଆନନ୍ଦପୁର -: ୧୩/୮: ଆମ ଜାତୀୟତାର ପ୍ରତୀକ ତ୍ରିରଙ୍ଗା। ବିଭିନ୍ନତା ଭିତରେ ଏହା ଆମର ଏକତ୍ଵର ନିଦର୍ଶନ। ଦେଶର ପ୍ରତି ପଡ଼ା, ଘରେ ତ୍ରିରଙ୍ଗା ପହଞ୍ଚୁ। ହେଲେ ପ୍ରତି ହୃଦୟରେ ତ୍ରିରଙ୍ଗା ଉଡ଼ି ପାରିଲେ ଏହା ଆମ ସ୍ୱତନ୍ତ୍ରତା ସେନାନୀ ଓ ସହିଦଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତପ୍ରକାଶ ପାଇଛି।ଟୁକୁଣାସ୍ଥିତ ବଳଭଦ୍ର ସଂସ୍କୃତ ମହାବିଦ୍ୟାଳୟରେ ଅଧ୍ୟକ୍ଷା ଇନ୍ଦିରା ପ୍ରିୟଦର୍ଶିନୀ ଚକ୍ରଙ୍କ ସଭାପତିତ୍ବରେ ସ୍ୱତନ୍ତ୍ରତାର ଅମୃତ ମହୋତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସିଆରପିଏଫର ପ୍ରଶିକ୍ଷଣ ଇନିସ୍ପେକ୍ଟର ଅରୂପାନନ୍ଦ ନାୟକ, ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଜ୍ଞ ପ୍ରସାଦ, ବରିଷ୍ଠ ସାମ୍ବାଦିକ ରତିକାନ୍ତ ସାହୁ, ଘଷିପୁରା ସରସ୍ଵତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ପରିଡ଼ା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୋ କଲେଜ, ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ପକ୍ଷରୁ ଆୟୋଜିତ ଏହି ସଭାକୁ ଅଧ୍ୟାପକ ଗୋପୀନାଥ ପଣ୍ଡା, ସୁଦର୍ଶନ ସାହୁ, ନବ ନିର୍ବାଚିତ କୁମାର ପଣ୍ଡା, ଭୋଲେଶ୍ୱର୍ ପ୍ରଧାନ, ଯଦୁମଣି ମିଶ୍ର, ବିଜୟ କୁମାର ମିଶ୍ର ଓ ମନୋରଞ୍ଜନ ପାଢ଼ୀ ପ୍ରମୁଖ ପରିଚାଳନା କରିଥିଲେ।ପୁରାତନ ଛାତ୍ର ସୁରେଶ ମହାରଣା ଓ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ବିଦ୍ୟାର୍ଥୀଙ୍କୁ ଉତ୍ସାହିତ କରିଥିଲେ। ସଭା ପରେ ତ୍ରିରଙ୍ଗା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ବିଦ୍ୟାର୍ଥୀ ଆଶୁତୋଷ ମିଶ୍ର, ଲକ୍ଷ୍ମୀପ୍ରିୟା ମିଶ୍ର, ମନୋଜ ଜେନା, ଜିତେନ୍ଦ୍ରିୟ ମିଶ୍ର, ବ୍ରଜେଶ୍ୱରୀ ପତି ପ୍ରମୁଖ ଶୋଭାଯାତ୍ରା ସଞ୍ଚାଳନ କରିଥିଲେ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ 

Related posts

କାହା ସ୍ବାର୍ଥରେ ଉଠାଜଳସେଚନ ପ୍ରକଳ୍ପ,କାର୍ଯ୍ଯରେ ଲାଗୁନାହିଁ ଅକାମୀ ଅବସ୍ଥାରେ ପଡିରହିଛି

ଡାଳଗୁମା ଠାରେ କଂଗ୍ରେସ ପକ୍ଷରୁ ବ୍ଲକ ସ୍ତରୀୟ ନୁଆଖାଇ ଭେଟଘାଟ କାର୍ଯ୍ୟକ୍ରମ

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଓଡ଼ିଶା ଫୁଡ୍‌ପ୍ରୋ-୨୦୨୨ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!