ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫକୀରପୁର ଯୁବକ ସଂଘ ଆନୁକୂଲ୍ୟରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ

ଆନନ୍ଦପୁର -:  ଅଦ୍ୟ ତା ୧୩/୦୮/୨୦୨୨ (ଶନିବାର) ରିଖ ଭାରତ ବର୍ଷ ରେ ୭୫ ବର୍ଷ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଆନନ୍ଦପୁର ପୈ।ରପରିଷଦ ଅନ୍ତର୍ଗତ ୧୦ ନମ୍ବର ୱାର୍ଡରେ ଫକୀରପୁର ଯୁବକ ସଂଘ, ଫକୀରପୁର ସମସ୍ତ ସଦସ୍ୟ ମାନଙ୍କର ସହଯୋଗରେ କୁନି କୁନି ପିଲାଙ୍କୁ ଧରି ୱାର୍ଡ ସମସ୍ତ ସାହିରେ ୭୫ ବର୍ଷ ଆଜାଦୀ କା ଅମୃତ ମହୋତ୍ସବ ସମ୍ପର୍କରେ ସଚତନତା, ୪୦୦ ରୁ ଉର୍ଦ୍ଧ ଜାତୀୟ ପତାକା ଘର କୁ ଘର ବଣ୍ଟା ଯାଇଛି, କୁନି କୁନି ପିଲାଙ୍କୁ ଧରି ଏକ ସଚେତନ ରାଲି ସହିତ କୁନି କୁନି ପିଲାଙ୍କୁ ମିଷ୍ଠାନ୍ ବଣ୍ଟା ଯାଇଛି । ଏହି କାର୍ଯ୍ୟ କ୍ରମରେ ୧୦ ନଂ ୱାର୍ଡ ର କାଉନସିଲର ସୁଜିତ ସାହୁ, ଫକୀରପୁର ଯୁବକ ସଂଘ ର ସଭାପତି ତଥା ସମାଜସେବୀ ଦିବ୍ୟରଞ୍ଜନ୍ ସେଠୀ, ସଦସ୍ୟ ଗଣ – ରୁଦ୍ରନାରାୟଣ ଦାଶ, ପ୍ରଦୀପ ସାହୁ, ଶକ୍ତି ସାହା, ସୁକରାଉଳ, ରତିକାନ୍ତ ସାହୁ, ସୁଭସ୍ମିତା ନାଥ, ଟିକୀନା ରାଉଳ ଅନ୍ୟାନ୍ୟ ସଦସ୍ୟ ଓ କୁନି କୁନି ପିଲାମାନେ ଯୋଗଦେଇଥିଲେ । ଏହି ଭଳି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ବାସିନ୍ଦା ସାଧୁବାଦ ଜଣାଇଛନ୍ତି ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ 

Related posts

ଯୁଗଯାତ୍ରୀ ସାହିତ୍ୟ ସଂସଦର ଗଙ୍ଗାଧର ମେହେର ଜୟନ୍ତୀ : ଗଙ୍ଗାଧର ସାହିତ୍ୟ ରେ ଶୃଙ୍ଖଳିତ ସମାଜ ଓ ଆଦର୍ଶ ରାଷ୍ଟ୍ର ଗଠନ ସନ୍ଦେଶ ରହିଛି

Sunil Chandra Nayak

ଅସହାୟ ର ସାହାରା ହେଲେ ‘ଯୁବଶକ୍ତି ‘ର ଅଧ୍ୟକ୍ଷ ହିମାଂଶୁ ଭୂଷଣ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

Leave a Comment

error: Content is protected !!