ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଜାତି ସ୍ଵାଭିମାନ ଆମ ତ୍ରିରଙ୍ଗା

ଜାତି ସ୍ଵାଭିମାନ ଆମ ତ୍ରିରଙ୍ଗା

       ବେଣୁଧର ସୂତାର

ନୀଳ ଆକାଶର ନୀଳ ବୁକୁ ଚିରି
ଏଇଯେ ଆସୁଛି ନୂଆ ସକାଳ
ବୁକୁତଳେଖେଳେ ପ୍ରୀତିର ପୁଲକ
ସ୍ଵାଗତ ପାଇଁ ସେ ଅମୃତ ବେଳ
ଆବେଗ ଭରା ଏ ମଧୁ ଲଗନ
ସପନ ବତୁରା ଭିଜା ମାଟି ବୁକେ
ଉଡୁଛି ମୁକ୍ତିର କୀର୍ତ୍ତି କେତନ ।।
ଏ ପୁଣ୍ୟ ମାଟିର ପ୍ରତିଟି ରେଣୁରେ
ଭରି ଅଛି ଦେଶପ୍ରୀତି ମମତା
ସ୍ଵାଧୀନ ଚେତନା ପବିତ୍ର ଭାବନା
ସାର୍ବଭୌମତ୍ୱ ର ସାମ୍ୟ ସମତା
ଜାତିଧର୍ମ ବର୍ଣ୍ଣ ନିର୍ବିଶେଷରେ
ମହା ଭାରତୀୟ ଭାବ ଚେତନାରେ
ସର୍ବଧର୍ମ ପ୍ରୀତି ସମନ୍ଵୟରେ ।।
ଧର୍ମ ନିରପେକ୍ଷ ମୋ ଦେଶ ଭାରତ
ଜାତିୟତା ଆମ ଗର୍ବ ଗୌରବ
ବିଭିନ୍ନତା ମଧ୍ୟେ ଏକତାର ମନ୍ତ୍ର
କୋଟି ଜନତାର ଶ୍ରେଷ୍ଠ ବିଭବ
ଜାତି ସ୍ଵାଭିମାନ ଆମ ତ୍ରିରଙ୍ଗା
ସତ୍ୟ ଶାନ୍ତି ପ୍ରୀତି ମୈତ୍ରୀ ଆଧାରେ
ବୁହାଇ ଦେଇଛି ଗଣର ଗଙ୍ଗା ।।
ସ୍ଵାଧୀନତା ଆମ ନ୍ୟାର୍ଯ୍ୟ ଅଧିକାର
ତ୍ରିରଙ୍ଗା ଯାହାର ଜାତୀୟ ଧ୍ଵଜା
ପ୍ରୀତି ଛନ୍ଦେ ଗାଇ ଏମାଟି ବନ୍ଦନା
ଭାବ ସୁମନରେ ଏ ଅର୍ଘ୍ୟ ପୂଜା
ମାଆ ଗୋ ଘେନିବ ମଧୁ ଅର୍ଚ୍ଚନା
ପ୍ରୀତିଭକ୍ତିସୁରେ ନମୁ ତୋ ପୟରେ
ଘେନ ହୃଦୟର ଭାବ ମୂର୍ଛନା ।।
ଆନନ୍ଦେ ପାଳୁଛୁ ଅମୃତ ଉତ୍ସବ
ପଚସ୍ତରୀ ବର୍ଷ ପୂର୍ତ୍ତି ବାସରେ
ଦେଶ ସ୍ଵାଧୀନର ମଧୁ ମହୋତ୍ସବ
ତ୍ରିରଙ୍ଗା ଉଡାଇ ପ୍ରତିଟି ଘରେ
ଗାଇ ଜନଗଣ ମନ ସଙ୍ଗୀତ
ଜାତି ଜାତିୟତା ପ୍ରୀତି ନିବିଡ଼ତା
ଦେଶପ୍ରେମର ଏ ଭାବ ଅମୃତ ।।

କେଶଦୁରାପାଳ କେନ୍ଦୁଝର

Related posts

ପୁର୍ତ୍ତ ବିଭାଗ ର ଅବହେଳା ଯୋଗୁଁ ରାସ୍ତା ପାଇଁ ଲୋକେ ହନ୍ତସନ୍ତ

Sunil Chandra Nayak

ମୃତ୍ୟୁ କୁ ନିମନ୍ତ୍ରଣ କରୁଛି ଖୋଲା ବୋର ଓ୍ବେଲ

Sunil Chandra Nayak

ଭାବର ଶ୍ରୀକ୍ଷେତ୍ର -ଚିନ୍ତାପୋଖରୀ ଠାରେ କଳସ ଯାତ୍ରା ଓ ରତ୍ନମୁଦ ମହୋତ୍ସବ

Leave a Comment

error: Content is protected !!