ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଜାତି ସ୍ଵାଭିମାନ ଆମ ତ୍ରିରଙ୍ଗା

ଜାତି ସ୍ଵାଭିମାନ ଆମ ତ୍ରିରଙ୍ଗା

       ବେଣୁଧର ସୂତାର

ନୀଳ ଆକାଶର ନୀଳ ବୁକୁ ଚିରି
ଏଇଯେ ଆସୁଛି ନୂଆ ସକାଳ
ବୁକୁତଳେଖେଳେ ପ୍ରୀତିର ପୁଲକ
ସ୍ଵାଗତ ପାଇଁ ସେ ଅମୃତ ବେଳ
ଆବେଗ ଭରା ଏ ମଧୁ ଲଗନ
ସପନ ବତୁରା ଭିଜା ମାଟି ବୁକେ
ଉଡୁଛି ମୁକ୍ତିର କୀର୍ତ୍ତି କେତନ ।।
ଏ ପୁଣ୍ୟ ମାଟିର ପ୍ରତିଟି ରେଣୁରେ
ଭରି ଅଛି ଦେଶପ୍ରୀତି ମମତା
ସ୍ଵାଧୀନ ଚେତନା ପବିତ୍ର ଭାବନା
ସାର୍ବଭୌମତ୍ୱ ର ସାମ୍ୟ ସମତା
ଜାତିଧର୍ମ ବର୍ଣ୍ଣ ନିର୍ବିଶେଷରେ
ମହା ଭାରତୀୟ ଭାବ ଚେତନାରେ
ସର୍ବଧର୍ମ ପ୍ରୀତି ସମନ୍ଵୟରେ ।।
ଧର୍ମ ନିରପେକ୍ଷ ମୋ ଦେଶ ଭାରତ
ଜାତିୟତା ଆମ ଗର୍ବ ଗୌରବ
ବିଭିନ୍ନତା ମଧ୍ୟେ ଏକତାର ମନ୍ତ୍ର
କୋଟି ଜନତାର ଶ୍ରେଷ୍ଠ ବିଭବ
ଜାତି ସ୍ଵାଭିମାନ ଆମ ତ୍ରିରଙ୍ଗା
ସତ୍ୟ ଶାନ୍ତି ପ୍ରୀତି ମୈତ୍ରୀ ଆଧାରେ
ବୁହାଇ ଦେଇଛି ଗଣର ଗଙ୍ଗା ।।
ସ୍ଵାଧୀନତା ଆମ ନ୍ୟାର୍ଯ୍ୟ ଅଧିକାର
ତ୍ରିରଙ୍ଗା ଯାହାର ଜାତୀୟ ଧ୍ଵଜା
ପ୍ରୀତି ଛନ୍ଦେ ଗାଇ ଏମାଟି ବନ୍ଦନା
ଭାବ ସୁମନରେ ଏ ଅର୍ଘ୍ୟ ପୂଜା
ମାଆ ଗୋ ଘେନିବ ମଧୁ ଅର୍ଚ୍ଚନା
ପ୍ରୀତିଭକ୍ତିସୁରେ ନମୁ ତୋ ପୟରେ
ଘେନ ହୃଦୟର ଭାବ ମୂର୍ଛନା ।।
ଆନନ୍ଦେ ପାଳୁଛୁ ଅମୃତ ଉତ୍ସବ
ପଚସ୍ତରୀ ବର୍ଷ ପୂର୍ତ୍ତି ବାସରେ
ଦେଶ ସ୍ଵାଧୀନର ମଧୁ ମହୋତ୍ସବ
ତ୍ରିରଙ୍ଗା ଉଡାଇ ପ୍ରତିଟି ଘରେ
ଗାଇ ଜନଗଣ ମନ ସଙ୍ଗୀତ
ଜାତି ଜାତିୟତା ପ୍ରୀତି ନିବିଡ଼ତା
ଦେଶପ୍ରେମର ଏ ଭାବ ଅମୃତ ।।

କେଶଦୁରାପାଳ କେନ୍ଦୁଝର

Related posts

ରାଜ୍ୟ ସ୍ତରରେ ମସଜିଦ ରୁ ଲାଉଡ ସ୍ପିକର ହଟାଓ ଅଭିଜାନ ଆରମ୍ଭ କଲା ଦେବସେନା ସଂଗଠନ

ତୀର୍ଯ୍ୟକ

Sunil Chandra Nayak

ନାଉରିଆ କିପରି ଭାଙ୍ଗିଲେ ଅହଙ୍କାରୀ ବ୍ଯକ୍ତିଙ୍କ ଗର୍ବ

Sunil Chandra Nayak

Leave a Comment

error: Content is protected !!