ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ମୁକ୍ତିର ମହୋତ୍ସବ 

ମୁକ୍ତିର ମହୋତ୍ସବ 

ଦେଶରେ ଆମର ରାଷ୍ଟ୍ରୀୟ ପରବ 
      ସ୍ଵାଧୀନତା ମହୋତ୍ସବ
ଚାଲରେ ସ୍ଵଗୃହେ ସ୍ଵରାଜ୍ୟେ ସ୍ଵଦେଶେ
      ପାଳିବା ଏଇ ଉତ୍ସବ 
      ରଖି ଏକତା ସଦ୍ଭାବ
ପଞ୍ଚସ୍ତରୀ ବର୍ଷେ ସ୍ଵାଧିନତା ହର୍ଷେ
     ଅମୃତର ମହୋତ୍ସବ |(୧)
ଏଇ ବରଷର ଅଗଷ୍ଟ ପନ୍ଦର 
      ହେବ ଉତ୍ସବ ମୁଖର
ଘରେ ଉଡୁ଼ଥିବ ଧ୍ଵଜ ତ୍ରିରଙ୍ଗାର 
      ନିଆରା ଢଙ୍ଗ ଏଥର
       ଅଗଷ୍ଟ ପନ୍ଦର ଦିନ
ଖୁସିରେ ଗାଇବା ଆମରି ଦେଶର
    ଜାତୀୟ ସଙ୍ଗୀତ ଗାନ |(୨)
ଏ ଦେଶର ଯଶ ଜାଣେ ସାରା ବିଶ୍ଵ 
      ସ୍ଵର୍ଣ୍ଣିମ ଯା’ର ଅତୀତ
ତପସ୍ୟା ତ୍ୟାଗର ଭୂଷଣ ଯାହାର 
      ଏଇ ମାଟି ପୁଣ୍ୟପୂତ
     ହଜିଛି ତାର ବୈଭବ 
ସୁନାର ଚଢେଇ ଯାଇଅଛି ଉଡି଼ 
    ପାଳିବା କି ମହୋତ୍ସବ |(୩) 
ଗାନ୍ଧୀଙ୍କ କଥାରେ ଝରିଥିଲା ଥରେ
     ଦେଶ ହୋଇବ ସ୍ଵାଧିନ 
ଯେଉଁ ଦିନେ ନାରୀ ହୋଇ ସ୍ଵେଚ୍ଛାଚାରୀ  
      ରାତ୍ରେ କରିବ ଭ୍ରମଣ  
      ପୂର୍ଣ୍ଣ ସ୍ଵାଧୀନ ଲଭିବ
ନର-ନାରୀ ଯେବେ ସମତୁଲ ହେବେ 
     ଅସଲ ମୁକ୍ତି ପାଇବ |(୪)   
ଭାବ ଜାଗେ କୋହ ଜାଗେ ଏ ବୁକୁରେ 
       କି ଅମୃତ ସ୍ଵତନ୍ତ୍ରତା ?
ମହାପୁରୁଷଙ୍କ ଗ୍ରାମରେ ଦେଶରେ 
      ନାରୀହୁଏ ନିର୍ଯ୍ୟାତିତା
   ହୋଇ ଯେତେ ଅବିବେକ
ଜୀବନ ନାରୀର କରେ ଛାରଖାର
    ଦେଶ ଭବିଷ୍ୟ କି ହେବ ?(୫)
ତଥାପି ଆମେରେ ଏଇ ଭାରତରେ
     ସୁ-ନାଗରିକଟେ ହୋଇ
ରଖି ମାନ ତାର ଧ୍ଵଜା ତ୍ରିରଙ୍ଗାର
   ଘରେ ଘରେ ଯେ ଉଡା଼ଇ 
     ମୁକ୍ତିର ପର୍ବ ପାଳିବା
ହେଜି ଅତୀତକୁ ମହାପୁରୁଷଙ୍କୁ
    ଅମୃତୋତ୍ସବ ମାନିବା |(୬)
    

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର

  ଜୁନାଗଡ଼ ( କଳାହାଣ୍ଡି )
ଜନ୍ମଭୂମି :- ମଣ୍ଡଳ ( ବଲାଙ୍ଗୀର )

Related posts

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା କୁ କ୍ରିୟାଶୀଳ କରିବାକୁ ଆନ୍ଦୋଳନ ପାଇଁ ସଜବାଜ

Sunil Chandra Nayak

ମୟୂରଭଞ୍ଜ – ତିରିଂରେ ବଜ୍ରପାତରେ ଯୁବକର ମୃତ୍ୟୁ

ରଣ ପାଇବା ନାରେ ଠକାମିର ଶିକାର 

Sunil Chandra Nayak

Leave a Comment

error: Content is protected !!