ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୈନିକ ଖବର କାଗଜ ‘ସକାଳ’ ଓ ଜୁନିଅରରେଡ଼କ୍ରସ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

ମୟୂରଭଞ୍ଜ -୧୩/୦୮/୨୨ (ମସିହା) ଆଜାଦ କୀ ଅମୃତ ମହୋତ୍ସବ ଉପଲକ୍ଷେ ତଥା ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦୈନିକ ଓଡ଼ିଆ ଖବର କାଗଜ” ସକାଳ ଓ ଜୁନିୟର ରେଡ଼କ୍ରସ “ର ମିଳିତ ଆନୁକୂଲ୍ୟରେ ରାଇରଙ୍ଗପୁର ରକ୍ତ ଭଣ୍ଡାର କାର୍ଯ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛିI ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣିଙ୍କ ଆବାହକତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ ଡାକ୍ତର ସାଗର ନାଏକ ଫିତା କାଟି ଶୁଭାରମ୍ଭ କରିବା ସହିତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଏଭଳି ମହତ ଦାନ ପାଇଁ ଶ୍ରୀ ନାଏକ ସମସ୍ତଙ୍କୁ ପ୍ରଶଂସା କରିଥିଲେ I ସ୍ୱତନ୍ତ୍ର ଅତିଥି ଭାବେ ଡାକ୍ତର ଦେବେନ୍ଦ୍ର ନାଥ ଟୁଡୁ, ସମ୍ମାନୀୟ ଅତିଥି ଭାବେ ରାଇରଙ୍ଗପୁର ହସ୍ପିଟାଲ ମ୍ୟାନେଜର ଲିପ୍ସା ରାଜନନ୍ଦିନୀ ମହାପାତ୍ର, କଥାଶିଳ୍ପୀ ଲଳିତ ମହାନ୍ତ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ Iସକାଳର ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ମନୋରଞ୍ଜନ ତିରିଆ ଓ ରାଇରଙ୍ଗପୁର ପ୍ରତିନିଧି ଶ୍ରୀମତୀ କଳ୍ପନା ସେନାପତିଙ୍କ ପ୍ରତ୍ଯକ୍ଷ୍ ତତ୍ୱାବଧାନରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା ।୧୫ ଜଣ ରକ୍ତଦାତା ଏହି ମହାନ ଆଜାଦ କୀ ଅମୃତ ମହୋତ୍ସବ ପର୍ବରେ ରକ୍ତଦାନ କରି ନିଜକୁ ଧନ୍ୟ ମଣିଥିଲେ । ପ୍ରାରମ୍ଭରେ ରଘୁନାଥ ଜୀୟୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନିଲ କୁମାର ସେଠୀ, ବରିଷ୍ଠ ସଂସ୍କୃତି ବିଦ୍ ସମୀର କୁମାର ଦାଶ, ଓଷ୍ଟାର ବହଳଦା ବ୍ଲକ ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ, ଶିକ୍ଷକ ଅଭିଜିତ ଜେନା,ଅଶୋକ କୁମାର ପ୍ରଜାପତି,ସୁବୋଧ କୁମାର ସାହୁ, କାର୍ତ୍ତିକ ଚନ୍ଦ୍ର ବେହେରା ଶିକ୍ଷୟତ୍ରୀ ସୁରୁବାଲି ମାର୍ଣ୍ଡି, ସସ୍ମିତା ମହାନ୍ତ,ଜୁଲ୍ଲି ହେମ୍ବ୍ରମ,ସସ୍ମିତା ନାଏକ ପ୍ରମୁଖ ରକ୍ତଦାନ କରିଥିଲେI ଶିବିରରେ ରାଇରଙ୍ଗପୁର ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡାକ୍ତର ସୌମେଶ ମହାନ୍ତଙ୍କ ମାର୍ଗ ଦର୍ଶନରେ ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ଦେବବ୍ରତ ଗିରି,ଚିରଞ୍ଜିବି ମହାନ୍ତି, ସୁମନ୍ତ କୁମାର ଗିରି, ରଜନୀ ଭରପୁରିଆ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ I ଏଥିରେ ସକାଳର ରାଇରଙ୍ଗପୁର ବିତରକ ବିକାଶ କୁମାର ଶର୍ମା, ଅଧିକ ରକ୍ତଦାତା ଗତିକୃଷ ମହାନ୍ତ, ଶିକ୍ଷକ ଦାକ୍ଷିଣ ମୂର୍ମୁ, ସୌମିକ ଦାସ କାନୁନଗୋ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଜେ.ଆର.ସିଓ ସ୍ମୃତି ରଞ୍ଜନ ପାଣି ବିଭିନ୍ନ ସଚେତନତା ସ୍ଲୋଗାନ ପ୍ରଦାନ କରିଥିଲେ I ଏଥିରେ ଗଣମାଧ୍ୟମ ପ୍ରତିନିଧି ସୌରଭ କୁମାର ପଟ୍ଟନାୟକ, ସାମ୍ବାଦିକ ଅକ୍ଷୟ କୁମାର ବିଶ୍ୱାଳ,ମେଘନାଦ ହେମ୍ବ୍ରମ, ଧୀରେ ସାହୁ ପ୍ରମୁଖ ଉପସ୍ଥିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହିତ ” ଆଜାଦି କି ଅମୃତ ମହୋତ୍ସବ”ର କଥା ଉଲ୍ଲେଖ କରିଥିଲେ I ଶେଷରେ ସକାଳ ର ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ମନୋରଞ୍ଜନ ତିରିଆ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ I

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ ।

Related posts

ବ୍ଲକ୍ ସ୍ତରୀୟ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ 

Sunil Chandra Nayak

ଆଇନ ମହାବିଦ୍ୟାଳୟର ବାର୍ଷିକୋତ୍ସବ ସ୍ଲାଶ ଉଦଯାପିତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!