ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଵହଳଦା ଥାନା ପରିସରରେ ପୋଲିସ ଏବଂ ବନ ବିଭାଗ ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ

ମୟୂରଭଞ୍ଜ- ୧୫/୦୮/୨୨(ମସିହା) ଆଜାଦା କୀ ଅମୃତ ମହୋତ୍ସବ ଏବଂ ସ୍ବାଧିନତାର ୭୬ ବର୍ଷ ଅବସରରେ ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ପରିସରରେ ବହଳଦା ପୋଲିସ ଏବଂ ବହଳଦା ବନ ବିଭାଗ ଆନୁକୂଲ୍ୟରେ ମିଳିତ ଭାବେ ବୃକ୍ଷରୋପଣ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବହଳଦା ଥାନାଧିକାରୀ ରଂଜନ କୁମାର ବେହେରା ଏବଂ ମୁଖ୍ୟବକ୍ତା ଭାବେ ଵହଳଦା ବନାଞ୍ଚଳ ଅଧିକାରୀ ଶ୍ରୀମତୀ ସୁମତି ପାତ୍ର ଯୋଗ ଦେଇଥିଲେ । ଦେଶର ଶିଳ୍ପାୟନ, ବସ୍ତୁବାଦୀ ମଣିଷର ପ୍ରକୃତି, ମାତ୍ରାଧିକ ଖଣି ଖନନ,ଜଙ୍ଗଲ ଅବକ୍ଷୟ ଯୋଗୁଁ ବିଶ୍ବ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଦୃତ ଗତିରେ ବୃଦ୍ଧି ପାଉଛି ।ଯାହାଫଳରେ ସମଗ୍ର ଵିଶ୍ବବାସୀ ଚିନ୍ତିତ । ତେଣୁ ମଣିଷ ସମାଜକୁ କୃତ୍ରିମ ଜଙ୍ଗଲ ସୃଷ୍ଟି,ମାତ୍ରାଧିକ ବୃକ୍ଷରୋପଣ କଲେ ଯାଇଁ ପରିବେଶ କିଛିଟା ସନ୍ତୁଳିତ ହୋଇପାରିବ ବୋଲି ଅତିଥିଗଣ କହିଥିଲେ ।ପରେ ଥାନା ପରିସରରେ ବଉଳ,ଆମ୍ବ,ପଣସ,ପିଜୁଳି,ଚମ୍ପା,ଶାଳ,ଶାଗୁଆନ, ଅର୍ଜୁନ,ଦେବାରୁ,ଚମ୍ପା,ବଉଳ, ଜାମୁକୋଳି ବୃକ୍ଷ ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବନପାଳ ଜୀତେନ୍ଦ୍ର ବେହେରା,ମହାବୀର ସିଂ ମୁର୍ମୁ, ରତିକାନ୍ତ ପଲେଇ, ବନରକ୍ଷୀ ଶୁଭସ୍ମିତା ଗିରି,ମନସ୍ଵିନୀ ମହାନ୍ତ, ହେମନ୍ତ ହେମ୍ବ୍ରମ,ରାଜେଶ ନାଏକ, କନଷ୍ଟେବଳ ସରଜୁ ମହାନ୍ତ,,ଦିଲିପ କୁମାର ସିଂ,ମିଇସା ସୋରେନ ସହଯୋଗରେ ବୃକ୍ଷରୋପଣ କରାଯାଇଥିଲା । ଶେଷରେ ବନପାଳ ଜୀତେନ୍ଦ୍ର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

କୋସଲ ରାଜ୍ୟ ମୁକ୍ତି ମୋର୍ଚା କେ ଏମ୍ ଏମ୍  ର ପ୍ରଥମ ରାଜ୍ୟ ସ୍ତରିୟ ସାଙ୍ଗଠନିକ ବୈଠକ

Sunil Chandra Nayak

ନୂଆପଡା ଜିଲ୍ଲା ସାଂସ୍କୃତିକ ରଙ୍ଗମଞ୍ଚ ରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ମଇ ଦିବସ 

ବାବନ୍ଧ ଗ୍ରାମରେ ବାବାସାହେବ ଙ୍କ ମହାପରିନିର୍ବାଣ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!