ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାସୀଗାଁ ଗ୍ରାମ ପଂଚାୟତ ରେ ପି ଡି ସ ଚାଉଳ ବଣ୍ଟନ ରେ ମହା ଘୋଟାଲା , ମୃତ୍ୟୁ ବ୍ୟକ୍ତି ଙ୍କ ନାମରେ ବର୍ଷ ବର୍ଷ ଧରି ଉଠୁଛି ଚାଉଳ

ଜୁନାଗଡ଼,୧୬/୮(ମ ନି ସ) ରାଜ୍ୟ ସରକାର ନିରୀହ ଗରିବ ଲୋକ ଭୋକ ରେ ନରହିବେ ସେଥିପାଇଁ ଖାଦ୍ୟ ନିରାପତ୍ତା ଯୋଜନାରେ ସାମିଲ କରି ମାସକୁ ମୁଣ୍ଡ ପିଛା ୫କେ ଜି ଚାଉଲ ଦେବାର ବ୍ୟବସ୍ଥା କରିଛନ୍ତି । ହେଲେ କିଛି ଅସାଧୁ କର୍ମଚାରୀ ଏହି ଯୋଜନା ମାଧ୍ୟମରେ ନିଜେ ଲକ୍ଷପତି ହେଇଛନ୍ତି । ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଦାସିଗା ଗ୍ରାମ ପଞ୍ଚାୟତ ରେ ।ଏହି ପଂଚାୟତ ର ଯୋଗାଣ ସହାୟକ ମୃତ୍ୟୁ ହେଇଥିବା ଶହ ଶହ ବ୍ୟକ୍ତି ଙ୍କ ନାଁରେ ଦୀର୍ଘ ବର୍ଷ ହେଲା ପି ଡ଼ି ସ ଚାଉଳ ଉଠାଇ ନିଜେ ଖୋଲା ମାର୍କେଟ ରେ ବିକ୍ରି କରି ନିଜେ ମଲେମାଲ ହେଉଛନ୍ତି। ଦାସୀଗାଁ ଗ୍ରାମ ପଞ୍ଚାୟତ ରେ ପି ଏଚ ଏଚ କାର୍ଡ 1887,ଅନ୍ତଦେୟ କାର୍ଡ 205, ଏସ ଏ ଏସ ଏସ କାର୍ଡ 20 ,ଅର୍ଣ୍ଣପୁର୍ନ କାର୍ଡ 8 ରହିଥିବା ବେଳେ । ବହୁତ ହିତାଧିକାରୀଙ୍କ ମୃତ୍ୟୁ ହେଇଥିବା ସ୍ୱତେ ଦାୟିତ୍ୱ ରେ ଥିବା କର୍ମଚାରୀ ମୃତ୍ୟୁ ହେଇଥିବା ହିତାଧିକାରୀଙ୍କ ସମ୍ପର୍କୀୟ ଙ୍କ ଅଗୋଚର ରେ ବର୍ଷ ବର୍ଷ ହେଲା ଚାଉଳ ଉଠାଉ ଥିବା ଅଭିଯୋଗ ହେଇଛି। ମୃତ୍ୟୁ ହେଇ ଥିବା ହିତାଧିକାରୀ ହେଲେ ସୁଭଦ୍ରା ମଝି,ସୁରଭି ମାଝୀ, କୁନ୍ତୀ ପ୍ରଧାନୀ, ବାସମାତି ହରିଜନ,ଡମ୍ବରୁ ନାଗ, ତ୍ରିନାଥ ସୁନାନୀ,ବିଲ ନିଆଲ,ମେଜେଟ ବେବା,ଲଷ୍ମୀ ହଳଧର, ସତ୍ୟବାନ ବାଗ,ରବି ଶବର,ପର୍ଶୁ ରାମ ମାଝୀ,ଖଗେଶ୍ୱର ବେମାଲ,ଲଷ୍ମୀ ବେମାଲ ଏପରି ଅନେକ ହିତାଧିକାରୀଙ୍କ ମୃତ୍ୟୁ ହେଇ ଥିଲେ ମଧ୍ୟ ଯୋଗାଣ ସହାୟକ କୌଶଳ କ୍ରମେ ଏହି ଦୁର୍ନୀତି କରୁଥିବା ଅଭିଯୋଗ ହେଇଛି।ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କଲେ ଆହୁରି ଅନେକ ଦୁର୍ନୀତି ପଦାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ  

Sunil Chandra Nayak

ରାଉରକେଲା ବିକାଶ ମଞ୍ଚର ଚତୁର୍ଥ ଜନ ସଚେତନତା ଅଭିଯାନ

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!