ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରିଷ୍ଠ ମାନଙ୍କୁ ସମ୍ମାନ ଜଣାଇଲେ ବିଧାୟକ

ବାଲେଶ୍ଵର,୧୬/୮/୨୨- ପବିତ୍ର ୭୬ ତମ ସ୍ବାଧୀନତା ଦିବସ ଅବସରରେ ବରିଷ୍ଠ ନାଗରିକ ମାନଙ୍କୁ ସମ୍ମାନ ଜଣାଇଲେ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ । ଏହି ଉପଲକ୍ଷେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଣତ୍ରୀ ପଞ୍ଚାୟତ ଜଳଙ୍ଗ-ଗଣ୍ଡିବେଡ ଠାରେ ଥିବା ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଏକ ସଭା ଆୟୋଜନ ହୋଇଥିଲା । ଯେଉଁଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ୬ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟା ସୁଷମା ମହାପାତ୍ର, ମାଣତ୍ରୀ ପଞ୍ଚାୟତ ସମିତି ସଭ୍ୟ ନାରାୟଣ ଦାସ, ସରପଞ୍ଚଙ୍କ ପ୍ରତିନିଧି, ପୂର୍ବତନ ସମିତି ସଭ୍ୟ ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଥମେ ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେ ବିଦ୍ୟାଳୟ ଟପ୍ପର ଛାତ୍ର ଭବାନୀ ଶଙ୍କର ତ୍ରିପାଠୀ ଓ ଛାତ୍ରୀ ସୁଶ୍ରୀ ସଙ୍ଗୀତା ପଣ୍ଡାଙ୍କୁ ପ୍ରଶଂସା ପତ୍ର ପ୍ରଦାନ ପରେ ସଭାକାର୍ଯ୍ଯ ଆରମ୍ଭ ହୋଇଥିଲା । ଚଣ୍ଡୀ ମନ୍ଦିରର ଉନ୍ନତି ପାଇଁ ମୁଁ ସଦାସର୍ବଦା ସଂଗ୍ରାମ ଜାରି ରଖିଛି, ଖୁବ୍ ଶୀଘ୍ର ଚଣ୍ଡିମାତା ମନ୍ଦିରର ଉନ୍ନତି କାର୍ଯ୍ୟ ଆରମ୍ଭ କରାଯିବ, ଭକ୍ତଙ୍କ ପାଇଁ ସର୍ବଵିଧ ଉନ୍ନତି ଓ ମନ୍ଦିର ବେଢ଼ା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ୧୦ ଲକ୍ଷ ଦେବା ପାଇଁ ଘୋଷଣା କରିଥିଲେ ବିଧାୟକ । ବିଧାୟକ ଶ୍ରୀଯୁକ୍ତ ପାଣିଗ୍ରାହୀ ଉପସ୍ଥିତ ବିଡ଼ିଓ ପର୍ଶୁରାମ ପଣ୍ଡାଙ୍କୁ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ପାଇଁ କହିଥିଲେ । ସଭା ଶେଷରେ ବରିଷ୍ଠ ନାଗରିକ ମାନଙ୍କୁ ଉତ୍ତରୀୟ ଏବଂ ପରିବେଶ ସୁରକ୍ଷା ପାଇଁ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଦେଇଥିଲେ । ଏଥିରେ ମନ୍ଦିର ଟ୍ରଷ୍ଟ ବୋର୍ଡର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଓଲଟିଲା ଟମାଟୋ ବଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍ପର 

Sunil Chandra Nayak

ମାରୁଓ୍ବାଡୀ ଯୁବା ମଞ୍ଚ ପକ୍ଷରୁ ବୋଲବମ ଭକ୍ତମାନଙ୍କୁ ସେବା ପ୍ରଦାନ

Sunil Chandra Nayak

ବହୁଚରା ମାତାଙ୍କ ପୂଜାନୋତ୍ସଭ ଓ ଉତ୍କଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!