ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଉଦ୍ୟାନ ସୃଷ୍ଟି ସମେତ ସେଲ୍ଫି ପଏଣ୍ଟ

ଆନନ୍ଦପୁର -: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳିତ ହେଉଥିବା ଆଜାଦି କା ଅମୃତ ମହୋତ୍ସବ ଅବସରରେ ଆନନ୍ଦପୁର ମହାବିଦ୍ୟାଳୟ ପରିସରରେ 1986-88 ମସିହାରେ ପଢ଼ୁଥିବା ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ମନଲାଖି ତଥା ଅଭିନନ୍ଦନୀୟ କାର୍ଯ୍ୟ ଦେଖିବାକୁ ମିଳିଛି l ଦୀର୍ଘ ୩୫ ବର୍ଷ ର ବ୍ୟବଧାନ ପରେ ଏହି ବ୍ୟାଚ ର ପିଲାମାନଙ୍କ ଦ୍ୱାରା ମହାବିଦ୍ୟାଳୟ ର ଶ୍ରୀ ବୃଦ୍ଧି ନିମନ୍ତେ ଏକ ସୁନ୍ଦର ପଦକ୍ଷେପ ସଦୃଶ ଗୋଟିଏ ଉଦ୍ୟାନ ସୃଷ୍ଟି କରିଛନ୍ତି, ସେ ମଧ୍ୟରେ ଏକ ସେଲ୍ଫି ପଏଣ୍ଟ ଏହାର ଶୋଭାକୁ ଦ୍ଵିଗୁଣିତ କରିଛି l ଏହି ଅବସରରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠି, ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠି ଓ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମେଜର (ଡ଼)ଦିଲ୍ଲୀପ ଦାଶ ଉପସ୍ଥିତ ରହି ଏହି ଉଦ୍ୟାନ ଓ ସେଲ୍ଫି ପଏଣ୍ଟ କୁ ଉଦଘାଟନ କରିଥିଲେ l ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାର ନିଜସ୍ୱ ଖର୍ଚ୍ଚ ରେ କରିଥିବା ଏଭଳି କାର୍ଯ୍ୟ କୁ ଅତିଥି ତଥା ମହାବିଦ୍ୟାଳୟ ର ଅଧ୍ୟାପକ ମାନେ ଉଚପ୍ରଶଂସା କରିଥିଲେ l ପୁରାତନ ଛାତ୍ର ମାନଙ୍କ ମଧ୍ୟରେ ଦିଲ୍ଲୀପ ମିଶ୍ର, ତନ୍ମୟ ବିଶୋଇ, ରାମ ନାରାୟଣ ରାଉତ, ଦେବାଶିଷ ପଟ୍ଟନାୟକ, ଦୀପକ ଦାଶ, ଦୁର୍ଗାଶଙ୍କର ପରିଡା, ରଶ୍ମି ରଞ୍ଜନ ରାଉତ, ସିଦ୍ଧାର୍ଥ ଶଙ୍କର ରାୟ, ପରେଶ ରାଉତ,ଦୀପ୍ତିକାନ୍ତ ମହାପାତ୍ର, ମାଧବାନନ୍ଦ ସାହୁ, ବିଶ୍ୱଜିତ ଦାସ, ଅମୀୟ ଜେନା, ସନାତନ ଖୁଣ୍ଟିଆ, ମଧୁସୂଦନ ସାହୁ,ସୌନକ ଶିତିମୟ ଦାସ, ନୃସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ 

Related posts

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ ବେହେରା ଗସ୍ତ

Sunil Chandra Nayak

ଦଣ୍ଡପାଟ ଘାଟିମୁଣ୍ଡିଆଣୀ ସର୍ବ ମଙ୍ଗଳାଙ୍କ ବାର୍ଷିକ ଦଶରା ଆରମ୍ଭ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଶବ୍ଦ ତୁମେ

Sunil Chandra Nayak

Leave a Comment

error: Content is protected !!