ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଝାଡ଼ାବାନ୍ତି ପ୍ରବଣ ଗ୍ରାମ ଅନୁଧ୍ୟାନ କରି ଫେରିଲେ ବିଡ଼ିଓ _ଆଗରୁ ଅନୁଧ୍ୟାନ କରିଥିଲେ ସ୍ବାସ୍ଥ୍ୟ ଅଧିକାରୀ

ତେନ୍ତୁଳିଖୁଣ୍ଟି -୧୭/୮/୨୨. ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ପୁଜାରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟିପଦର୍ ଗ୍ରାମରେ ଏକ ସପ୍ତାହ ହେଲା ଝାଡ଼ାବାନ୍ତି ଥମିବାର ନା ଧରୁନି।ଗ୍ରାମର ମକୁନ୍ଧ୍ ସାନ୍ତା ଙ୍କୁ ପ୍ରଥମ ଆକ୍ରାନ୍ତ ହୋଇଥିବା ବେଳେ ପ୍ରତିଦିନ ଦୁଇ ରୁ ଅଧିକ ରୋଗୀ ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ନାମ ପଞ୍ଜିକରଣ କରାଯାଉଥିବା ଜଣାପଡ଼ିଛି। ଗୋଟିଏ ପରେ ଗୋଟିଏ ରୋଗୀ ଗ୍ରାମରୁ ବାହାରୁ ଥିବାରୁ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ନିଦ ହଜେଇ ଦେଇଛି। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସାମଲାଇ ପ୍ରସାଦ ପଣ୍ଡା ତାଙ୍କ ଟିମ୍ ସହିତ ଆକ୍ରାନ୍ତ ଗ୍ରାମକୁ ପରିଦର୍ଶନ କରି ଫେରିଛନ୍ତି।ଗ୍ରାମ ରେ ଏକ ସ୍ବାସ୍ଥ୍ୟ ଟିମ୍ ସଜାଗ ହୋଇ ରହିଛନ୍ତି। ଡ୍ରେନ ନାଳ ଗୁଡ଼ିକ ରେ ବିଭାଗ ତରଫରୁ ଡିଡିଟି ଚିଞ୍ଚନ କରାଯାଇଛି। ଅଙ୍ଗନ୍ ବାଡ଼ି କର୍ମୀ ଆଶା ଦିଦି ଙ୍କୁ ନେଇ ଘରେ ଘରେ ସଚେତନତା କରା ଯାଉଛି। ହେଲେ ମଧ୍ୟ ଗ୍ରାମରେ ଅପରିଷ୍କାର ପରିବେଶ ଦେଖିବାକୁ ମିଳୁଛି।ଗତକାଲି ପୁଜାରିଗୁଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ଗ୍ରାମକୁ ଗସ୍ତ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ସହିତ ଆଲୋଚନା କରିବେବୋଲି କହିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ଯୋଧନ ଭୋଇ ସନ୍ଧ୍ୟା ସମୟରେ ସଂପୃକ୍ତ ଗ୍ରାମକୁ ଯାଇ ପରିବେଶ ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେବା ସହିତ ନଳ କୂପ ପାଣି ହାତରେ ନେଇ ତାର ମାନ ନିରୀକ୍ଷଣ କରିଥିଲେ। ଗ୍ରାମବାସୀଙ୍କ ଠାରୁ ଦିନକୁ ଦିନ ରୋଗୀ ସଂଖ୍ୟା ବଢି ବଢ଼ି ଯାଉ ଥିବା ଶୁଣି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଥିବା ଗ୍ରାମବାସୀଙ୍କ ଠାରୁ ପ୍ରକାଶ।ଅପରପକ୍ଷେ ପୂଜାରୀଗୁଡ଼ା ସରପଞ୍ଚ ଓ ଯୁବ ଗୋଷ୍ଠୀ ଙ୍କ ନେତୃତ୍ୱରେ ଗ୍ରାମରେ ଅନାବନା ଡ୍ରେନ ନାଳ ଅପରିଷ୍କାର ହୋଇ ପଡ଼ି ରହିଥିବା ଅଳିଆ ଗୁଡ଼ିକ ସଫେଇ ଆରମ୍ଭ କରାଯାଇଛି ନନ୍ଦାହାଣ୍ଡି ବ୍ଲକ୍ ପରେ ଏବେ ତେନ୍ତୁଳିଖୁଣ୍ଟି ବ୍ଲକ୍ ରେ ଭୟର ବାତାବରଣ ସୃଷ୍ଟି କରିଛି।ଦିନକୁ ଦିନ ରୋଗୀ ସଂଖ୍ୟା ଦୁଇ ରୁ ଚାରି ବୃଦ୍ଧି ପାଉଥିବାରୁ ତୁରନ୍ତ ଜିଲ୍ଲା ସ୍ତରୀୟ ଏକ ସ୍ବାସ୍ଥ୍ୟ ଟିମ୍ ଆସି ଚିକିତ୍ସା କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି । ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ସହିତ ଯୋଗା ଯୋଗ କରିବାରୁ ତୁରନ୍ତ ଏହାର ପ୍ରତିକାର ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି।

ଗୋବର୍ଦ୍ଧନସାହୁ ,ତେନ୍ତୁଳିଖୁଣ୍ଟି

Related posts

ଦୀପାବଳୀ ଓ ଶ୍ୟାମାକାଳୀ ଜନ୍ମ ମହୋତ୍ସବ ଉପଲକ୍ଷେ ଦକ୍ଷିଣ କାଳୀ ମନ୍ଦିରରେ ଚଣ୍ଡି ମହାଯଜ୍ଞ

Sunil Chandra Nayak

ବିଶେଶ୍ୱର ଦାସଙ୍କ ପରଲୋକ

Sunil Chandra Nayak

କବିତା ସାହୁ ଙ୍କ କବିତା – ଚୈତ୍ର ମଙ୍ଗଳବାର 

Sunil Chandra Nayak

Leave a Comment

error: Content is protected !!