ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିମଳାଗଡ-ତାଳଚେର ରେଳପଥ ଶୁଣାଣି ଆସନ୍ତା ଅଗଷ୍ଟ ୮ରେ..

ରାଉରକେଲା/ ରାଉରକେଲା ସଚେତନ ନାଗରିକ ମଞ୍ଚ ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ବିମଳାଗଡ ତାଳଚେର ରେଳପଥକୁ ଯଥାଶୀଘ୍ର ପୂର୍ଣ୍ଣାଙ୍ଗ କରାଯିବା ପାଇଁ ଦିଆଯାଇଥିବା ଜନସ୍ବାର୍ଥ ମାମଲାର ଶେଷ ଶୁଣାଣି ଆସନ୍ତା ଅଗଷ୍ଟ ମାସ ୮ତାରିଖ କୁ ଧାର୍ଯ୍ୟ କରାଯାଇଛି ବୋଲି ମଂଚର ସାଧାରଣ ସଂପାଦକ ପି.ପି.ରାୟ ଜଣାଇଛନ୍ତି। ଜିଲ୍ଲା ତଥା ରାଜ୍ୟର ଆବଶ୍ୟକତା ଦୃଷ୍ଟିରୁ ଏହି ରେଳପଥ ତିଆରି ଅତ୍ୟନ୍ତ ଜରୁରୀ ହୋଇ ପଡିଥିବାବେଳେ ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ବିଶେଷ ଗୁରୁତ୍ୱ ନଦେବା ତଥା ରେଳପଥ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ନେଇ ସହରର ବିଭିନ୍ନ ୩୨ଗୋଟି ଅନୁଷ୍ଠାନ ତରଫରୁ ସଚେତନ ନାଗରିକ ମଞ୍ଚ ନେତୃତ୍ବରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ବିଭିନ୍ନ ସମୟରେ ଏହି ମାମଲାର ଶୁଣାଣି କରାଯାଇଥିବା ବେଳେ ଏବେ ଏହି ମାମଲାର ଶୁଣାଣି ମାନ୍ୟବର ମୁଖ୍ୟ ବିଚାରପତି ଓ ଅନ୍ୟତମ ମାନ୍ୟବର ବିଚାରପତି ଆର.କେ.ପଟ୍ଟନାୟକ ଙ୍କ ଦ୍ବାରା ଆସନ୍ତା ଅଗଷ୍ଟ ମାସ ୮ତାରିଖ ଦିନ ଶେଷ ଶୁଣାଣି କରାଯିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ଶ୍ରୀ ରାୟ ଜଣାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ରାତ୍ର ୯ ଘଣ୍ଟା ସମୟ ସୁଦ୍ଧା କଳାହାଣ୍ଡି ଜିଲ୍ଲାରେ ୩ ନମ୍ବର ଜୋନର ଭୋଟ ଗଣତି 

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ପିଠିଆ ବଳଦ ମୁଁ

Sunil Chandra Nayak

ଗାଁ ରେ ନାହିଁ ପୋଖରୀ ପଲମା ଝରଣ ହିଁ ଗାଁ ଲୋକଙ୍କ ସାହା ଭରସା

Sunil Chandra Nayak

Leave a Comment

error: Content is protected !!