ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ଟ୍ରାଫିକ ସମସ୍ୟା ବାବଦରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଦାବିପତ୍ର ସହ ଆଲୋଚନା

ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ନଗର ଶାଖା ସଭାପତି ଅମରେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ତଥା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ସହର ମଧ୍ୟରେ ଉପୁଜିଥିବା ଟ୍ରାଫିକ ସମସ୍ୟା ଉପରେ ଆଲୋଚନା ପୂର୍ବକ ଦାବିପତ୍ର ପ୍ରଦାନ କରିଥିଲେ l ଏହି ଆଲୋଚନାରେ ଫୋରମର କାର୍ଯ୍ୟକାରି ସଭାପତି ତଥା ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର ଦାବି କରିଥିଲେ ଯେ ସହର ମଧ୍ୟରେ ଥିବା ରାସ୍ତାର ପ୍ରଶସ୍ତ ଷାଠିଏ ଫୁଟ ରୁ ଉର୍ଦ୍ଧ ଅଛି l ତେଣୁ ଏହି ରାସ୍ତାର ମଝିରେ ଡିଭାଇଡର ଦେଇ ଦୁଇ ଥାକିଆ ରାସ୍ତା କରାଯିବା ନିହାତି ଆବଶ୍ୟକ l ସହର ମଧ୍ୟରେ ଅନେକ ଷଣ୍ଢ ଗୋରୁ ଗାଈ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି l ସେହିପରି ଫୋରମର ଜିଲ୍ଲା ସମ୍ପାଦକ ଭରତ କୁମାର ଦାସ ସୂଚନା ଦେଇଥିଲେ ଯେ ପ୍ରାୟ ପଚାଶ ବର୍ଷ ପୂର୍ବରୁ ଏତେ ଜନ ବସତି ଓ ଯାନ ବାହାନ ନଥିବା ବେଳେ ଷାଠିଏ ଫୁଟ ରାସ୍ତା ଥିଲା l ଏବେ ଏହା ଆଶାତୀତ ଭାବେ ବୃଦ୍ଧି ପାଇଥିବାରୁ ଏବଂ କିଛି ଲୋକଙ୍କ ଜବର ଦଖଲ କରିବା ଫଳରେ ଏବେ ବିକଟାଳ ପରିସ୍ଥିତି ସୃଷ୍ଟି ହୋଇଛି l ଉକ୍ତ ସମସ୍ୟା ଗୁଡିକର ଆସୁ ସମାଧାନ ପାଇଁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ମିଳିତ ଭାବେ ଆଶ୍ୱାସନା ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବି ଦିପ୍ତିଶ ପ୍ରସାଦ ପଟ୍ଟନାୟକ, ଫୋରମର ଉପଦେଷ୍ଟା ପଙ୍କଜ କୁମାର ନାୟକ, ଆଇନଜୀବି ଦୀପକ ପ୍ରସାଦ ପଟ୍ଟନୟକ,ଆଇନଜୀବି ଗୁପ୍ତେଶ୍ୱର ମିଶ୍ର,ଆଇନଜୀବି ଅମ୍ବିକା ପ୍ରସାଦ ମିଶ୍ର,ପ୍ରଭାତୀ ମହାପାତ୍ର,ବନଜା ମାନସିଂ,ବିଚିତ୍ର ସାହୁ,ଯୁଗଳ କିଶୋର ପ୍ରଧାନ, ପରେଶ୍ ମହାନ୍ତି, ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ,ମୁରଲୀ ପଟ୍ଟନାୟକ, ନଗେନ କର, ମନ୍ମଥ ରାଓ, ଅଶୋକ ସ୍ୱାଇଁ, ଇଂ ସ୍ଵାଗତ ସିଂ, ଦଣ୍ଡପାଣି ଦାସ, ଗୋକୁଳା ନନ୍ଦ ଗୁ ମାଝି ଆଦି ଅନେକ କାର୍ଯ୍ୟକର୍ତ୍ତାଙ୍କ ସହିତ ପ୍ରଗତିଶୀଳ ନାଗରିକ ମଞ୍ଚର ସଂଯୋଜକ ଜିତେନ୍ଦ୍ର ବେହେରା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ସଂସାର

Sunil Chandra Nayak

ପୋଷାକ ବିତରଣ ଉତ୍ସବ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!