ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୋଗରା ଜମି ଜବରଦଖଲ ନେଇ ତହସିଲଦାରଙ୍କୁ ଫେରାଦ ହେଲେ ବଡ଼ ପୋଡ଼ାଗୁଡା ପଞ୍ଚାୟତ ଗ୍ରାମବାସୀ

କୋକସରା,୧୭/୮- ( ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ପଞ୍ଚାୟତ ଅନ୍ତର୍ଗତ ଭାଳିଆଯୋର ଗ୍ରାମରେ ଦେବାଦେବୀଙ୍କ ସେବାପୂଜା ପାଇଁ ରହିଥିବା ୧୭ ଏକର ୫୨ ଡିସମିଲ ସରକାରୀ ଭୋଗରା ଜମିକୁ ଗ୍ରାମର ଝାଙ୍କର କାଶିନାଥ ଧଙ୍ଗଡା ମାଝୀ ପୁରୁଷାନୁକ୍ରମେ ଦଖଲ କରି ଆସୁଛନ୍ତି ଓ ଅଞ୍ଚଳରେ ଦେବାଦେବୀ ଙ୍କ ପୂଜାର୍ଚ୍ଚନା କରି ଆସୁଛନ୍ତି। ତେବେ ଭାଳିଆଯୋର ଗ୍ରାମର ଖଗେଶ୍ବର ଧଙ୍ଗଡା ମାଝୀ, ଅମର ସିଂ ଧଙ୍ଗଡା ମାଝୀ, କିଶୋର ଧଙ୍ଗଡା ମାଝୀ, ରଣସାଏ ଧଙ୍ଗଡା ମାଝୀ ଗ୍ରାମରେ ଏକ ନୂତନ ଦେବୀ ପିଠ ନିର୍ମାଣ କରି ଉପରୋକ୍ତ ଜମିକୁ ବଳପୂର୍ବକ ଜବର ଦଖଲ କରୁଥିବା ନେଇ ଅଭିଯୋଗ ହୋଇଛି। ଏହି ସରକାରୀ ଭୋଗରା ଜମି ଦଖଲ ପାଇଁ ମାନ୍ୟବର ସିଭିଲ ଜର୍ଜ ୩୧/୦୧/୨୦୧୩ ରେ କାଶିନାଥ ଧଙ୍ଗଡା ମାଝୀ ଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି ଓ ଏନେଇ ପୂର୍ବରୁ ଏକ ଚୁକ୍ତିନାମା ୫/୦୪/୨୦୧୦ ରେ କୋକସରା ଥାନା ରେ ମଧ୍ୟ ହୋଇଛି। କିନ୍ତୁ ଗ୍ରାମର ଏହି ବ୍ୟକ୍ତି ମାନେ ବିଭିନ୍ନ ସମୟରେ ବିଶୃଙ୍ଖଳା କରି କୋର୍ଟ ନିର୍ଦ୍ଦେଶ ଓ ଥାନା ରାଜିନାମାକୁ ବେଖାତିର କରି ଏକ ଗୋଷ୍ଠି ବଳପୂର୍ବକ ଦଖଲକୁ ନେଇଛନ୍ତି। ଏହାକୁ ବିରୋଧ କରି ବଡ଼ପୋଡ଼ାଗୁଡା, ଭାଳିଆଯୋର ଦାବ୍ରିଗୁଡା, ତଲାଗାଁ, ସର୍ଗିଗୁଡା, ରଏନଗୁଡା, ବାବେ କୋହରା, ତେଲିଗୁଡା ଗ୍ରାମର ବଳଭଦ୍ର ପୁଝାରି, ରାମକୃଷ୍ଣ ମାଝୀ, ପୋଡ଼ାଗୁଡା ସରପଞ୍ଚ ପ୍ରତିନିଧି ଧର୍ମାନନ୍ଦ ନାଏକ, ଵିଡୁ ନାଏକ, ବିରେନ ନାଏକ, ପ୍ରଫୁଲ୍ଲ ନାଏକ, ପରକ୍ଷିତ ବେଶ୍ରା, ହରିଶ୍ଚନ୍ଦ୍ର ନାଏକ, ଚତୁର ପୁଝାରି, ଦାମୁ ପୁଝାରି, ଭଜମନ ନାଏକ, ଗଣପତି ନାଏକ, ନିଳାମ୍ବର ପୁଝାରି, ଦେବ ପୁଝାରି, ଗୋବର୍ଦ୍ଧନ ପୁଝାରି ଙ୍କ ସମେତ ୮ ଖଣ୍ଡ ଗ୍ରାମର ଗ୍ରାମବାସୀ ମାନେ ବୁଧବାର କୋକସରା ତହସିଲଦାର କାର୍ଯ୍ୟାଳୟରେ ଆସି ଭୋଗରା ଜମିକୁ ଜବରଦଖଲ କାରୀ ଙ୍କ ଠାରୁ ମୁକ୍ତ କରି ଡିଗ୍ରୀ ପାଇଥିବା କାଶୀନାଥ ଧଙ୍ଗଡା ମାଝୀଙ୍କୁ ହସ୍ତାନ୍ତର କରିବାକୁ ଅଭିଯୋଗ କରିଛନ୍ତି। ଏନେଇ କୋକସରା ତହସିଲଦାର ରାକେଶ ପରୁଆଙ୍କ ପ୍ରତିକ୍ରିୟା ନେବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଳି କହିଛନ୍ତି।

Related posts

ପ୍ରକାଶ ପରିଡ଼ା ହେଲେ ଜିଲ୍ଲା ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ କିରାଣୀ ସଂଘର ସଭାପତି

Sunil Chandra Nayak

ବିଶ୍ଵ କବିତା ଦିବସ

Sunil Chandra Nayak

ଏ ଆଇ ସି ସି ସଭ୍ୟ ତରୁଣ ମାଝୀ ହେଲେ ବିହାର ମୁଙ୍ଗେର  ଡି ସି ସି ର ରିଟରନୀଙ୍ଗ ଅଫିସର

Sunil Chandra Nayak

Leave a Comment

error: Content is protected !!