ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର୍‌ ପଁଡା ଙ୍କ କବିତା କବି ଆଉର୍‌ ଗୁହୁଡ଼ି ମୁଖିଆ

କବି ଆଉର୍‌ ଗୁହୁଡ଼ି ମୁଖିଆ

କବି ସିନା ଜନେ ଗୁହୁଡ଼ି ଭର୍‌ନେ
ବିନ୍‌ ପଏସିଆ ଘିନୁଆଁ 
କବି ବୁପ୍‌ରା କେନ୍‌ କୁତିକେ ଯିବା
ତାର୍‌ ଲାଗି ସଭେ ନୂଆଁ। ୧
କବିର୍‌ ଲେଖାକେ ଗୁହୁଡ଼ି ମୁଖିଆ
ବାଂଧିଥିବା କାଏଁ ଦୁଆଁ ଧରି
ବନ୍‌ଏ ଲେଖା କେଭେଁ ନି’ରହେ ଠାନେକେ
ଉଡ଼ି ବୁଲ୍‌ସି ଫଏଲି କରି। ୨
ନିଜର୍‌ ଗୁହୁଡ଼ିନୁ ଉନିଆ ଆଡ଼େଁ ଯଦି
ଦେଖିଦେଲେଁ କବିର୍‌ ଲେଖା
ମୁଖିଆ ତୁର୍‌ତି ଗୁହୁଡ଼ି ସଂବିଧାନ୍‌ ବନାସି 
ନିଜ୍‌କେ ଭାବି ଗୁହୁଡ଼ି ଗଖା। ୩
କବି କେଭେଁ କାହାର୍‌ ଘିନୁଆଁ ନୁହେସେ ଯେ
ରହେବା ଖାଲି ଗୁଟେ ଠାନେ
ଯେନ୍‌ଆଡ଼େଁ ଦେଖ୍‌ ଆସର୍‌ ଚାଲିଛେ ହୋ
କରୁଛନ୍‌ ମୁଖିଆମାନେ। ୪
କବି ନିଶ୍ଚେ ଚାହେଁସି ତାର୍‌ ଲେଖା ସବୁ
କିଏ ଜନେ ଛାପୁ ବହି
କବି ପାହିଗଲେଁ ଭାଲ୍‌ନି ନାଇନ
ଲେଖାଟା ତ ପାର୍‌ବା ରହି। ୫
ମୋବାଇଲ୍‌ ଲେଖା ପଢ଼ି କବିକେ ଜାନ୍‌ବ
ହେଲେଁ ମୋବାଇଲ୍‌ ପତ୍‌ରିକା 
ଆମ୍‌ ଲେଖିଥିଲେଁ ଲିମ୍‌ ବନେଇଥିବେ
ପଢ଼୍‌ସନ୍‌ ଜନ୍‌ଦୁ ଏକା। ୬
ଗୁହୁଡ଼ି ମୁଖିଆ ନାତି ବଏସିଆ
କବି ଥିବା ସୁଦ୍‌ ବୁଢ଼ା
ମୁଖିଆ ନିଜ୍‌କେ ଗଖା ସିଆନ୍‌ ଭାବି
ବୁଢ଼ାକୁଁ କହିଦେସି ବେଡ଼ା। ୭
ମୁଖିଆ ଲଡ଼୍‌କୋକଚୋ ପୁଷି ଗୁଟାଦୁ ପିଚୋ
ଚଲଉଥିସି ଗୁହୁଡ଼ି 
ଶ୍ରୀ ଅକ୍ଷର୍‌ ଯାହାକେ ଜନା ନି’ଥିଲେଁ ଭିଲ୍‌
ତାଫିନ୍‌ କରୁଥିବେ ମେଛା ମୁଡ଼ି।୮
କେଭେଁ କିଛି କେନ୍‌ ଗଡ଼୍‌ବଡ଼୍‌ ହେଲେଁ
ମୁଖିଆର୍‌ ନି’ଥିଲେଁ ଭି ଦୋଷ୍‌
ହୁଦେ ଲୋକ୍‌ ମିଶି ଘୁଡ଼୍‌କିସନ୍‌ ତାହାକେ
ଉଡ଼ିଯାଏସି ବୁପରାର୍‌ ହୋସ୍‌। ୯
ଏକ୍‌ପଦୀ କବିତା ଦୁଇଧାଡ଼ି ଥିବା
ଫଟୁ ପରାତ୍‌ନୁ ଗଖା
ଧନ୍ଯବାଦ୍‌ ଜୁହାର୍‌ ଶବଦ୍‌ ଶୁନି ଦେଖି
ଚାଲିଥିସି ତେଲ୍‌ ମଖା। ୧୦
ରୋଜ୍‌ ପଦେ ପଦେ ଲେଖ୍‌ବାର୍‌ ବଦ୍‌ଲେଁ
ଲେଖ୍‌ତେ ଯଦି ଗୁଟେ ବହି
ସମଲ୍‌ପୁରି ବୁଲିର ଉଛ୍‌ଲିତା ଭଦ୍‌ରି 
କବି ପାର୍‌ତାଁ ତାକୁଁ କହି। ୧୧
ପଢ଼ାଲିଖା ମୁଖିଆ ଭି ପଡ଼ି ଇ ଚକର୍‌ଥିଁ
ହରେଇ ଚାଲିଛନ୍‌ ବୁଦ୍ଧି
ଅଭିନଂଦନ୍‌ ଶବଦ୍‌ ଶୁନିକରି ବୁପ୍‌ରେ
ଆତ୍‌ମା କରୁଛନ୍‌ ସିଦ୍ଧି। ୧୨
ସମଲ୍‌ପୁରି କୋଶ୍‌ଲୀ ଗୁଟେ ବୁଲି ବଲି
କହେଲେଁ ଭି ବଡ଼୍‌ଭାଗି କବି
ଲେଖା ପଢ଼ିକରି ଉଲ୍‌ଟିଆ ହିସାବେଁ
ଟାଁଚେନ୍‌ ଦେସନ୍‌ କାଣା ଭାବି।୧୩
ବୁଲି କେନ୍‌ ହିସାବେଁ ବର୍‌କଷ୍‌ ହେବା
ସେ କଥାକେ ଭାବି ସଭେ
ହକାବାଦି ଛାଡ଼ି ସାହିତ୍ଯ ସୁଧାର୍‌ଲେଁ
ଶିଘେଁ ଠାନ୍‌ ପାଏତାଁ କେଭେଁ। ୧୪
ନିଜେଁ ଦେଖେଇ ହେବାର୍‌ ଛାଡ଼ିକରି ଯଦି
ଯେତେ ଅଛନ୍‌ କବି ମୁଖିଆ
ନିଜର୍‌ ବୁଲିଥିଁ ଲେଖ୍‌ଲେଁ ରୋଜ୍‌ ସଭେ
ବୁଲି ଶିଘେଁ ହେତା ଠିଆ। ୧୫

ଗଅଁଲିଆ କବି ସୁଧୀର୍‌ ପଁଡା

Related posts

ବେଣୁଧର ସୂତାର ଙ୍କ କବିତା ବୟସ ନଦୀର ତୀରେ

Sunil Chandra Nayak

ମ,ରାମପୁର ଔଷଧ ବ୍ୟବସାୟୀ ସଂଘ ର ବୈଠକ

Sunil Chandra Nayak

ଆଇଏଏସ୍‌ ସ୍ତରରେ ଅଦଳବଦଳ: ବିଜ୍ଞପ୍ତି ପ୍ରକାଶ ,ବେଦଭୂଷଣ, ଆଇଏଏସ ଧର୍ମଗଡ ଉପଜିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!