ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରସ୍ବତୀ ଶିଶୁମନ୍ଦିର କୁସୁମଖୁଣ୍ଟି ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ 

କୋକସରା,୧୯/୮- (ମ ନି ସ) କୋକସରା ବ୍ଲକ କୁସୁମଖୁଣ୍ଟି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଧାନାଚାର୍ଯ୍ୟ ଭବାନୀ ଶଙ୍କର ବେହେରା ଙ୍କ ତତ୍ତ୍ଵାବଧାନରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି ।ମୂଖ୍ୟଅତିଥି ଭାବେ ଏଲ୍ ଆଣ୍ଡ ଟି୍ କମ୍ପାନୀ ମ୍ୟାନେଜର ରଘୁପତି ସତନାମ ଯୋଗ ଦେଇଥିଲେ l ଏହି ଅବସରରେ ଗୁରୁଜୀ ଉତ୍ତମ କୁମାର ପଣ୍ଡା ଙ୍କ ପରିଚାଳନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଛାତ୍ର ଛାତ୍ରୀ ଙ୍କ ରାଧା କୃଷ୍ଣ ବେଶ ଉପରେ ପ୍ରଦର୍ଶନୀ ହୋଇଥିଲା l ଅନୁଷ୍ଠାନର ଉପଦେଷ୍ଟା ବୃନ୍ଦାବନ ପୁଝାରୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସଭାପତି ହରେକୃଷ୍ଣ ନାଏକ ,ସମ୍ପାଦକ ଦିଗନ୍ତ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ନରେଶ କୁମାର ପଣ୍ଡା, ସଦସ୍ୟା ଶ୍ରୀମତୀ ମଞ୍ଜୁଳତା ବାଗ ,ସଦସ୍ୟା ରୁକ୍ମଣୀ ରାଉତ ଉପସ୍ଥିତ ରହିଥିଲେ । କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣରେ ଗୁରୁଜୀ ମୁରଲୀଧର ପଟ୍ଟନାୟକ, ଶ୍ରୀମତୀ ମିନତୀ ପଟ୍ଟନାୟକ ସହଯୋଗ କରିଥିବା ବେଳେ ପରମାନନ୍ଦ ବେମାଲ ମଞ୍ଚ ପରିଚାଳନା କରିଥିଲେ l ଗୁରୁଜୀ ଶ୍ରୀ ବିଶ୍ୱରଂଜନ ଦାଶ, କ୍ଷୀରୋଦ ନାଏକ, ଭିକାରୀ ଚରଣ ବିଶି, ଭୋଳାନାଥ ଗହିର, ଦୁଷ୍ମନ୍ତ ପୁଝାରୀ ସମେତ ଗୁରୁମା ଶ୍ରୀମତୀ ସନ୍ଧ୍ୟାରାଣୀ ମହାରଣା, ମିନତୀ ପଟ୍ଟନାୟକ, ମିନାକ୍ଷୀ ନାଗ ଓ ତରୁଣୀ ଗୋପାଳ, ସେବକ ଗଗନେଶ୍ୱର ବେହେରା ଓ ସେବିକା ବିଳାସିନୀ ବାଣୁଆ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ସମ୍ପାଦକ ଦିଗନ୍ତ କୁମାର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଲଡୁଗାଁ ଶିଶୁ ମନ୍ଦିରରେ ପାଳିତ ଜନ୍ମାଷ୍ଟମୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ମୂଖ୍ୟ ବକ୍ତା ଭାବେ ବ୍ରହ୍ମ କୁମାରୀ ଭଉଣୀ ବି.କେ. ଲତା ଯୋଗ ଦେଇକାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ପର୍ଶୁରାମ ଦୁର୍ଗା, ପରିଚାଳନା କମିଟି ସଭାପତି ଗରୁଡ଼ ବାଗ, ସମ୍ପାଦକ ରାଜେନ୍ଦ୍ର ନାରାୟଣ ଦାସ, ଉପ ସଭାପତି ଶ୍ରୀମନ୍ତ ପାଢୀ, ସୁଭାଷ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ଭାଇ ଭଉଣୀ ମାନେ ରାଧାକୃଷ୍ଣ ବେଶରେ ଆସି ଜଗନ୍ନାଥ ମନ୍ଦିର ଦର୍ଶନ କରିଥିଲେ । ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ ଗୁରୁଜୀ, ଗୁରୁମା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

Related posts

ରୁକେୟା ଜବିନ୍ ଙ୍କ କବିତା କାହିଁକି

Sunil Chandra Nayak

ଦୁଇ ମହିଳାଙ୍କ ବେକରୁ ହାର ଲୁଟି ନେଲେ କଳା ପଲସର ଲୁଟେରା

Sunil Chandra Nayak

କଳାହାଣ୍ଡିର ପୂର୍ବତନ ସାଂସଦ ସ୍ବର୍ଗତ ସୁବାସ ଚନ୍ଦ୍ର ନାୟକ ଙ୍କ ଦ୍ୱାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

Leave a Comment

error: Content is protected !!