ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ବ ଫଟୋଗ୍ରାଫି ଦିବସ ଅବସରରେ ରାଉରକେଲା ଫଟୋଗ୍ରାଫର ଓ  ଭିଡିଓଗ୍ରାଫି ଆସୋସିଏସନ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରାଉରକେଲା/ ଆଜି ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ରାଉରକେଲା ଫଟୋଗ୍ରାଫର୍ସ ଓ ଭିଡିଓଗ୍ରାଫର୍ସ ଆସୋସିଏସନ୍ ପକ୍ଷରୁ ସେକ୍ଟର ୩ ରଥଖଳାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ସକାଳ୧୦ ଘଟିକା ରୁ ଏହି ଶିବିର ରାଉରକେଲା ସରକାରୀ ଡାକ୍ତରଖାନାର ଭ୍ରାମ୍ୟମାଣ ଗାଡ଼ିରେ ଆରମ୍ଭ ହୋଇଛି। ସଂଗଠନ ର ସଭାପତି ମକସୁଦ ଆଲମ (ମକାଇ) ସାଧାରଣ ସମ୍ପାଦକ ସଞ୍ଜୟ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ଏହି ଶିବିର କୁ ରାଉରକେଲା ଚାମ୍ବର ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜ ର ସମ୍ପାଦକ ସୁନୀଲ କାୟାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ଶଙ୍କର ଜେନା ଯୋଗ ଦେଇଥିଲେ। ପ୍ରାରମ୍ଭ ରେ ଅନୁଷ୍ଠାନ ପକ୍ଷରୁ ସଂଗଠନର ସଭାପତି ଓ ସମ୍ପାଦକ ମୁଖ୍ୟ ଉପଦେଷ୍ଟା ବିନୋଦ କୁମାର ଓ ଉପଦେଷ୍ଟା ରମାକାନ୍ତ ସ୍ବାଇଁ ଓ ସମସ୍ତ ଅତିଥି ଙ୍କ ଉପସ୍ଥିତି ରେ କେକ୍ କାଟି ଏହି ଦିବସ ର ଶୁଭାରମ୍ଭ କରିଥିଲେ। ସମସ୍ତ ଅତିଥି ଏହି ଅବସରରେ ସଦସ୍ୟ ମାନଙ୍କ ପ୍ରୟାସ କୁ ଉଚ୍ଚ ପ୍ରଶଂସା କରିଥିଲେ ।କାର୍ଯ୍ୟକ୍ରମ କୁ ସଫଳ କରିବା ରେ ସଂଗଠନ ର ଉପସଭାପତି ନବକୃଷ୍ଣ ମହାପାତ୍ର, କାର୍ଯ୍ୟକାରୀ ସଭାପତି ବିନୋଦ କୁମାର ରାୟ, ଯୁଗ୍ମ ସମ୍ପାଦକ ଶିଶିର ମାହାନ୍ତି ସଂଗଠନ ସମ୍ପାଦକ ଦେବାଶିଷ ମାହାନ୍ତି କୋଷାଧ୍ୟକ୍ଷ ପି.ସତ୍ଯନାରାୟଣ, ପ୍ରିୟବ୍ରତ ମହାରଣା ପ୍ରମୁଖ ସହଯୋଗ କରିଥିଲେ। କଳିଙ୍ଗ କଳା ପରିଷଦ ଓ ଯଜ୍ଞାସେନୀ ଅନୁଷ୍ଠାନ ପକ୍ଷରୁ ଶିବିର ପରିଚାଳନା ରେ ସହଯୋଗ ପ୍ରଦାନ କରାଯାଇଥିଲା ଶିବିର ରେ ମୋଟ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର_ଜୟପୁର ରେଳ ପ୍ରକଳ୍ପ ଡିସେମ୍ବର ୨୦୨୫ରେ କାମ ସରିବା ନେଇ ସନ୍ଦେହ ?

Sunil Chandra Nayak

ଆପର ଜିଲ୍ଲା କର୍ମକର୍ତା ଓ ମିଶ୍ରଣ ପର୍ବ

ରିମଝିମ୍ କମ୍ପାନୀରେ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ପ୍ରସଙ୍ଗ – ୨୦୨୩ ଜାନୁଆରୀ ଶେଷ ସୁଦ୍ଧା ସମସ୍ତଙ୍କୁ ମିଳିବ ଚାକିରୀ

Sunil Chandra Nayak

Leave a Comment

error: Content is protected !!