ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରାଥମିକ ବିଦ୍ୟାଳୟରେ ଝୁଲୁଥିଲା ତାଲା, ବ୍ଲକ ଅଧ୍ୟକ୍ଷ ଙ୍କ ହସ୍ତକ୍ଷେପ ପରେ ଖୋଲିଲା ତାଲା

ଗୋଳାମୁଣ୍ଡା ତା ୧୯/୮(ମ ନି ସ) ସରକାର ଶିକ୍ଷ୍ୟା ବିଭାଗ କୁ ସୁଦୃଢ଼ କରିବା ପାଇଁ ୫-ଟି ଯୋଜନାରେ ସ୍କୁଲ ରୂପନ୍ତରିକରଣ କରୁଥିବା ବେଳେ ଆଜି ଏକ ଭିନ୍ନ ଧରଣର ଦୃଶ୍ୟ ଦେଖିବାକୁ ମିଳୁଛି , ଏଭଳି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ଗୋଳାମୁଣ୍ଡା ବ୍ଲକ ଖାଲିଆକାନି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ , ସେହି ସ୍କୁଲ ର ନିଜସ୍ୱ ଜମି ନ ଥିବାରୁ ଆଜି ଏହି ଘଟଣା ଦେଖିବାକୁ ମିଳିଛି କିନ୍ତୁ ଏଠି ସାଧାରଣ ରେ ପ୍ରଶ୍ନ ଉଠୁଛି ଯେ ସ୍କୁଲ ର ଯଦି ଜମି ନ ଥିଲା ତାହେଲେ ସ୍କୁଲ କେମିତି ତିଆରି କରାଯାଇଥିଲା ଶିକ୍ଷା ବିଭାଗୀୟ କର୍ତ୍ତୃପକ୍ଷ କଣ ପାଇଁ ଏତେଦିନ ଚୁପ ବସିଥିଲେ ଏହା ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ କୁ ବାଧା ସୃଷ୍ଟି କରୁଛି ବୋଲି ଅଭିଭାବକ ମାନେ ପ୍ରକାଶ କରିଥିଲେ। ଯେଉଁ ସ୍ଥାନରେ ସ୍କୁଲ ନିର୍ମାଣ ହେଇଛି ସେହି ଜାଗା ଅନ୍ୟ ଜଣଙ୍କ ନାମ ରେ ଥିବା ଅଭିଯୋଗ ହୋଇଛିି, ଅଭିଯୋଗ କାରୀ ଖାଲିଆକାନି ଗ୍ରାମର ଭଗବାନ ମାଝୀ ତାଙ୍କ କହିବା ଅନୁଯାୟୀ ସେ ସେହି ସ୍କୁଲ ଜାଗର ମାଲିକ ବୋଲି ଦର୍ଶାଉଥିବାରୁ ଆଜି ସ୍କୁଲ କୁ ତାଲା ପକାଇ ପ୍ରତିବାଦ କରିଥିଲେ ,ସ୍କୁଲ ଥିବା ଜମି ମୋର ଅଛି ମୁଁ ମୋ ଜମି ଛାଡିବିନାହିଁ ବୋଲି ସେ କହିଛନ୍ତି ତାହାପରେ ସ୍କୁଲ ର ପ୍ରଧାନ ଶିକ୍ଷକ ଏବଂ ସ୍କୁଲ କମିଟି ଆସି ବୁଝାସୁଝା କରିବାରୁ ମଧ୍ୟ ସେ ବୁଝି ବାକୁ ନାରାଜ ଥିଲେ ତତ୍ସଙ୍ଗେ ସ୍କୁଲ କମିଟି ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହନନ୍ଦ, ବିଡିଓ ସ୍ନିଗ୍ଧରାଣୀ ପ୍ରଧାନ, ବିଇଓ ନବ ସାହୁ, ତହସିଲଦାର ସର୍ବେଶ୍ୱର ଜାଲ ଙ୍କୁ ଜଣାଇଥିବାରୁ ସମସ୍ତେ ଘଟଣା ସ୍ଥଳକୁ ପହଞ୍ଚିବା ପରେ ବ୍ଲକ ଅଧ୍ୟକ୍ଷ ନିଜ ଫୋନ ଯୋଗେ ଜୁନାଗଡ଼ ବିଧାୟକ ଙ୍କୁ ଭିଡ଼ିଓ କଲ କରି ଭଗବାନ ମାଝୀ ଙ୍କୁ ବୁଝାସୁଝା କରିଥିଲେ ପରେ ତାଙ୍କୁ ଜମି ବଦଳ ରେ ଜମି ଯୋଗାଇ ଦେବାକୁ ସମସ୍ତେ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶୃତି ଦେଲାପରେ ଜମି ମାଲିକ ସେ ସ୍କୁଲ ର ତାଲା ଖୋଲିଥିଲେ ଏବଂ ସମସ୍ତ ଛାତ୍ର ଛାତ୍ରୀ ସ୍କୁଲ ଭିତରକୁ ଯାଇ ପାଠ ପଢା ଆରମ୍ଭ କରିଥିଲେ।

ଦାମୋଦର ଦାସ ଙ୍କ ରିପୋର୍ଟ 

Related posts

ମଧୁମିତା ମିଶ୍ର ଙ୍କ କବିତା ଆତ୍ମାର ଆତ୍ମକଥା..

Sunil Chandra Nayak

ଓମଫେଡ ର ପ୍ରଦୂଷଣ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ

Sunil Chandra Nayak

ମେୟରଙ୍କୁ ଦାବିପତ୍ର ଦେଲା ମିଳିତ କଳାକାର ମଞ୍ଚ

Leave a Comment

error: Content is protected !!