ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମେଧାତାଲିକା ରେ ମଡେଲଡିଗ୍ରୀ କଲେଜର ଛାତ୍ରଛାତ୍ରୀ

ନବରଙ୍ଗପୁର ୧୯/୮(ମନିସ୍)ନବରଂଗପୁର ଜିଲ୍ଲା ସଦର ବ୍ଲକ୍ ଅଗ୍ନିପୁର ପଞ୍ଚାୟତ ଅନ୍ତର୍ଗତ ଟିରିଲି ଆମ୍ବଗୁଡା ଠାରେ ଥିବା ଜିଲ୍ଲାର ଏକମାତ୍ର ସରକାରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଫଳାଫଳ ବହୁତ ପ୍ରଶଂସନୀୟ ହୋଇଛି।ସଦ୍ୟ ପ୍ରକାଶିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ବିଜ୍ଞାନ,କଳା ଓ ବାଣିଜ୍ୟ ବିଭାଗ ମେଧା ତାଲିକାରେ ନୃତତ୍ତ୍ୱବିଭାଗ (ଆନ୍ତ୍ର ରୋପୋଲୋଜି)ର ଛଅ ଜଣ ଛାତ୍ରଛାତ୍ରୀ ସର୍ବୋତ୍ତମ ଦଶ ଜଣ ଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଘାସିରାମ ହରିଜନ ପ୍ରଥମ,ମହିମା ବିଶୋଇ ତୃତୀୟ,ଉର୍ମିଳା ମାଝୀ ଚତୁର୍ଥ,ଆକାଶ ହରିଜନ ଷଷ୍ଠ, ତୁଲାମନି ପରଜା ସପ୍ତମ,ମଞ୍ଜୁଳା ମାଝୀ ନବମ ସ୍ଥାନ ଅକ୍ତିଆର କରିଛନ୍ତି।ସେହିପରି ସମାଜ ଶାସ୍ତ୍ର (ସୋସିଓ ଲୋଜୀ)ବିଭାଗରେ ତିନି ଜଣ ଛାତ୍ରଛାତ୍ରୀ ମେଧା ତାଲିକାର ଦଶଜଣ ସର୍ବୋତ୍ତମ ଛାତ୍ରଛାତ୍ରୀଙ୍କ ଭିତରେ ସ୍ଥାନ ପାଇଛନ୍ତି। ସେମାନେ ହେଲେ ନୀଳ କାନ୍ତ ବିଶୋଇ ପଞ୍ଚମ,ଅଙ୍କିତା ଭତ୍ରା ଷଷ୍ଠ, ସାବିତ୍ରୀ ସୌରା ନବମ ସ୍ଥାନ ଅଧିକାର କରିଛନ୍ତି। ଅଧ୍ୟାପକ ଅଧ୍ୟାପିକା ଙ୍କ ସଠିକ୍ ମାର୍ଗଦର୍ଶନ ତଥା ନିଜସ୍ଵ ପରିଶ୍ରମର ପରିଣାମ ସ୍ୱରୂପ ଆଜି ସଫଳତା ମିଳିଛି ବୋଲି ଛାତ୍ର ଛାତ୍ରୀ ମାନେ ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ ରଞ୍ଜନ କୁମାର ବେହେରା, ମନ୍ମଥ କୁମାର ମାଝୀ, ଡ ଅରବିନ୍ଦ କୁମାର ଓଝା, ରାଜୀବ ଜାଲ, ଡ ପୁରବୀ କର, ଡ ଶିଲି ରାଉତ, ଡ ଲକ୍ଷ୍ମୀ ବେହେରା, ଡ ଏସ କେ ରିୟାଯତ୍ ଖାଦିମ, ଅଭିଜିତ ଲେଙ୍କା, ଡ ସଂଯୁକ୍ତା ନାୟକ, ଯୁଗଳ ପ୍ରକାଶ କର୍କରା ଓ, ପଲ୍ଲବୀ ସାହୁ ପ୍ରମ୍ମଖ ଅଭିନନ୍ଦନ ଜଣାଇଛନ୍ତି।ଏହି ସଫଳତା ଯୋଗୁଁ ମହାବିଦ୍ୟାଳୟ ତଥା ଅଭିଭାବକ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ।

Related posts

ରତି ନାରାୟଣ ରାଉତ ଙ୍କ କବିତା – ଉତ୍ତମ

Sunil Chandra Nayak

ଅରୂପ କୁମାର ବିଶ୍ବାଳ ଙ୍କ କବିତା ଦ୍ରୌପଦୀ ମୁର୍ମୁ

Sunil Chandra Nayak

ସାପ କାମୁଡାରେ ବୃଦ୍ଧା ଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!