ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମ୍ମାନିତ ଅତିଥି ଆସନ ଅଳଙ୍କୃତ କଲେ ବାହାନଗା ସାମ୍ବାଦିକ 

ବାଲେଶ୍ଵର,୧୯/୮/୨୨- ପବିତ୍ର ନନ୍ଦୋତ୍ସଵ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ଜରିପୁଟ ଠାରେ ଥିବା ସାହିତ୍ୟ ଅନୁଷ୍ଠାନ ଗୋପୀନାଥ ସେବା ସଦନର ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଅତିଥି ମାନଙ୍କୁ ନେଇ ସାହିତ୍ୟ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ସାମ୍ବାଦିକ ଭଗବାନ ଚନ୍ଦ୍ର ଦାସ ସମ୍ମାନିତ ଅତିଥି ଆସନ ଅଳଙ୍କୃତ କରିଥିଲେ । ଶ୍ରୀ ଦାସ କବିତା ଆବୃତ୍ତି କରିବା ସହିତ ଆଧ୍ୟାତ୍ମିକ ଭାଷଣ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ଶ୍ରୀ ଦାସଙ୍କ ଆଧ୍ୟାତ୍ମିକବାଦୀ ଅଭିଭାଷଣ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଥିଲା । ବାଲେଶ୍ଵର ଜିଲା ବାହାନଗା ବ୍ଲକ ସାମ୍ବାଦିକ ଖୋର୍ଦ୍ଧା ଜିଲ୍ଲାରେ ଅତିଥି ହେବା ଓ ଆଧ୍ୟାତ୍ମିକ ଅଭିଭାଷଣରେ ସମସ୍ତଙ୍କ ହୃଦୟକୁ ଜୟ କରିବା ବାଲେଶ୍ଵର ଜିଲ୍ଲା ପାଇଁ ଗୌରବର ବିଷୟ । ଅନୁଷ୍ଠାନ ତରଫରୁ ସଚ୍ଚି ରାଉତରାୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଶ୍ରୀ ଦାସ । ଅନୁଷ୍ଠାନର ସମ୍ପାଦକ ନୀଳାଦ୍ରି ଜଗଦ୍ଦେବ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ଏହି ସାହିତ୍ୟ ମଞ୍ଚରେ ଅନ୍ୟ ଅତିଥି ମାନେ ମଧ୍ୟ ଥିଲେ । ଏଥିରେ ବିଭିନ୍ନ ସ୍ଥାନରୁ ସାରସ୍ୱତ ସାଧକ/ସାଧିକା ମାନେ ଯୋଗଦେଇ କବିତା ଆବୃତ୍ତି କରି ଆତ୍ମସନ୍ତୋଷ ଲାଭ କରିବା ସହିତ ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଥିଲେ । ଦେଶବିଦେଶରେ ପରିଚିତ ସୃଷ୍ଟି କରିବାରେ ସାହିତ୍ୟ ସାଧନା ଏକ ମାଧ୍ୟମ । ଏଥିରେ କେବଳ ପରିଚୟ ଓ ଆତ୍ମସନ୍ତୋଷ ଛଡା ଅନ୍ୟ କିଛି ମିଳି ନଥାଏ । ଶ୍ରୀ ଦାସ ଜଣେ ଉତ୍ତମ ସାମ୍ବାଦିକ ନୁହନ୍ତି, ସେ ଜଣେ ଭଲ କଳାକାର, ମଞ୍ଚ ଅଭିନେତା, ସମାଜସେବୀ, ପରୋପକାରୀ, ମିଷ୍ଟଭାଷୀ, ଉତ୍ତମ ଚରିତ୍ରବାନ ଓ ଦରଦୀ ହୃଦୟବାନ ବ୍ଯକ୍ତି ଅଟନ୍ତି । ତାଙ୍କର ସୁଗୁଣରେ ମୁଗ୍ଧ ହୋଇ ସୁଦୂର ଖୋର୍ଦ୍ଧା ଜିଲ୍ଲା ଅତିଥି ଆସନ ଦେବାକୁ ବାଧ୍ୟ ହୋଇଥିଲା । ଭଗବାନ କରନ୍ତୁ ଆଗାମୀ ଦିନରେ ଶ୍ରୀ ଦାସଙ୍କ ଖ୍ଯାତି ସମଗ୍ର ସାହିତ୍ୟ ଓ କଳାକାର ଜଗତରେ ବିଛୁରିତ ହେଉ ।।ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବାଉଁଶ ପାଳ ଗ୍ରାମ ରେ ମା ଦୁର୍ଗାଙ୍କ ଷୋଳ ପୂଜା ବିଧି ସଂପନ୍ନ

Sunil Chandra Nayak

ମହାମହିମ ରାଷ୍ଟ୍ରପତି ଙ୍କ ଶପଥ ପାଠ ମହୋତ୍ସଵକୁ ସ୍ମରଣୀୟ କରିବା ପାଇଁ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!