ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରକ୍ତ ଦେଇ ବିପଦ ର ବନ୍ଧୁ ସାଜିଲେ ଯୁବକ

ଚନ୍ଦାହାଣ୍ଡି(ମନିସ) ରକ୍ତହୀନତାର ଶିକାର ହୋଇଥିବା ଜଣେ ମହିଳା କୁ ରକ୍ତଦାନ କରି ବିପଦର ବନ୍ଧୁ ସାଜିଛନ୍ତି ଜଣେ ଯୁବକ । ଯୁବକ ଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ରକ୍ତଦାନ କରିଥିବା ଯୁବକ ଜଣକ ହେଉଛନ୍ତି  ଚନ୍ଦାହାଣ୍ଡି ବ୍ଲକ ସାଲେବିଡି ଗ୍ରାମର କ୍ଷେତ୍ରମୋହନ କଟା ।  ସୂଚନା ଅନୁଯାୟୀ ,ଚନ୍ଦାହାଣ୍ଡି  ବ୍ଲକ ଅଧିନସ୍ଥ ବଡମୁଣ୍ଡା ଗ୍ରାମର ଛମଣି ବିଶି ଜ୍ବରରେ ଆକ୍ରାନ୍ତ ହୋଇ ରକ୍ତହୀନତା ର ଶିକାର ହୋଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କୁ  ବି ପଜିଟିଭ  ରକ୍ତର ଆବଶ୍ୟକତା ଥିବା ଡାକ୍ତର କହିବାପରେ ପରିବାର ବର୍ଗ ଚିନ୍ତା ରେ ଥିଲେ ।  ଯୁବ ନେତା ଭୋଦେଵ ବାଘ ଏନେଇ କ୍ଷେତ୍ରମୋହନ କଟା ଙ୍କୁ  କହିବା ପରେ ସ୍ୱତପ୍ରବୃତ ଭାବେ ଧର୍ମଗଡ ଡାକ୍ତରଖାନାକୁ ଯାଇ  ରକ୍ତଦାନ କରିଥିଲେ । ବିପଦ ସମୟରେ   ରକ୍ତଦାନ କରି ଶ୍ରୀ କଟା ମଣିଷ ପଣିଆ କୁ  ଜାହିର କରିଛନ୍ତି । ଏଭଳି ବିପଦ ସମୟରେ ଅନ୍ୟମାନେ ମଧ୍ୟ ରକ୍ତଦାନ କଲେ ଅନେକ ଜୀବନ ବଂଚିପାରିବ ବୋଲି ବିପଦର ବନ୍ଧୁ ସାଜିଥିବା କ୍ଷେତ୍ରମୋହନ କଟା ପ୍ରକାଶ କରିଛନ୍ତି ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ବେଣୁଧର ସୂତାର ଙ୍କ କବିତା ମୃତ୍ୟୁ

Sunil Chandra Nayak

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଦ୍ୱିତୀୟ ସମନ୍ୱୟ ବୈଠକ ଶେଷ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଦ୍ଵିତୀୟ ଇଶ୍ଵର

Sunil Chandra Nayak

Leave a Comment

error: Content is protected !!