ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରୋଜିନୀ ପତି ଙ୍କ କବିତା ଅଗ୍ରପୂଜ୍ୟ ଗଣେଶ

    ଅଗ୍ରପୂଜ୍ୟ ଗଣେଶ

           ସରୋଜିନୀ ପତି

ନମୋ ନମଃ ଗଣନାଥ ଗୋରୀ ନନ୍ଦନ
ମାତା ଙ୍କ ମଳଖୁ ଜାତ ଵିଘ୍ନ ଵିନାଶନ
ଭାଦ୍ରମାସ ଶୁକ୍ଳ ପକ୍ଷ ଚତୃର୍ଦଶୀ ଦିନ 
ଲମ୍ବୋଦର ଙ୍କ ଉତ୍ସବ ଜୟନ୍ତୀ ପାଳନ
ସର୍ବଦେଵା ଦେବୀ ଅଗ୍ରପୂଜ୍ୟ ଗଣନାଥ 
ବିଦ୍ୟା,ବୁଦ୍ଧି, ଜ୍ଞାନ ରେ ସିଦ୍ଧି ,ଋଦ୍ଧି ନାଥ
ପାର୍ବତୀ ତପସ୍ୟା କଲେ କୈଳାସ ଭୂବନ
ଶିବ ପାର୍ବତୀ ବିଚ୍ଛେଦ ଥିଲା କିଛି ଦିନ   
ଗଣେଶ କୁ ଦ୍ଵାର ଦେଶ ଜଗାଇଣ ବାସ
ପାର୍ବତୀ ତପସ୍ୟା ଅସମ୍ଭାଳଯେ ମହେଶ
ପୁତ୍ର ବୋଲି ନଜାଣନ୍ତି ପ୍ରଭୁ ଭୋଳାନାଥ
 ଦ୍ଵାର ଦେଶ ଛାଡ଼ିଦିଅ ଦେଲି ଆଦେଶତ
ଗଣନାଥ ସଙ୍ଗେ ଶେଷ କରି ଯୁଦ୍ଧ ପରାସ୍ତ
ପାର୍ବତୀ ଦେଖି ପଚାରିଲା ଏକିକଲ ନାଥ
ପୁତ୍ର କୁ ବଧି ପ୍ରଭୁ କିକଲ କରିଣ ରୋଦନ
ଉତ୍ତର ଦିଗ ହସ୍ତିସାଵକ ମସ୍ତକଛେଦନ
କାଟିଥିଵା ମୁଣ୍ଡ କୁ ଆଣି ଦେଇଜୀବନ୍ଯାସ
ପିତା ଙ୍କ ଆଶ୍ରୀର୍ଵାଦ ପାଇଣ ବିଶେଷ
ସର୍ବ ଦେବାଦେବୀ ଗଣ ଦେଇ ଆଶିଷ
ପରୀକ୍ଷା ନିମନ୍ତେ ଦିନେ ପିତା ମାତା ବସି
ସ୍ଥିର କଲେ ଗଣେଶ, କାର୍ତ୍ତିକ କିଏ ଶ୍ରେଷ୍ଠ
ସର୍ବ ଦେବାଦେବୀ ଆସି ମିଳିଲେ ତକ୍ଷଣେ
ଗଣେଶ ବାହନ ଯେ ମୂଷିକ ରାଜନ
କାର୍ତ୍ତିକ ବାହାନ ପରା ମୟୂର ସୁମନ
ତୁମ ଦୁଇ ଜଣଙ୍କର ଜ୍ଞାନ,ବୁଦ୍ଧିର ପରୀକ୍ଷା
ଯଥା ଶୀଘ୍ର ପୃଥିବୀର ପରଭ୍ରମଣର ଲକ୍ଷ
କାର୍ତ୍ତିକ କହଇ ମୟୂର ଧରି ମୁତ ଉଡିଯିଵି
ସମକକ୍ଷ ମୂଷିକ ଧରି ପୃଥିବୀର ଉଡିଵ
ପିତା ମାତା ଯୋଗାସନ ବସି ଧ୍ୟାନସ୍ଥ
ବକ୍ର ତୁଣ୍ଡ ମହା କାୟ ଜ୍ଞାନ ବୁଦ୍ଧି ପ୍ରସସ୍ଥ
ମାତା ପୃଥିବୀ ପୁଣି ପିତା ଯେ ଆକାଶ 
ଚତୁର୍ଦ୍ଦଶ ଦିଗ ଏକ ହୋଇ ପରିବ୍ୟାପ୍ତ
ସପ୍ତଥର ଘୂରିଲେ ଚତୃର୍ଵଗ ଫଳ ପ୍ରାପ୍ତ
ପୃଥିବୀର ପରିଭ୍ରମଣ ସଙ୍ଗେ ସମକକ୍ଷ
କାର୍ତ୍ତିକ ମହାପ୍ରଭୁଙ୍କ ପରିଭ୍ରମଣ ସକ୍ଷ
ବିଳମ୍ବ ଘଟଇ ଆସି ହୋଇ ଉପସ୍ଥିତ
ପଚାରନ୍ତି ଗଣେଶ କୁ ନଗଲୁ କେମନ୍ତ
ସର୍ବ ଦେବାଦେବୀ ଗଣ ହୋଇ ଉପସ୍ଥିତ
ଗଣପତି ବୁଦ୍ଧି ବଳେ ଚତୃର୍ଵଗଫଳ ପ୍ରାପ୍ତ
ଅଗ୍ରପୂଜ୍ୟ ଗଣନାଥ ଗୈାଉରୀ ନନ୍ଦିନ ଵକ୍ରତୁଣ୍ଡ ମହା କାୟ କୋଟି ସୂର୍ଯ୍ୟସମାନ 
ସର୍ବ କାର୍ଯ୍ୟ ସୁଶୋଭିତ ଅଗ୍ରପୂଜ୍ୟ ବିଧାନ
ଶୁଭ କାର୍ଯ୍ୟ ପ୍ରଥମ ପୂଜା ବରପ୍ରାପ୍ତ ମାନ
ସିଦ୍ଧି, ବୁଦ୍ଧି,ବିଦ୍ୟା ପ୍ରଦାୟକ ସକଳ ସ୍ଥାନ
ବିଦ୍ୟାଳୟ ଠାରେ ପୂଜା ମୁଖ୍ୟ ସଂସ୍ଥାପନ
ଗଣେ, ରୁଦ୍ର, ନାରାୟଣ,ଅମ୍ଵିକେ, ଭାସ୍କର 
ପଞ୍ଚଦେଵ ମଧ୍ୟ ଭିନ୍ନାଭିନ୍ନ ନଥିବ ତାହାର

      ସରୋଜିନୀ ପତି

 ରସୁଲପୁର ,ଜିଲ୍ଲା —ଯାଜପୁର

Related posts

ଵହଳଦା ବନ୍ୟାଞ୍ଚଳ ଆନୁକୁଲ୍ୟରେ କୁଦରସାହି ଠାରେ ୬୮’ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

Sunil Chandra Nayak

ମାଳତୀ କୁ ସହାୟତାର ହାତ ବଢ଼ାଇଲା ଆଦିବାସୀ ସଂଘ

Sunil Chandra Nayak

ରାଇରଙ୍ଗପୁର ପିସିଏମ ଭବନ ପରିସରରେ ଜିଲ୍ଲା ସ୍ତରୀୟ ବିଜୁଳି ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!