ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ପ୍ରତିଘାତ

           ପ୍ରତିଘାତ

                  ଶ୍ଯାମା ପ୍ରସାଦ୍ ବୋଷ୍ 

ଘାତେ ପ୍ରତିଘାତେ ଏ ଜୀବନ ସତେ
ସମୟ ର ସ୍ରୋତେ ବହେ 
ସଂସାର ଜଞ୍ଜାଳେ ଛନ୍ଦି ହୋଇ ଚଳେ 
ଦୁଃଖ ଯାତନା କୁ ସହେ । 
ପ୍ରତି ପଦପାତେ ପ୍ରତିଘାତ କେତେ 
କ୍ଷଣେ ଅନୁକ୍ଷଣେ ଥାଏ 
ଜୀବନର ପଥେ ପ୍ରତିଘାତ ଯେତେ 
ଭାଗ୍ୟ ଅନୁସାରେ ପାଏ । 
ଘାତ ପ୍ରତିଘାତ ଜୀବନର ସତ୍ୟ 
ନିତ୍ୟ ଆତ ଯାତ ହୁଏ 
ପ୍ରତିଘାତ ସହି ପ୍ରତାରିତ ହୋଇ 
ଆଖିର ଲୋତକ ଧୁଏ । 
ଜୀବନ ଯେଉଁଠି ଯନ୍ତ୍ରଣା ରେ ଭରା 
ପ୍ରତିଘାତ ହୃଦେ ପାଇ 
ଜୀଇଁବା ସେଇଠି ନରକ ସମାନ 
ପ୍ରତିଘାତେ ହୋଇ ଥାଇ । 
ଆଜିର ସମାଜେ ପ୍ରତିବାଦ କଲେ 
ପ୍ରତିଘାତ ସଦା ମିଳେ 
ପ୍ରତାରିତ କରି ପ୍ରତିଘାତ ଦିଏ 
ଦୟା ଧର୍ମ ନାହିଁ ତିଳେ । 
ଘାତ ପ୍ରତିଘାତ ହୁଏ ପ୍ରତିଭାତ 
ପ୍ରତ୍ଯେକଙ୍କ ଜୀବନରେ 
ଜୀବନର ମାନେ ଯନ୍ତ୍ରଣା ଅଟଇ 
ପ୍ରତିଘାତ ପାଇବାରେ । 
ପ୍ରତିଘାତ ଭରା ଜୀବନ ଟା ପରା
ପ୍ରଭାବିତ କରୁଥାଏ 
ପ୍ରତିଘାତ ସହି ଧର୍ଯ୍ଯ ଧରେ ନାହିଁ 
ବିତସ୍ପୃହା ହୋଇଯାଏ ।

ଶ୍ଯାମା ପ୍ରସାଦ୍ ବୋଷ୍ 

ବେଗୁନିଁଆ , ମଲ୍ଲୀକ୍ ସାହି 
ପୋଷ୍ଟ :- ଗୋପ୍ , ଜିଲ୍ଲା :- ପୁରୀ 

Related posts

ତୀର୍ଯ୍ୟକ

Sunil Chandra Nayak

କୋକସରା ଭାଜପା ଦଳ ପକ୍ଷରୁ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ମୂଳାଷ୍ଟମୀ ତିଥିରେ ଜୁନାଗଡ଼ ଓ ମେଦିନୀପୁରଠାରେ ଖଣ୍ଡାବସା ପାଳିତ 

Sunil Chandra Nayak

Leave a Comment

error: Content is protected !!