ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରାଗୁଡାରେ ପୋଲ ଭଙ୍ଗା ଦିବସ

ଡାବୁଗାଁ, ୨୧/୮ – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସରାଗୁଡ଼ା ନିକଟସ୍ଥ ସଂଗ୍ରାମୀ ସୋନୁ ମାଝି ସେବାସଂଘ ଗୃହରେ ପୋଲ ଭଙ୍ଗା ଦିବସ ପାଳନ କରାଯାଇଛି | ବେଲାରି ନଦୀ କୂଳ ରେ ତିଳ ତର୍ପଣ କରାଯାଇଛି । ୧୯୪୨ ଭାରତ ଛାଡ ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ସଂଗ୍ରାମୀ ସୋନୁ ମାଝିଙ୍କ ନେତୃତ୍ଵରେ ସରାଗୁଡ଼ା ନିକଟରେ ଥିବା ବେଲାରୀ ନଦୀ ଉପରେ ଥିବା କାଠ ପୋଲ କୁ ସ୍ୱାଧୀନତା ସଂଗ୍ରାମୀ ମାନେ ଅଗଷ୍ଟ ୨୦ ତାରିଖରେ ଭାଙ୍ଗି ଦେଇଥିଲେ । ତା ପରେ ତିନି ସହ ସ୍ଵାଧୀନତା ସଂଗ୍ରାମୀ ଗିରଫ ହୋଇଥିଲେ । ତା ପରେ ଅଗଷ୍ଟ ୨୪ ତାରିଖରେ ତୁରି ନଦୀ ଗୁଳିକାଣ୍ଡ ରେ ୧୯ ସ୍ଵାଧୀନତା ସଂଗ୍ରାମୀ ସହୀଦ ହୋଇଥିଲେ । ତେଣୁ ଅଗଷ୍ଟ ୨୦ ତାରିଖରେ ସରାଗୁଡ଼ା ରେ ପୋଲ ଭଙ୍ଗା ଦିବସ ପାଳନ କରାଯାଏ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପାଇଁ ତିଳ ତର୍ପଣ କରାଯାଏ । ଆଜି ସକାଳୁ ସଂଗ୍ରାମୀ ସୋନୁ ମାଝି ସେବା ସଂଘ ଗୃହରେ ଝରିଗାଁ ବିଧାୟକ ପ୍ରକାଶ ମାଝି ପତାକା ଉତ୍ତୋଳନ କରିଥିଲେ । ତା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସେବା ସଂଘ ସଭାପତି ଦଇନୁ ପୂଜାରୀ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଅର୍ଜୁନ ନାୟକଙ୍କ ସଭାପତିତ୍ଵ ରେ ଜିଲା ସଂଯୋଜକ ସରାଦୁ ଭତ୍ରା ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥିଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗ ଦେଇ ବେଲାରୀ ନଦୀ ଘାଟ କୁ ଯାଇ ସଂଗ୍ରାମୀ ମାନଙ୍କ ନିମନ୍ତେ ତିଳ ତର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେବା ସଂଘ ସମ୍ପାଦକ ନକୁଳ ପୂଜାରୀ, ବନୁଦାସ ପନକା , କେଶବ ଅମାନାତ୍ୟ, ଡମୁଦାଶ ସାନ୍ତା, ସୁକମନ ପୂଜାରୀ, ରାଜ କୁମାର ଗଣ୍ଡ, ଭଗବାନ କଲାର ଓ ସରାଗୁଡ଼ା ଗ୍ରାମବାସୀ ସହଯୋଗ କରିଥିଲେ। ସରାଗୁଡା ୱାର୍ଡ ସଭ୍ୟ ସୁକଦେବ ପୂଜାରୀ, ଲାଇବାନ ଭତ୍ରା, ପୁରନ ମାଝୀ ଓ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ଏମ୍. ଅପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଲଇଖନ ପନକା ଉପସ୍ଥିତ ଥିଲେ।

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

 

Related posts

ଓଡିଶା ନାଟ୍ୟ ସଙ୍ଘ ଦିବସ ପାଳିତ

Sunil Chandra Nayak

ମେଦନା ସ୍ଥିତ ଗ୍ରାମ୍ୟଦେବୀ ମାଁ କାଳୀ କଙ୍କାଲୁଣୀ ଙ୍କ ବାର୍ଷିକ ଦଶହରା ପାଳିତ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ବାପୁ ସଦବୁଦ୍ଧି ଦିଅ

Sunil Chandra Nayak

Leave a Comment

error: Content is protected !!