ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷାରେ ଚିଚିଆ,ଖମାର ହଳଦି, ଟେମରି, ଦଶପୁର, ଫରଙ୍ଗ, ବୋରଗୁଡା ଓ ରଙ୍ଗସାପଲି ପଞ୍ଚାୟତ ଅଞ୍ଚଳ ଜଳମଗ୍ନ

ଗୋଳାମୁଣ୍ଡା/ମସିହା/ଚଳିତ ବର୍ଷ ଅଗଷ୍ଟ ମାସରେ ବାରମ୍ବାର ଲଘୁଚାପ ଜନିତ ବର୍ଷା ଯୋଗୁଁ ଚାଷୀ ମାନଙ୍କ ଜମିରେ ଧାନ ଫସଲ ତଥା ଅନ୍ୟାନ୍ୟ ପନିପରିବା କ୍ଷତି ଦେଖିବାକୁ ମିଳୁଛି, ଗତ ତାରିଖ ୧୮,୧୯/ ଦୁଇ ଦିନର ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଚିଚିଆ, ଖମାର ହଳଦି,ଦଶପୁର,ଟେମରି, ଫରଙ୍ଗ, ଫୁଣ୍ଡା, ବୋରଗୁଡା, ରଙ୍ଗସାପଲି ପଞ୍ଚାୟତ ବାହାଲ ଜମିରେ ଜଳମଗ୍ନ ଦେଖିବାକୁ ମିଳୁଛି, ଏହା ଦ୍ବାରା ଧାନ ଫସଲ ନଷ୍ଟ ହେବାର ଅନୁମେୟ ହେଉଛି । ଏହା ଦ୍ବାରା ଅଞ୍ଚଳର ଚାଷୀ ମାନଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି ଏବଂ ଘୋରଚିନ୍ତାରେ ପଡ଼ିଛନ୍ତି, ଏହା ସହିତ ଅଞ୍ଚଳରେ ଥିବା ପନିପରିବା ମଧ୍ୟ ନଷ୍ଟ ହୋଇଛି ବୋଲି ଚାଷୀ ମାନେେ ପ୍ରକାଶକରିଛନ୍ତି , ପ୍ରଶାସନ ପକ୍ଷରୁ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳରେ ଥିବା ଚାଷୀ ମାନଙ୍କ ମଧ୍ୟରେ ଦାବି କରିଛନ୍ତି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତିଙ୍କ ରିପୋର୍ଟ ନିର୍ଭୟ, ନିରପେକ୍ଷ, ପ୍ରଗତି ଶୀଳ ମସିହା

Related posts

ନୃତ୍ୟ ଗୀତ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ସ୍ବାଗତ…

Sunil Chandra Nayak

ବନ ବିଭାଗ ପକ୍ଷରୁ କେଲାପଡା ସରଂକ୍ଷିତ ଜଙ୍ଗଲ ରେ ବାଉଁଶ ଚାରା ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ

Sunil Chandra Nayak

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ

Sunil Chandra Nayak

Leave a Comment

error: Content is protected !!