ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଜି ଚୌକ ସ୍ଥିତ ସିତାରାମ ମଠ ପ୍ରାଙ୍ଗଣରେ ୮୧ ତମ ନନ୍ଦ ଉତ୍ସବ ପାଳିତ

ଢେଙ୍କାନାଳ ବାଜିଚୈlକ ସ୍ଥିତ ସିତାରାମ ମଠ ପ୍ରାଙ୍ଗଣର ୮୧ ତମ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି । ପୂର୍ବ ପୁରୁଷରୁ ଏହି ନନ୍ଦ ଉତ୍ସବ ପାଳିତ ହୋଇ ଆସୁଅଛି । ବିଗତ ୨ ବର୍ଷ ହେଲା ଏହି ନନ୍ଦ ଉତ୍ସବ ବନ୍ଦ ଥିଲା । ଚଳିତ ବର୍ଷ କିନ୍ତୁ ଯାକ ଯମକରେ ପାଳନ ହୋଇଛି । ମଧ୍ୟାହ୍ନ ରୁ ପତିତ ପାବନ ସଂକିର୍ତ୍ତନ ମଣ୍ଡଳ ସହ ନନ୍ଦରାଜା ଓ ନନ୍ଦରାଣୀ ସହିତ କୃଷ୍ଣ ବଳରାମ ବେଶରେ ସହର ପରିକ୍ରମା କରିଥିଲେ ।ନନ୍ଦରାଜା ବେଶରେ ପ୍ରମୋଦ କୁମାର ସାହୁ, ଦୁଇ ଜଣ ନନ୍ଦରାଣୀ ଅର୍ପିତା ବେହେରା ଓ ପ୍ରତାପ କୁମାର ପଣ୍ଡା , ସଖା ବେଶରେ ସୋମ୍ୟ ରଜନ ସାହୁ ଓ ରବି ନାରାୟଣ ସେଠୀ , ଶ୍ରୀକୃଷ୍ଣ ବେଶରେ ସୂର୍ଯ୍ୟକାନ୍ତ ସ୍ଵାଇଁ ଓ ବଳରାମ ବେଶରେ ଶୁଭମ ବେହେରା , କିର୍ତ୍ତନ ମଣ୍ଡଳିର ମାଷ୍ଟର ବିରଞ୍ଚି ନାରାୟଣ ସାହୁ, ପ୍ରତମ କୁମାର ମିଶ୍ର, ବ୍ରହ୍ମାନନ୍ଦ ରାଉତ, ମନମୋହନ ସାହୁ, ପ୍ରମୋଦ ସାହୁ, ପରମାନନ୍ଦ ସିଂଙ୍ଗ ଉପସ୍ଥିତି ରେ ଏହି ନନ୍ଦ ଉତ୍ସବ ଟି ପାଳନ ହୋଇଥିଲା ।

କାମାକ୍ଷନଗରର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଚୋରି ମାମଲାରେ ତିନି ଗିରଫ, କୋର୍ଟ ଚାଲାଣ

Sunil Chandra Nayak

ବାହାଘର ଭୋଜିଖାଇ ଫେରିବା ବେଳେ ଅପହରଣ ସୁଚନା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Leave a Comment

error: Content is protected !!