ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମାଜସେବୀକା ସରସ୍ୱତୀ ମାଝୀଙ୍କୁ ମିଳିଲା ରମାଦେବୀ ସମ୍ମାନ 

ବାଲେଶ୍ଵର,୨୧/୮/୨୨- ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଫତେପୁର ପଞ୍ଚାୟତ ଡିମିରିଚୁଆ ଗ୍ରାମର ଉତ୍ତମ ଗୃହିଣୀ, ସମାଜସେବା କ୍ଷେତ୍ରରେ ଜଣେ ଶ୍ରେଷ୍ଠ ନେତ୍ରୀ ଓ ସୁ-ସଙ୍ଗଠିକା ଭାବେ ଅଞ୍ଚଳରେ ସୁନାମ ରହିଛି ଶ୍ରୀମତୀ ସରସ୍ୱତୀ ମାଝୀଙ୍କର । ଗ୍ରାମ ଠାରୁ ନିଜ ବ୍ଲକ ତଥା ପଡୋଶୀ ବ୍ଲକ ଅଞ୍ଚଳରେ ପ୍ରତ୍ୟେକ କ୍ଷେତ୍ରରେ ଯିଏ ଯେତେବେଳେ ଶ୍ରୀମତୀ ମାଝୀଙ୍କର ସାହାଯ୍ୟ ଲୋଡିଛି, ସେ ଅବିଳମ୍ବେ ସେମାନଙ୍କ ପାଖରେ ପହଞ୍ଚି ସାହାଯ୍ୟର ହାତ ବଢାଇଥା’ନ୍ତି । ଏପରିକି କେହି କେବେ ହେଲେ ଖାଲି ହାତରେ ତାଙ୍କ ନିକଟରୁ ଫେରିନଥା’ନ୍ତି । ନିଜର ସକ୍ଷମ ଅନୁସାରେ ଲୋକଙ୍କୁ ସାହାଯ୍ୟ ଓ ଶ୍ରମଦାନ କରିବାରେ ପଛଘୁଞ୍ଚା ଦେଇନଥାନ୍ତି ଶ୍ରୀମତୀ ମାଝୀ । ନିଜର ସମସ୍ତ ଗୃହସ୍ଥା କର୍ମକୁ ପରିତ୍ୟାଗ କରି ଅସୁବିଧା ସମୟରେ ଲୋକଙ୍କ ପାଖରେ ଦଣ୍ଡାୟମାନ ହୋଇ ନିଜର ସେବା କାର୍ଯ୍ୟକୁ ସାକାର କରିବାରେ ସମର୍ଥ ହୋଇଥା’ନ୍ତି । ଏଥିପାଇଁ ସମ୍ପୃକ୍ତ ଅଞ୍ଚଳବାସୀଙ୍କର ଅତି ପ୍ରିୟ । ଶ୍ରୀମତୀ ମାଝୀଙ୍କର ଏତାଦୃଶ୍ଯ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଖୋର୍ଦ୍ଧା ଜିଲ୍ଲା ଜରିପୁଟ ଠାରେ ଥିବା ସାହିତ୍ୟ ଓ ସମାଜ ସେବା ଅନୁଷ୍ଠାନ ଗୋପୀନାଥ ସେବା ସଦନର ସମ୍ପାଦକ ନୀଳାଦ୍ରି ଜଗଦ୍ଦେବ ସମ୍ବର୍ଦ୍ଧିତ କରିବା ପାଇଁ ଆହ୍ୱାନ କରିଥିଲେ । ମାତ୍ର ଏକ ଜରୁରୀ ସମାଜସେବା କାର୍ଯ୍ୟରେ ବ୍ଯସ୍ତ ଥିବାରୁ ଗତ ତା ୧୯/୮/୨୨ ରିଖ ନନ୍ଦୋତ୍ସଵ ଉପଲକ୍ଷେ ଅନୁଷ୍ଠିତ ସାରସ୍ୱତ ସଭାକୁ ଯାଇପାରି ନଥିଲେ । କିନ୍ତୁ ଅନୁଷ୍ଠାନ ଶ୍ରୀମତୀ ମାଝୀଙ୍କୁ ” ରମାଦେବୀ ସମ୍ମାନ ” ରେ ସମ୍ମାନିତ କରିଥିବା ମାନପତ୍ରଟିକୁ ପଠାଇ ଦେଇଥିଲେ । ଉକ୍ତ ଅନୁଷ୍ଠାନର ଜଣେ ସାରସ୍ୱତ ସାଧକ ତଥା ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ହସ୍ତଗତ ହେବା ପରେ ଶ୍ରୀମତୀ ମାଝୀଙ୍କ ଘରକୁ ଯାଇ ମିଳିଥିବା ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରିଛନ୍ତି । ଏବଂ ସାରସ୍ୱତ ସାଧନା, ସମାଜସେବା, ଗୃହସ୍ଥା ଧର୍ମ ଓ ସଂଗଠିକା ଭାବେ ନିଜର କାର୍ଯ୍ୟ ସୁଚାରୁ ରୂପେ ସମସ୍ତଙ୍କୁ ପ୍ରଦାନ କରି ସୁନାମକୁ ଆହୁରି ଆଗକୁ ଆଗେଇ ନେବାକୁ ପରାମର୍ଶ ଦେଇ ଚଲାପଥ କୁସୁମିତ ନିମନ୍ତେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ବାଜିମାତ କଲା ଟେମରା ଦଳ

Sunil Chandra Nayak

ଏକ ବର୍ଷ ରୁ ଉର୍ଦ୍ଧ୍ବ ଅନାହାର ରେ ପୀଡ଼ିତ ସୁବ୍ରତ ସାହୁ କୁ ସେବା ପ୍ରଦାନ କରି ଚର୍ଚ୍ଚା ରେ ଜନ ମଙ୍ଗଳ 

Sunil Chandra Nayak

ନିର୍ଦ୍ଵନ୍ଦରେ କୁନି ସାହୁ ହେଲେ କର୍ଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷା

Sunil Chandra Nayak

Leave a Comment

error: Content is protected !!