ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜବର ଦଖଲକାରି କବଳ ରୁ କେବେ ମୁକୁଳିବ   ସାନ ମସିଗା ଯୁବକ ସଙ୍ଘ ଗ୍ରୁହ:ଜିଲ୍ଲା ପ୍ରଶାସନ କରୁ ହସ୍ତକ୍ଷେପ

ନବରଙ୍ଗପୁର– ସାରା ଦେଶରେ 76 ତମ ସ୍ୱଧିନତା ଦିବସ ବଡ଼ ଆଡ଼ମ୍ବର ରେ ପାଳନ କରୁଥିବା ବେଳେ ନବରଙ୍ଗପୁର ବ୍ଲକ ସାନ ମସିଗାଁ ଗ୍ରାମ ପଞ୍ଚାୟତ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ ! ସାନ ମସିଗାଁ ଗ୍ରାମ ପଞ୍ଚାୟତ ର ଯୁବକ ସଙ୍ଘ ଏବଂ ଵୟୋଜେଷ୍ଟ ବ୍ୟକ୍ତି ଗ୍ରାମ ର ଛୋଟିଆ ଖାଲି ସ୍ଥାନରେ ସ୍ୱାଧୀନତା ଦିବସ ପାଳନ କରିଥିବାର ଦେଖିବାକୁ ମିଳିଥିଲା ! ଗ୍ରାମର ସରପଞ୍ଚ ଆସି ଜାତୀୟ ପତାକା କୁ ଉତ୍ତୋଳନ କରିଥିଲେ ! ଗ୍ରାମର ସ୍କୁଲ ଛାତ୍ର, ଛାତ୍ରୀ,ସମେତ ବହୁ ବୃଦ୍ଧିଜୀବୀ ଉପସ୍ଥିତ ରହିଥିଲେ ! କିନ୍ତୁ ଦୁଃଖର ବିଷୟ ଯେଉଁ ସ୍ଥାନରେ ଯୁବକ ସଙ୍ଘ ସ୍ୱାଧୀନତା ଦିବସ ପାଳନ କରୁଥିଲେ ସେଠାରେ କାଦୁଅ, ବର୍ଷା ପାଣି ଜମିଥିଲା ! ତଥାପି ଯୁବକ ସଙ୍ଘ ଙ୍କ ମନରେ ସ୍ୱାଧୀନତା ଦିବସ ପାଳନ ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଗେଇଥିଲେ ! କିନ୍ତୁ ଦୁଃଖ ର ବିଷୟ ସାନ ମସିଗାଁ ରେ ଯୁବକ ମାନଙ୍କ ପାଇଁ କ୍ଲବ ଗୃହ ଅଛି, କିନ୍ତୁ ସେ କ୍ଲବ ଗୃହ କୁ ଚାବି ଦେଇ ୨ ବର୍ଷ ହେବ ବନ୍ଦ କରିରଖିଛନ୍ତି ! ସାନ ମସିଗାଁ ଗ୍ରାମବାସୀ, ଯୁବକ ସଙ୍ଘ,ଏବଂ ସ୍ଥାନୀୟ ସରପଞ୍ଚ ଏହି କ୍ଲବ ଗୃହର ଚାବି ଯୁବକ ସଙ୍ଘ କୁ ହସ୍ତାନ୍ତର କରିବାକୁ କହିଥିଲେ ! କିନ୍ତୁ ଯେଉଁ ବ୍ୟକ୍ତି ଉକ୍ତ ଯୁବକ ସଙ୍ଘ ଗ୍ରୁହର ଚାବି ରଖିଛନ୍ତି ସେ ଏହି ଚାବିକାଠି ଦେବାକୁ କୁଣ୍ଠାବୋଧ କରୁଛି ବୋଲି ଗ୍ରାମ ବାସୀ ଜଣାଇଛନ୍ତି ! ଜଣେ ସରକାରୀ ସ୍କୁଲର ପିଅନ କାମ କରି, ବିଭିନ୍ନ ଠିକା କାମ କରିବା ସହ କ୍ଲବ ଗୃହରେ ସିମେଣ୍ଟ, ନିଜର ବିଭିନ୍ନ ସାମଗ୍ରୀ ରଖି ଛନ୍ତି ! ଗ୍ରାମ ର କୌଣସି ଭଲ,ମନ୍ଦ କାର୍ଯ୍ୟ ପାଇଁ ଚାବି ମାଗିଲେ ଦେଉନାହାନ୍ତି ! ମୁଁ ଚାବି ଦେବିନାହିଁ ତୁମେ କାହାକୁ କହୁଛ କୁହ ବୋଲି ଧମକ ଦେଉଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ ! ଏହି ସମ୍ପର୍କ ରେ ପଞ୍ଚାୟତ ଅଧିକାରୀ କୁ ଜଣାଇଲେ ମଧ୍ୟ୍ୟ କୌଣସି ସମାଧାନ ହେଇପାରିଲାନାହିଁ ! ଶେଷରେ ନବରଙ୍ଗପୁର ବିଡିଓ ଙ୍କୁ ସାନମସିଗାଁ ଗ୍ରାମବାସୀ,ଯୁବକ ସଙ୍ଘ, ଏବଂ ସ୍ଥାନୀୟ ସରପଞ୍ଚ ଏକ ଲିଖିତ ଅଭିଯୋଗ ଦେଇଥିଲେ ! ବିଡିଓ ସାର ମଧ୍ୟ୍ୟ ସାନ ମାସିଗା ଯୁବକ ସଙ୍ଘ କୁ ଭୁଲେଇ ଭୁଲେଇ ଯାଉଛନ୍ତି, କିନ୍ତୁ ସମସ୍ୟା ସମାଧାନ କରୁନାହାନ୍ତି ବୋଲି ଯୁବକ ସଙ୍ଘ ଅଭିଯୋଗ କରୁଛନ୍ତି ! କ୍ଲବ ଗୃହର ଚାବି ଦେଇଥିଲେ ଗ୍ରାମର ସୁଖ, ଦୁଃଖ ରେ କାମ ଆସିବା ସହ ସ୍ୱାଧୀନତା ଦିବସ ବଡ଼ ଆଡ଼ମ୍ବର ରେ ପାଳନ କରିବା ସହ ବିଭିନ୍ନ ପ୍ରତିଯୋଗିତା,ସାଂକୃତିକ କାର୍ଯ୍ୟକ୍ରମ କରାଯାଇ ପାରନ୍ତା ବୋଲି ଜଣାଇଛନ୍ତି ! ଯଦି ଦୁଇ ଦିନ ମଧ୍ୟ୍ୟରେ ଏହି ସମସ୍ୟା ର ସମାଧାନ ନ କରିବେ ତାହାହେଲେ ଯୁବକ ସଙ୍ଘ ନବରଙ୍ଗପୁର ବ୍ଲକ ଅଫିସ ଘେରାଉ କରିବା ସହ ଧାରଣାରେ ବସିବୁ ବୋଲି କହିଛନ୍ତି ! ଦେଖିବାକୁ ବାକିରହିଲା ଆଗକୁ ବିଡିଓ ମହାଶୟ କଣ ପଦକ୍ଷେପ ନେବେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ନୂଆପଡା ସଦର ପୌର ପରିଷଦ ସଂଯୁକ୍ତା ପଣ୍ଡା ଉପାଧକ୍ଷ ରୂପେ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ

Sunil Chandra Nayak

ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ବଡପଳଶା ଜାହେରା ଗାଳରେ ପୂଜାର୍ଚ୍ଚନା

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାରଘରଣୀ ଙ୍କ ବାର୍ଷିକ ଦଶହରା ପର୍ବ ସମ୍ପର୍ଣ୍ଣ…

Sunil Chandra Nayak

Leave a Comment

error: Content is protected !!