ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖାଉଟି ଅଧିକାର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା/ ସେକ୍ଟର ୩ ଅହିରାବନ୍ଧ ସ୍ଥିତ ଖଡ଼ଗ ଭବନ ଠାରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିନରେ ରହିଥିବା ସୁନ୍ଦରଗଡ଼ ଜିଲ୍ଲା ବୈଧ ମାପ ବିଜ୍ଞାନ ଓ ରାଜ୍ୟସ୍ତରୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ ର ମିଳିତ ଆନୁକୂଲ୍ୟରେ ଖାଉଟି ସୁରକ୍ଷା ସଚେତନତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ଶ୍ରଦ୍ଧା ଷଡ଼ଙ୍ଗୀ ଙ୍କ ପୈାରହିତ୍ଯ ରେ ଆୟୋଜିତ କର୍ମଶାଳା ରେ ସମାଜସେବୀ ବିମଳ ବିଶି,ଆଇନଜୀବୀ କୈଳାସ ଚନ୍ଦ୍ର ପ୍ରଧାନ ଖଡ଼ଗ ଭବନ ର ସମ୍ପାଦକ ଶଶଧର ପାତ୍ର, ସେକ୍ଟର ୩ ଥାନା ଅଧିକାରୀ ଙ୍କ ପ୍ରତିନିଧି ଏଏସଆଇ ଆନ୍ଥୋନୀ ମିଞ୍ଜ ବୈଧ ମାପ ଓଜନ ର ଇନ୍ସପେକ୍ଟର ହେମଲତା କିଶାନ ଅତିଥି ଭାବେ ଯୋଗ ଦେଇଥିଲେ। ଖାଉଟି କିଏ, ଖାଉଟି ର ଅଧିକାର, ନୂତନ ଖାଉଟି ନିୟମ, ଆଧୁନିକ ଯୁଗରେ ବ୍ୟବହୃତ ଡିଜିଟାଲ ଠକେଇ ସର୍ବୋପରି ସମସ୍ତ ଜନସାଧାରଣ ଖାଉଟି ସଚେତନତା ଉପରେ ଗୁରୁତ୍ବ ଦେବା ସହିତ ନିଜକୁ ଜଣେ ସକ୍ରିୟ ସଦସ୍ୟ ଭାବି କାମ କରିବା ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସଚ୍ଚିଦାନନ୍ଦ ପରିଡ଼ା, ବାସନ୍ତୀ ଦେବୀ, ରଞ୍ଜନ ଲେଙ୍କା, ସରୋଜ ପାତ୍ର, ବିନୋଦ ରାଉତ, ରାଜେଶ୍ବରୀ ସେନାପତି,ପି ଅନିତା,ଲିପ୍ସା ପାତ୍ର ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ଏହି କର୍ମଶାଳାରେ କଳିଙ୍ଗ ବୈଶ୍ଯ ମହିଳା ସଂଘ, ରାଉରକେଲା ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଉତ୍ସର୍ଗ ର ସମ୍ପାଦିକା ଲକ୍ଷ୍ମୀପ୍ରିୟା ମୁଦୁଲି ପରିଚାଳନା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା କବିତା ,ବନିତା ,ଲତା

Sunil Chandra Nayak

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ମାଣିକ୍ୟ ଦେବୀ ମା ମାଣିକେଶ୍ଵରୀ

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଭକ୍ତିଅର୍ଘ୍ୟ

Sunil Chandra Nayak

Leave a Comment

error: Content is protected !!