ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲା ସାଂସଦ ବସନ୍ତ ପଣ୍ତା ଙ୍କ ବଡ ପଦକ୍ଷେପ , ଥୁଆମୂଳ ରାମପୁର ବ୍ଳକରେ ୫୬ ଟି ବିଏସ୍ ଏନ୍ଏଲ୍ ଟାଓ୍ବାର ନିର୍ମାଣ ନେଇ ସୂଚନା  

ଥୁଆମୂଳ ରାମପୁର:୨୧/୮- (ମନିସ):- ଥୁଆମୂଳ ରାମପୁର ବ୍ଳକ ଏକ ପାହାଡ ପର୍ବତ ଘେରରେ ରହିଅଛି। ଏହି ଅଞ୍ଚଳରେ ଟାଓ୍ବାର ସୁବିଧା ଥାଇ ମଧ୍ୟ ନଥିବା ଭଳି ରହିଅଛି। ଏହାଫଳରେ ଲୋକେ ବିଭିନ୍ନ ସମୟରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ କାର୍ଯ୍ଯାଳୟ ଗୁଡିକରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ଯ ଗୁଡିକ କରିବା ପାଇଁ ବହୁତ ଅସୁବିଧା ହେଉଅଛି। ଏହାସହିତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଶେଷ କରି ପ୍ରଭାବ ପଡୁଛି। ଅନ୍ଯ ପକ୍ଷରେ କହିବାକୁ ଗଲେ ଏହି ଅଞ୍ଚଳରେ ବାସବାସ କରୁଥିବା ଦୁର୍ଗମ ଅଞ୍ଚଳର ଲୋକେ ମୋବାଇଲ ସେବା ପାଇଁ ଅନେକ ସମୟରେ ପାହାଡ ଉପରେ ଚଢ଼ି ଅନ୍ଯାନ୍ଯ ଅଞ୍ଚଳରୁ ଆସୁଥିବା କିଛି ନେଟୱାର୍କ ସହିତ ସମ୍ପର୍କ କରି ସେମାନେ ତାଙ୍କର ପ୍ରିୟ ଲୋକଙ୍କ ସହ ଯୋଗାଯୋଗ କରିଆସୁଛନ୍ତି। ତାହା କେତେ ଯେ କଷ୍ଟକର ବ୍ୟାପାର ହେଉଅଛି। କରୋନା କାଳରେ ଅନଲାଇନ ପାଠ ପଢିବା ସମୟରେ ଛାତ୍ରଛାତ୍ରୀ ମାନେ କେତେ ହଇରାଣର ହୋଇଥିବା ଦୃଶ୍ୟ ନକହିବା ଭଲ। ଆଜି ଦେଶ ସ୍ବାଧୀନତା ଲାଭ କରିଛି ସତ କିନ୍ତୁ ଏବେ ବି ଲୋକେ ବହୁତ ପଛରେ ପଡିଯାଇଛିନ୍ତି। ଏହା ମଧ୍ୟରେ ଥୁଆମୂଳ ରାମପୁର ବ୍ଳକ ଅନ୍ଯତ୍ତମ ଭାବରେ ପରିଚିତ ଏହି ବ୍ଳକ ସୀମା ଆକାରରେ ବହୁତ ବଡ ଏହାର ସୀମା ନବରଙ୍ଗପୁର ଜିଲ୍ଲା, ରାୟଗଡା ଜିଲ୍ଲା ପର୍ଯ୍ୟନ୍ତ ପରିବ୍ଯାପ୍ତ ରହିଅଛି। ଏହି ବ୍ଳକ ୨୪ ଗୋଟି ଗ୍ରାମପଞ୍ଚାୟତ କୁ ନେଇଗଠିତ ଯାହାବି ଟାଓ୍ବାର ରହିଅଛି ସେଥିରେ ଅଧିକାଂଶ ଅଞ୍ଚଳ ଦୁର୍ଗମ ହୋଇଥିବାରୁ ନେଟୱାର୍କ ପାଇବାରେ ବାଧକ ସାଜିଛି। କେବେ କେବେ ଏହି ନେଟୱାର୍କ ରହିଥିଲେ ମଧ୍ୟ ଦିନେ ଦୁଇ ଦନ ଅଚଳାବସ୍ଥା ହୋଇପଡେ ସେତେବେଳେ ଆହୁରି ଲୋକଙ୍କ ଅବସ୍ଥାରେ ସାଙ୍ଘାତିକ ପରିସ୍ଥିତି ହେବା ସହିତ କାର୍ଯ୍ଯାଳୟର ବିଭିନ୍ନ ଅନଲାଇନ କାର୍ଯ୍ଯ ଗୁଡିକ ଠଫ୍ ହୋଇଥାଏ। ଏହାଫଳରେ ଦୂରଦୂରାନ୍ତରୁ କାର୍ଯ୍ଯାଳୟ କୁ କିଛି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ଯ ନେଇ ଆସିଥିବା ଲୋକେ ଅସୁବିଧା ଭୋଗୁଛନ୍ତି। ଏହା ଉପରେ କୌଣସି ପ୍ରକାରେ ନେତା ଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପକ୍ଷରୁ କିଛି ଗୁରୁତ୍ୱ ଦେବା ପାଇଁ ଆଗ୍ରହ ପ୍ରକାଶ କରିନଥିଲେ। ଏହାକୁ ଦୃଷ୍ଟିରେ ରଖି ମାନ୍ଯବର କଳାହାଣ୍ଡି  ସାଂସଦ ଶ୍ରୀଯୁକ୍ତ ବସନ୍ତ ପଣ୍ତା ବଡ ଧରଣର ପଦକ୍ଷେପ ନେଇଛନ୍ତି। ଅପହଞ୍ଚ ଅଞ୍ଚଳରେ ମୋବାଇଲ ଟାଓ୍ବାର ନିର୍ମାଣ ପାଇଁ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପାଖରେ ଦାବି କରିଥିଲେ। ଦାବି ଅନୁସାରେ ଏବେ ଥୁଆମୂଳ ରାମପୁର ବ୍ଳକରେ ୫୬ ଟି ବିଏସ୍ଏନ୍ଏଲ୍ ଟାଓ୍ବାର ନିର୍ମାଣ ପାଇଁ ଅନୁମତି ମିଳିଥିବା ବିଷୟରେ ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ସ୍ଥାନୀୟ ଯୁବ ବିଜେପି ନେତା ତଥା ସାଂସଦ ପ୍ରତିନିଧି ଶ୍ରୀ ବିଷ୍ଣୁ ନାଏକ। ଏହି ଟାଓ୍ବାର ମାଧ୍ୟମରେ ସିଧାସଳଖ ଲୋକେ ୪-ଜି ସେବା ପାଇପାରିବେ। ଅପହଞ୍ଚ ଗ୍ରାମପଞ୍ଚାୟତ ଗୁଡିକରେ ବହୁତ ଶିଘ୍ର ଟାଓ୍ବାର ନିର୍ମାଣ ହେବା ସମ୍ଭାବନା ରହିଛ। ଏଠାରେ ସୂଚନାଯୋଗ୍ୟ ଯେ, ଆଗରୁ ଲୋକେ ମୋବାଇଲ ନେଟୱାର୍କ ସେବା ପାଇଁ ଅନେକ ଥର ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନ ଜରିଆରେ ଦାବି ଜଣାଇ ଆସୁଥିଲେ ମଧ୍ୟ କୌଣସି ପ୍ରକାରେ ଏହାର ସମାଧାନ କରାଯାଇନଥିଲା। ବର୍ତ୍ତମାନ କଳାହାଣ୍ଡି ସାଂସଦ ଶ୍ରୀଯୁକ୍ତ ବସନ୍ତ ପଣ୍ଡା ପଦକ୍ଷେପ ନେଇଛନ୍ତି, ତେଣୁ ଅଞ୍ଚଳରେ ତାଙ୍କୁ ସ୍ବାଗତ କରାଯାଇଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବାଲେଶ୍ବର – ମହିମାଧର୍ମାବଲମ୍ବୀ ସାଧୁ ସମାବେଶ ଅନୁଷ୍ଠିତ

Sunil Chandra Nayak

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ -୨୦୨୨ ପାଳନ  

Sunil Chandra Nayak

ନବରଙ୍ଗପୁର ଜିଲ୍ଳା ପୋଲିସ ଓ ମୋ କଲେଜ ଅଭିଯାନ ଆନୁକୂଲ୍ୟରେ ନବରଙ୍ଗପୁର ମହାବିଦ୍ୟାଳୟରେ ଶହୀଦ ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ 

Sunil Chandra Nayak

Leave a Comment

error: Content is protected !!