ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ପଥର ଖସୁଛି ଦେଉଳ ଭିତରୁ
   ହେଲା କିସ ଅନାଚାର 
ଦର୍ଶନ କରିଲେ ପ୍ରଭୁ ଭାବ ଆସେ
    ଭକ୍ତିରେ ମୋର ଈଶ୍ୱର।
 ତୋ ନାମ ଧରିଲେ ପଥ ପରିଷ୍କାର 
      ବିପଦ ଯାଏ ଦୂରେଇ
ଭକ୍ତି ଆସି ଯାଏ ହୃଦୟ ମଧ୍ୟରେ
 ସତେଦେଖା ହେ ଗୋସାଇଁ।
ତୂଳସୀ ପତର ପାଦୁକା ପାଇଲେ
   ଦେହ ମୋ ହୁଏ ନିର୍ମଳ
ଗରୁଡ଼ ସ୍ତମ୍ଭରୁ ଦର୍ଶନ କରିଲେ
    ହୃଦୟ ଆସୁଛି ବଳ।
ଭକ୍ତି ମନ ଧରି ଆଗକୁ ଆଗକୁ
   ମୁଯେ ଯାଏ ଆସ୍ତେ ଚଢ଼ି
ଚାହିଁ ଦେଲେ ପ୍ରଭୁ ଅନାଇ ଚାହିଁଛି
   ଦେଲି ଦୁଇ ହାତ ଯୋଡ଼ି।
କହି ଦେଲି ସବୁ ମନର କଥାକୁ
    ପ୍ରଭୁ କରିବ ବିଚାର
ଦୋଷ କ୍ଷମା ମୋର ମାପ କରି ଦେବ
    ବାଳୁତ ଧରେ ପୟର।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଥୁଆମୂଳ ରାମପୁର ତାଲବନ୍ଦ ପଡାଠାରେ ଭୈରବ ଦେବଙ୍କ ଝାମୁଯାତ୍ରା ଅନୁଷ୍ଠିତ

Sunil Chandra Nayak

କବିତା – ଜ୍ଞାନ ମାନ ସ୍ଥାନ

Sunil Chandra Nayak

Leave a Comment

error: Content is protected !!