ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଭ୍ରମର ବାଗ ଙ୍କ କବିତା ସମୟ ସ୍ରୋତରେ ଜୀବନ

ସମୟ ସ୍ରୋତରେ ଜୀବନ

         

                ଶ୍ରୀ ଭ୍ରମର ବାଗ

          
ସମୟ ସ୍ରୋତରେ ଜୀବନ କେବେ ଶ୍ରାବଣର ବାରିଧାରା !
ସମୟ ସ୍ରୋତରେ ଜୀବନ କେବେ ବୈଶାଖର ଝାଞ୍ଜି ଖରା !!
ସମୟ ସ୍ରୋତରେ ଜୀବନ କେବେ ଫୂର୍ତ୍ତୀରେ ଚଳ ଚଞ୍ଚଳ !
ସମୟ ସ୍ରୋତରେ ଜୀବନ କେବେ ନୀରବ ଆଉ ନିଶ୍ଚଳ !! 
ସମୟ ସ୍ରୋତରେ ଜୀବନ କେବେ ସ୍ନେହ ପ୍ରୀତିର ଅବିର !
ସମୟ ସ୍ରୋତରେ ଜୀବନ କେବେ ସନ୍ଧ୍ୟା ଗୋଧୂଳି ଧୂସର !!
ସମୟ ସ୍ରୋତରେ ଜୀବନ କେବେ ହସ ଉଲ୍ଲାସ ଆନନ୍ଦ !
ସମୟ ସ୍ରୋତରେ ଜୀବନ କେବେ କାନ୍ଦ ଜଞ୍ଜାଳ ବିଷାଦ !!
ସମୟ ସ୍ରୋତରେ ଜୀବନ କେବେ ହୋଇଥାଏ ମଧୁମୟ !
ସମୟ ସ୍ରୋତରେ ଜୀବନ କେବେ ହୋଇଯାଏ ବିଷମୟ !!
ସମୟ ସ୍ରୋତରେ ଜୀବନ କେବେ ଦିବାର ଆଲୋକ ଜ୍ୟୋତି !
ସମୟ ସ୍ରୋତରେ ଜୀବନ କେବେ ଗହନ ଅନ୍ଧାର ରାତି !!
ସମୟ ସ୍ରୋତରେ ଜୀବନ କେବେ ପୂର୍ଣ୍ଣିମାରତ ଚାନ୍ଦିନୀ !
ସମୟ ସ୍ରୋତରେ ଜୀବନ କେବେ ଅମାବାସ୍ୟାର ରଜନୀ !!
ସମୟ ସ୍ରୋତରେ ଜୀବନ କେବେ ଶମଶାନର ଜଗାଳି !
ସମୟ ସ୍ରୋତରେ ଜୀବନ କେବେ ଘୋଡ଼ାର ଘାସ କଟାଳି !!
ସମୟ ସ୍ରୋତରେ ଜୀବନ କେବେ ଚକ୍ରବର୍ତ୍ତୀ ମୌଡ଼ମଣି !
ସମୟ ସ୍ରୋତରେ ଜାନୁଭଗ୍ନରେ ଜୀବନ ଲୋଟେ ଧରଣୀ !!
ସମୟ ସ୍ରୋତରେ ରାଜ ଜୀବନେ ହୋଇପାରେ ବନବାସ !
ସମୟ ସ୍ରୋତରେ ମିଳିପାରେ କେବେ ମର୍ତ୍ତ୍ୟେ ସରଗର ବାସ !!
ସମୟ ସ୍ରୋତରେ ଜୀବନେ ଯା’ର ହେଉ ଯେଉଁ ପରିସ୍ଥିତି !
ସୁକର୍ମ ଚିନ୍ତନେ କାଳାତିପାତ କରୁଥିବା ଦିନ ରାତି !!
ଗ୍ରାମ – କୋଦୋବେଡ଼ା, ଭାୟା – ସିନାପାଲି, ଜିଲ୍ଲା – ନୂଆପଡ଼ା

Related posts

ରୋଗୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ଓ ଧମକ ଅଭିଯୋଗ: ବଦଳି ପାଇଁ ଦାବି

Sunil Chandra Nayak

ବାଲେଶ୍ବର – ପିଞ୍ଛାବଣିଆ ଗୁରୁକୁଳ ଆଶ୍ରମ ପାଇଲା ପ୍ରକୃତି ମିତ୍ର ପୁରସ୍କାର-୨୦୨୨

ପାପଡାହାଣ୍ଡି ବ୍ଲକ ସଦର ମହକୁମା ସମସ୍ତ ସାହି ରାସ୍ତା ଅବସ୍ଥା ଶୋଚନୀୟ 

Sunil Chandra Nayak

Leave a Comment

error: Content is protected !!