ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୋଟର ସଚେତନତା କାର୍ଯ୍ୟକ୍ରମ

କୋଡିଙ୍ଗା,୨୩/୦୮(ମନିସ)ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭୋଟର ସ୍ୱାକ୍ଷରତ କ୍ଳବ ଓ କୋଷଗୁମୁଡ଼ା ପଞ୍ଚାୟତ ସମିତିର ମିଳିତ ଆନୁକୂଲ୍ୟରେ ଏକ ଭୋଟର ସଚେତନତା କର୍ମଶାଳା ଆୟୋଜନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୋଡିଙ୍ଗ ତହସିଲଦାର ଶିବ ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଗ୍ରାମ ପଂଚାୟତ ଅଫିସର ତ୍ରିଲୋଚନ ଛଞ୍ଚାଣ ଅଧ୍ୟାପକ ଅଖିଳ କୁମାର ଭଟ୍ଟ, ଅଧ୍ୟାପକ ରବି ନାରାୟଣ ପାଣିଗ୍ରାହୀ ଦାମୋଦର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଅନୁଷ୍ଠାନର ଅଧ୍ୟକ୍ଷା ଅମିତା ରାୟ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଅତିଥିମାନେ ଆଗାମୀ ଜାନୁଆରୀ ପ୍ରଥମ ତାରିଖକୁ ଯେଉଁ ମାନେ ଅଠର ବର୍ଷରେ ପଦାର୍ପଣ କରିବେ ସେମାନେ ନିଜ ଗ୍ରାମର ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ଯୋଗାଯୋଗ କରି ନିଜର ନାମ ଭୋଟର ତାଲିକାରେ ଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ନିଜ ତଥା ପରିବାର ବନ୍ଧୁ ପଡୋଶୀ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜର ଭୋଟ କାର୍ଡ଼ ସହ ଆଧାର କାର୍ଡ କୁ ସଂଯୋଗ କରି ଆଗାମୀ ନିର୍ବାଚନପ୍ରକ୍ରିୟାରେ ଭାଗନେଇ ଆମ ଦେଶର ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ଖୋଲା ପ୍ରଶ୍ନ ମଞ୍ଚ ସଂଯୋଜକ ଅଧ୍ୟାପକ ଅଖିଳ କୁମାର ଭଟ୍ଟଙ୍କ ଦ୍ଵାରା ଆୟୋଜନ କରାଯାଇଥିଲା ଏଥିରେ ଅନୁଷ୍ଠାର ସମସ୍ତ ଅଧ୍ୟାପକ କର୍ମଚାରୀ ତଥା ପ୍ରାୟ ଦୁଇ ଶହ ଛାତ୍ର ଛାତ୍ରୀ ଭାଗ ନେଇ ଥିଲେ ।

କୋଷଗୁମୁଡ଼ା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ଟେମରି ଗ୍ରାମ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ଷ୍ଟିଟ୍ ଲାଇଟର ସୁବ୍ୟବସ୍ଥା 

Sunil Chandra Nayak

ଧର୍ମଗଡ଼ ଅଞ୍ଚଳ କୋଶଳେଶ୍ୱରୀ ମାଲି ସମାଜର ନୂଆଖାଇ ଭେଟଘାଟ

Sunil Chandra Nayak

ଶ୍ରଦ୍ଧା ଶକ୍ତି ସେବା ସଙ୍ଗଠନ ର “ଅରୁଣ ବଞ୍ଚାଅ ଅଭିଯାନ” କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!