ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟୁତ ଆଘାତ ରେ ମଇଁଷି ଓ ଛାତ୍ର ମୃତ୍ୟୁ ଘଟଣା : ଜଣେ ଗିରଫ

ତେନ୍ତୁଳିଖୁଣ୍ଟି ୨୩/୦୮/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ଗ୍ରାମରେ ବିଦ୍ୟୁତ ଆଘାତ ରେ ଗତକାଲି ଗୋଟିଏ ପୋଢ଼ ଓ ଜଣେ କଲେଜ ଛାତ୍ର ଙ୍କ ମୃତ୍ୟୁ ହୋଇଥିଲା। ଉକ୍ତ ଘଟଣା ରେ ଯାହାର ନିର୍ମାଣାଧୀନ ଘର ପାଚେରୀ ରେ ବିଦ୍ୟୁତ ଆଘାତ ହୋଇଥିଲା ସେହି ଘର ମାଲିକ ବେଣୁଧର ନାୟକ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କେଶ ନମ୍ବର 150/22 ରେ ମକଦମା ରୁଜୁ କରି304,379,ଓ 135 ଦଫା ଲାଗିଯାଇଛି। ତେନ୍ତୁଳିଖୁଣ୍ଟି ଆଇ ଆଇ ସି ଉମେଶ ନାୟକ ନିର୍ଦେଶରେ ପାତ୍ରପୁଟ ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ପାତ୍ର କେଶ ତଦନ୍ତ କରୁଛନ୍ତି। ବେଣୁଧର ଅମାନବୀୟ ଭାବରେ ପାଚେରୀ ର ତାର ବଡ଼ ରେ ବିଦ୍ୟୁତ ସଂଯୋଗ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି। ଘଟଣାକୁ ସାଧାରଣ ରେ ନିନ୍ଦା କରାଯାଉଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ତୁମୁରା ଗ୍ରାମର ଜଣେ ଯୁବକ ଙ୍କ ବିସଖାଇ ଆତ୍ମହତ୍ୟା 

Sunil Chandra Nayak

ଜୁନାଗଡ଼ରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ତେରେସିଂହା ଗଜଲକ୍ଷ୍ମୀ ପୂଜା ସମ୍ପନ୍ନ

Sunil Chandra Nayak

Leave a Comment

error: Content is protected !!