ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୫ ତମ ଜୟନ୍ତୀ ଉତ୍ସବ ପାଳିତ

କାମାକ୍ଷାନଗର  -:  ଆଜି କାମାକ୍ଷାନଗର ଏନଏସି ରେକୁଳା ସତସଙ୍ଗ କେନ୍ଦ୍ର ଠାରେ ଶ୍ରୀ ଶ୍ରୀ ଠାକୁର ଅନକୁଳଚନ୍ଦ୍ର ଙ୍କ 135ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ସତସଙ୍ଗ ର ବରିଷ୍ଠ ରୀତିକ ପୂଜ୍ୟ ବିନୋଦ କୁମାର ମିଶ୍ର ଙ୍କ ପରିଚାଳନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେ, ଥାନା ଅଧିକାରୀ ଶରତ ଚନ୍ଦ୍ର ମହାଳିକ, ଏସଆଇ ପ୍ରତାପ କୁମାର ସାହୁ, କାମାକ୍ଷାନଗର ମେଡିକାଲ ର ବରିଷ୍ଠ ଡାକ୍ତର ରାସଗୋବିନ୍ଦ ମହାନ୍ତି, କାମାକ୍ଷାନଗର ଉପଖଣ୍ଡ ର ବରିଷ୍ଠ ରୀତିକ କୁମୁଦ ଚନ୍ଦ୍ର ପ୍ରଧାନ, ରମାକାନ୍ତ ମିଶ୍ର, ନଟବର ନାଥ ପ୍ରମୁଖ ଉପସ୍ଥିତ ଥିଲେ l ଅନ୍ୟତମ ଅତିଥି ଭାବେ କାମାକ୍ଷାନଗର ଏନଏସି ବିଜେଡି ମହିଳା ଜନତା ଦଳ ସଭାନେତ୍ରୀ ରଞ୍ଜିତା ବେହେରା, ସାମ୍ବାଦିକ ସଙ୍ଘ ସଭାପତି ଅକ୍ଷୟ କୁମାର ନନ୍ଦ, ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ମହାପାତ୍ର, ହୃଦୟ ବଲ୍ଲଭ ମିଶ୍ର, ସମାଜସେବୀ ହିମାଦ୍ରୀ ଦାସ ପ୍ରମୁଖ ଉପସ୍ଥିତ ରହି ପ୍ରଭୁକୃପା ଲାଭ କରିବା ସହ ପ୍ରସାଦସେବନ କରିଥିଲେ l

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଚାରବାହାଲ ଚେସ୍ କ୍ଳବ୍ ଦ୍ଵାରା ଚେସ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ

Sunil Chandra Nayak

ଭାଜପା ଧର୍ମଗଡ ନଗର ମଣ୍ଡଳ ବୈଠକ

Sunil Chandra Nayak

ଜୁନାଗଡ଼ ସବୁମଣ୍ଡପରେ ମା ଦୁର୍ଗାଙ୍କ ପୂଜା ଆରମ୍ଭ

Sunil Chandra Nayak

Leave a Comment

error: Content is protected !!