ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁଣି ଗାଁ ମୁହା ଜଙ୍ଗଲୀ ହାତୀ, ଟାଙ୍ଗିରି ପାହାଡରେ ତିନୋଟି ହାତୀ, ସନ୍ଧ୍ୟା ହେବାରୁ ହାତୀ ଘଉଡାଇବା ଆରମ୍ଭ 

ରୁପ୍ରା, ୨୩/୮ (ମନିସ) : କଳାହାଣ୍ଡି ଉତ୍ତର ବନଖଣ୍ଡ କେସିଙ୍ଗା ରେଞ୍ଜ୍ ରୁପ୍ରାରୋଡ୍ ସେକ୍ସନ୍ ଅଧିନ ରୁପ୍ରା ନିକଟରେ ଅବସ୍ଥିତ ଟାଙ୍ଗିରି ପାହାଡରେ ସୋମବାର ରାତିରୁ ନର୍ଲା ପଟରୁ ତିନୋଟି ହାତୀ (ଦୁଇଟି ବଡ ଓ ଗୋଟିଏ ଛୁଆ) ଆସି ରହିଛନ୍ତି। ଫଳରେ ହାତୀ ଆସୁଥିବା ଜାଣିପାରି ରୁପ୍ରାରୋଡ୍ ଫରେଷ୍ଟର୍ ବିଶ୍ୱଜିତ ଠାକୁରଙ୍କ ନେତୃତ୍ୱରେ ନର୍ଲା ଓ ରୁପ୍ରାରୋଡ୍ ସେକ୍ସନ୍ ର କର୍ମଚାରୀ ଆସି ଟାଙ୍ଗିରି ପାହାଡ ତଳେ ଜଗି ରହିଥିଲେ । ସୂଚନା ମୁତାବକ ନର୍ଲାବ୍ଲକ୍ ଅଧିନ କମେ ଡଙ୍ଗରରେ ରହୁଥିବା ୭ଟି ହାତୀପଲ ମଧ୍ୟରୁ ଏହି ତିନୋଟି ହାତୀ ବାଗପୁର, ତିତକେଲା, ପଲସାପଡା ଓ କର୍ମେ ଋଷିପଡା ଦେଇ ସୋମବାର ମଧ୍ୟରାତ୍ରିରେ ଟାଙ୍ଗିରି ପାହାଡକୁ ଆସିଥିବା ଫରେଷ୍ଟର୍ ଶ୍ରୀ ଠାକୁର କହିଛନ୍ତି। ଉକ୍ତ ହାତୀପଲ କେତେବେଳେ ପାହାଡ ଉପରକୁ ଚଢୁଥିବା ବେଳେ କେତେବେଳେ ତଳକୁ ଓହ୍ଲାଉଥିଲେ , ଫଳରେ ହାତୀ ଦେଖିବାକୁ ଲୋକଙ୍କ ଗହଳି ମଧ୍ୟ ଲାଗି ରହିଥିଲା । ବର୍ତ୍ତମାନ ଚାଷବାସ କାର୍ଯ୍ୟ ଚାଲୁ ରହିଥିବା ବେଳେ ହାତୀ ବାବଦକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଯାଇଛି। ଏଣୁ ଉକ୍ତ ହାତୀପଲ ଉପରେ ଫରେଷ୍ଟର୍ ବିଶ୍ୱଜିତ ଠାକୁରଙ୍କ ସମେତ ଫରେଷ୍ଟ୍ ଗାର୍ଡ୍ ତପନ ବେହେରା, ଫକୀର ବିଶ୍ୱାଳ, ନିଗମ ସାହୁ, ଏଭେରେଷ୍ଟ୍ ବିଜେତା ଯୋଗବ୍ୟାସ ଭୋଇ, ପାରା ଫରେଷ୍ଟ୍ କର୍ମଚାରୀ ମନୋଜ ନନ୍ଦ, ମୁକେଶ ଖାଡାଙ୍ଗା, ବିବେକ ଭୋଇ, ଗୋପାଲ ସାହୁ, ରଞ୍ଜନ ହାତୀ ଓ ମୁକେଶ ମାଝୀ ପ୍ରମୁଖ ହାତୀର ଗତିବିଧି ଉପରେ ନଜର ରଖିଥିଲେ । କେସିଙ୍ଗା ରେଞ୍ଜର ଦୀନବନ୍ଧୁ ମେହେର, ଫରେଷ୍ଟର୍ ଶ୍ରୀମୁଖ ମେହେର, ଦେବବ୍ରତ ମାଝୀ ଓ ଯଶୋବନ୍ତ ନାଏକ ପ୍ରମୁଖ ସନ୍ଧ୍ୟାରେ ଟାଙ୍ଗିରି ପାହାଡକୁ ପହଞ୍ଚିବା ପରେ କର୍ମଚାରୀ ମାନେ ନିଆଁ ହୁଲା ଓ ବାଣ ଫୁଟାଇ ହାତୀ ଘଉଡାଇବା ଆରମ୍ଭ କରିଥିଲେ। ଖବର ଲେଖା ହେଲା ବେଳକୁ ହାତୀ ଘଉଡାଇବା ଜାରି ରହିଛି । ତେବେ ଏହି ହାତୀ ଆଗମନ ଫଳରେ ସୋମବାର ମଧ୍ୟରାତିରୁ ସମସ୍ତ ଅଞ୍ଚଳର ବିଦ୍ୟୁତ୍ ସେବା ବନ୍ଦ୍ କରାଯାଇଥିବା ବେଳେ ଆଜି ସକାଳେ ବିଦ୍ୟୁତ୍ ସେବା ସ୍ୱାଭାବିକ ହୋଇଥିଲା, ମାତ୍ର ହାତୀ ପଲ ଉକ୍ତ ଅଞ୍ଚଳରେ ଥିବାରୁ ଆଜି ସନ୍ଧ୍ୟାରୁ ପୁଣି ବିଦ୍ୟୁତ୍ କାଟ୍ କରାଯାଇଛି । ଫଳରେ ଅସହ୍ୟ ଗୁଳଗୁଳି ଓ ଗରମ ପ୍ରଭାବରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ସହ ଜନ ଅସନ୍ତୋଷ ଦେଖାଦେଉଛି।  ବର୍ତ୍ତମାନ ଜଙ୍ଗଲ ପଦା ହେଉଥିବା ବେଳେ ହାତୀ ପଲ ଖାଦ୍ୟ ଅନ୍ୱେଷଣରେ ଗାଁ ମୂହା ହେଉ ଥିବାରୁ ଲୋକେ ଭୟ କରୁଥିବା କହିଛନ୍ତି। ସୂଚନା ମୁତାବକ ନର୍ଲାବ୍ଲକ୍ ଗିଗିନା ଗ୍ରାମ ପଞ୍ଚାୟତ ଅଧିନ ଶ୍ରୀପୁର ଗ୍ରମକୁ ୨୦୨୦ ମସିହାରେ ଦୁଇଟି ଜଙ୍ଗଲୀ ହାତୀ ଆସି ଥିବା ବେଳେ ୨୦୨୧ ମସିହା ୧୮ ସେପ୍ଟେମ୍ବରରେ ୧୧ ଟିକିଆ ହାତୀପଲ ତିତକେଲା ଓ ବୁର୍ଡିପଡାକୁ ଆସି ବ୍ୟାପକ ଫସଲ ନଷ୍ଟ କରିଥିଲେ ଓ ୨୦୨୧ ମସିହା ଡିସେମ୍ବର ମାସରେ ୨୯ ଟିକିଆ ହାତୀପଲ ଆସି ଏହି ସବୁ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରି ପ୍ରାୟ ତିନି ଦିନ ରହିଥିଲେ, ତେବେ ବିଭାଗୀୟ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ହାତୀପଲ କମେ ଡଙ୍ଗରକୁ ଚାଲି ଯାଇଥିଲେ। ବାରମ୍ବାର ଏହିସବୁ ଅଞ୍ଚଳକୁ ହାତୀ ଆଗମନ ହେଉଥିବାରୁ ଜନସଚେତନ ପାଇଁ ହାତୀ ସ୍କୁଆର୍ଡ୍ ଗଠନ କରିବା ସହ ଗ୍ରାମାଞ୍ଚଳର ଯୁବଗୋଷ୍ଠୀ ମାନଙ୍କୁ ନିଯୁକ୍ତି କରିବାକୁ ଦାବି ହେଉଛି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

 

Related posts

ସରଂକ୍ଷିତ ଜଙ୍ଗଲ ଜମି ଅକ୍ତିଆର ଓ ବନ୍ୟଜନ୍ତୁ ଶିକାର ଅଭିଯୋଗ ରେ ଗିରଫ ହେଲେ ଖଣ୍ଡିଆ ବାବା

Sunil Chandra Nayak

ଜୁନାଗଡ ମାରୱାଡି ମହିଳା ସମିତିର ରଜତ ଜୟନ୍ତୀ

Sunil Chandra Nayak

ଆଇ ସହିତ ଗାଧୋଇବାକୁ ଯାଇଥିବାବେଳେ ପୋଖରୀରେ ବୁଡ଼ି ନାବାଳକର ମ୍ରୁତ୍ୟୁ

Sunil Chandra Nayak

Leave a Comment

error: Content is protected !!