ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଳସମ୍ପଦ ବିଭାଗ ପକ୍ଷରୁ ଚାଷୀ ସଚେତନତା କର୍ମଶାଳା ଅନୁଷ୍ଠିତ

କୋକସରା,୨୩/୮-( ମ ନି ସ) ମଙ୍ଗଳବାର କୋକସରା ବ୍ଲକ କନ୍ଫରେନ୍ସ ହଲ ଠାରେ ନିର୍ବାହି ଯନ୍ତ୍ରୀ ଉପର ଇନ୍ଦ୍ରାବତୀ ଉଠା କେନାଲ ବିଭାଜନ କୁସୁମଖୁଣ୍ଟି ଆନୁକୂଲ୍ୟରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକ ଚାଷୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖୀଗୁଡା ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ କୋକସରା ବ୍ଲକ ର ୧୧ହଜାର ୩ ଶହ ୧.୭୧ ହେକ୍ଟର ଚାଷଜମିକୁ ଇନ୍ଦ୍ରାବତୀ ବୃହତ ଉଠା ଜଳସେଚନ ପ୍ରକଳ୍ପ ଦ୍ବାରା ଭୂତଳ ପାଇପ ଲାଇନ ମାଧ୍ୟମରେ ଚାଷୀଙ୍କ ଜମିକୁ ସିଧାସଳଖ ଜଳଯୋଗାଣ ହେଉଛି। ମେଗାଲିଫ୍ଟ କେନାଲରେ ଜଳଯୋଗାଣ ପରିଚାଳନାକୁ ନେଇ ଅଞ୍ଚଳର ଚାଷୀଙ୍କୁ ସଚେତନ କରବା ଉଦ୍ଦେଶ୍ୟରେ ଆଜି ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ କୋକସରା ତହସିଲଦାର ରାକେଶ ପାରୁଆ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇନ୍ଦ୍ରାବତୀ ଇଞ୍ଜିନିୟର ଅନୀଲ କୁମାର ପାଣିଗ୍ରାହୀ, ଲିଫ୍ଟ କେନାଲ ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ଭୋଇ, ଉପଖଣ୍ଡ ଜିଲ୍ଲା କୃଷି ଅଧିକାରୀ ଜେ. ସୂର୍ଯ୍ୟ ରାଓ, କୋକସରା କୃଷି ଅଧିକାରୀ ଲିଙ୍ଗରାଜ ମେହେର, କୋକସରା ବିଡ଼ିଓ ଦାୟିତ୍ୱରେ ଥିବା ଜିପିଓ ନାରାୟଣ ଭୋଇ ଉପସ୍ଥିତ ରହି ୭୫୨ କୋଟି ଅନୁଦାନରେ ରାଜ୍ୟ ସରକାରଙ୍କ ଏହି ବୃହତ ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପ ଦ୍ୱାରା ଚାଷୀଙ୍କୁ ଜଳଯୋଗାଣ ହେଉଥିବାର ବିଭିନ୍ନ ଦିଗ ଉପରେ ସଚେତନ କରିଥିଲେ। ଏହାସହ ମେଗାଲିଫ୍ଟ କେନାଲ ଦ୍ୱାରା ଧର୍ମଗଡ ଉପଖଣ୍ଡ ର ଜୟପାଟଣା, କୋକସରା ଓ ଧର୍ମଗଡ ବ୍ଲକ ର ୨୫,୨୭୫ ହେକ୍ଟର ଜମିକୁ ଜଳସେଚନ କରାଯିବା ନେଇ କହିଛନ୍ତି। ତେବେ କେନାଲ ନିର୍ମାଣ ସମୟରେ ଭୂତଳ ପାଇପ ଲାଇନ ବିଛାଇବାରେ ଠିକାସଂସ୍ଥାର ଅବହେଳା କାରଣରୁ ଆଜି ମଧ୍ୟ ଦୀପ ତଳ ଅନ୍ଧାର ପରି ଅନେକ ଚାଷ ଜମିକୁ ପାଣି ମାଡୁନଥିବା ଅଭିଯୋଗ କରିଥିଲେ ଅନେକ ଚାଷୀ। ଏନେଇ ଆଗାମୀ ସମୟରେ ଚାଷିଙ୍କ ଅଭିଯୋଗ ଅନୁସାରେ ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟ ନିର୍ମାଣ ଯନ୍ତ୍ରୀ। ଏହି କର୍ମଶାଳାରେ କୋକସରା ବ୍ଲକର ଅନେକ ପଞ୍ଚାୟତର ସରପଞ୍ଚ, ଚାଷୀ ସମେତ ଇନ୍ଦ୍ରାବତୀ ଓ ଏଲ ଆଣ୍ଡ ଟି କମ୍ପାନୀ ର ଇଞ୍ଜିନିୟର କର୍ମଚାରୀ ଉପସ୍ଥିତ ରହିଥିଲେ।

Related posts

ଶିକ୍ଷୟତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ

Sunil Chandra Nayak

ଚନ୍ଦ୍ରକଳାଦେବୀ ଙ୍କ କବିତା ଅକ୍ଷୟ ତୃତୀୟା   

ଉଦଘୋଷିକା ମୀନାକ୍ଷୀ ଧରଙ୍କ ପ୍ରଥମ ସ୍ମୃତି ଚାରଣ ସଭା

Leave a Comment

error: Content is protected !!