ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନନ୍ଦର ଘରେ ଆନନ୍ଦ ହସନ୍ତି କଳା ଗୋବିନ୍ଦ

ନନ୍ଦର ଘରେ ଆନନ୍ଦ ହସନ୍ତି କଳା ଗୋବିନ୍ଦ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

(ରାଗ – ଚୋଖି)
ନନ୍ଦର ଘରେ ଆନନ୍ଦ ହସନ୍ତି କଳା ଗୋବିନ୍ଦ
ଯଶୋଦା ରାଣୀ ଉଲ୍ଲାସେ ବିଭୋର ହୋଇ
ଅନ୍ତରେ ପୁଳକ ଭରି ଉତ୍ଫୁଲିତ ନନ୍ଦ ନାରୀ
ପୂର୍ଣ୍ଣମୀ ଚାନ୍ଦକୁ ନିଜ ନବରେ ପାଇ
ଗୋପ ପୁର ପୂରି ଉଠିଲା,
ଯମୁନାର ଜଳ ଲାଜେ ନଇଁ ପଡ଼ିଲା…(୧)
ମୁଣ୍ଡରେ ମୟୂର ଚୂଳ ଦିଶଇ କେଡେ ମଞ୍ଜୁଳ
ପୀତ ବସନର ଶୋଭା କେ କହି ପାରେ
ମେଘ ବର୍ଣ୍ଣ ଦେହ ବହି ଝଟକନ୍ତି ସେ କହ୍ନେଇ
ଚନ୍ଦନ ସିନ୍ଦୁର ଟୋପା ଶୋହେ ମଥାରେ
ତାଂକ ହାତେ ସୁନାର ବଂଶୀ,
ଚାହାଣିରେ ଯାଦୁ କରି କିଣି ନିଅନ୍ତି…(୨)
ଉଛୁଳେ ଯମୁନା ଜଳ ଜନମିଲେ ଆଦିମୂଳ
ମଧୁମୟ ଦିଶେ ଧରା ତାଙ୍କ ଛୁଆଁରେ
ଦେବକୀ ନନ୍ଦନ ହୋଇ ଜନମିଲେ ଭାବଗ୍ରାହୀ
ଲୀଳା କରିବେ ରହି ସେ ନନ୍ଦର ଘରେ
ସଭିଙ୍କର ମନକୁ ମୋହି,
ପାପ, ତାପ ଓ ସନ୍ତାପ ଦେବେ ସେ ଧୋଇ…(୩)
ଯଶୋଦା ନନ୍ଦନ ଠାରେ ମନ ପ୍ରାଣ ଓ ଅନ୍ତରେ
ହୃଦୟ ପ୍ରଣତି ଢାଳେ ହୋଇ ହରଷ
ସୁଖ ଶାନ୍ତି ସବୁ ଶିରୀ ତାଙ୍କ ଆଶିଷରେ ପୂରି
ମଧୁର ମଧୁର ଲାଗେ ଜୀଵନ ରସ
ଜୟ ଜୟ ରାଧାରମଣ,
ତୁମ ଚରଣରେ ସଦା ରଖ ମନ….(୪)
ଫୁଲବାଣୀ, କନ୍ଧମାଳ

Related posts

ଥୁଆମୂଳ ରାମପୁରରେ ଅଗ୍ନି ଭୈରବ ଦେବଙ୍କ ଝାମୁଯାତ୍ରା ବିଧିମତେ ସମ୍ପନ୍ନ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଶିଶିର ସୁନ୍ଦରୀ

Sunil Chandra Nayak

ଗ୍ରାମ ପଂଚାୟତରେ ନାଏବ ସରପଂଚ ନିର୍ବାଚନ

Sunil Chandra Nayak

Leave a Comment

error: Content is protected !!