ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁଶଳେଶ୍ବର ମନ୍ଦିର ରେ ଅତ୍ୟାଧୁନିକ ବିଶୁଦ୍ଧ ପାନୀୟ ଜଳ ମେସିନ ଉଦଘାଟିତ

ଆନନ୍ଦପୁର -ସ୍ଥାନୀୟ ଦେଓଗାଁ କୁଶଳେଶ୍ବର ମହାଦେବ ଙ୍କ ମନ୍ଦିର ରେ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ଭକ୍ତ ଓ ସେବାୟତ ମାନଙ୍କ ସୁବିଧା ନିମନ୍ତେ ଏକ ଅତ୍ୟାଧୁନିକ ବିଶୁଦ୍ଧ ପାନୀୟ ଜଳ ମେସିନ ଜିଲ୍ଲା ଟ୍ରକ ମାଲିକ ସଂଘର ସଂପାଦକ ସୂର୍ଯ୍ୟ ନାରାୟଣ କର ଉଦଘାଟନ କରିଥିଲେ। ଏହି ଉଦଘାଟନ କରିବା ସମୟରେ ସଂଘର କର୍ମକର୍ତ୍ତା କ୍ଷୀରୋଦ ସାହୁ, ପ୍ରତାପ ସାହୁ, କୁଳମଣି ସାହୁ ଙ୍କ ସମେତ ଟ୍ରକ ମାଲିକ ପ୍ରଦ୍ୟୁମ୍ନ କୁମାର ପଣ୍ଡା ନିରାକାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ମନ୍ଦିର ର ସେବାୟତ ଗିରିଧାରୀ ଦାସ , ହରିହର ପାଢ଼ୀ,ଆନନ୍ଦ ପାଣିଗ୍ରାହୀ, ଏକାଦଶୀ ପଣ୍ଡା, ହୃଷିକେଶ ପଣ୍ଡା, ଧର୍ମାନନ୍ଦ ପତି, ମନୋରଞ୍ଜନ ପଣ୍ଡା,କୁଲିଆ ପାଣିଗ୍ରାହୀ ଶଙ୍କର୍ଷଣ ପଣ୍ଡା ପୂଜାର୍ଚ୍ଚନା କରିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ବରିଷ୍ଠ ନାଗରିକ ଗୋପାଳ କୃଷ୍ଣ ପଣ୍ଡା, ଅନନ୍ତ ଚରଣ ରାଉତ, କାଳନ୍ଦୀ ଚରଣ ଦାସ ପ୍ରଦୀପ କୁମାର ପଣ୍ଡା, ଜୟ ପ୍ରସାଦ ଦାସ, ଜଗବନ୍ଧୁ ପଣ୍ଡା, ଭରତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ 

 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଭିନ୍ନ ଏକ ରଜ

Sunil Chandra Nayak

ଉଦାହରଣ ଟ୍ରଷ୍ଟ ର ତୃତୀୟ ସହୀଦ ସମ୍ମାନ ସମାରୋହ ଆସନ୍ତା ୧୪ ରେ……

masiha

କେସିଙ୍ଗା ୧୯୯୭ ରୋପ୍ୟ ସଂଗଠନ ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!